ଭାରତରେ ବଜେଟର ଇତିହାସ : କେବେ ଓ କେମିତି ଭାରତରେ ଆରମ୍ଭ ହୋଇଥିଲା ବେଜଟ୍

Above Post Content

ଫେବ୍ରୁଆରୀ ୧ ତାରିଖରେ ଆସେ ଭାରତ ସରକାରଙ୍କ ବଜେଟବର୍ଷକ ପାଇଁ ସରକାରଙ୍କ ଆୟ ଓ ବ୍ୟୟର ଲେଖାଯୋଖା ହେଉଛି ବଜେଟ୍ସରକାର ଟଙ୍କାଏ ଆୟ କଲେ କେମିତି ସେହି ଟଙ୍କାକ ଖର୍ଚ୍ଚ କରନ୍ତି ଏହା ହେଉଛି ବଜେଟ୍ । ସାଧାରଣ ଜନତାଠାରୁ ଶିଳ୍ପପତି ସମସ୍ତଙ୍କ ଅପକ୍ଷା ଥାଏ ବଜେଟକୁ । କାରଣ ବଜେଟ ସେମାନଙ୍କ ଖର୍ଚ୍ଚ କମାଏ କିମ୍ବା ବଢାଏ । ତେବେ ଭାରତର ବଜେଟ୍ ଇତିହାସ କ’ଣ ? ରାଜାରାଜୁଡା ଅମଳରେ ମଧ୍ୟ ବଜେଟ୍ ବ୍ୟବସ୍ଥା ଥିଲା ନା ମନଇଛା ଖର୍ଚ୍ଚ ହେଉଥିଲା ? ଆସନ୍ତୁ ଜାଣିବା ଭାରତରେ ବଜେଟର ଇତିହାସ ବାବଦରେ ।

ବଜେଟ୍ କ’ଣ ?

After 2nd paragraph post ads

ବଜେଟ୍ ଶବ୍ଦ ଆସିଛି ବଜ୍ ଶବ୍ଦରୁ । ଯାହାର ଅର୍ଥ ହେଉଛି ଛୋଟ ବ୍ୟାଗ୍ ବା ପର୍ସ ୧୭୭୩ ମସିହାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର ରବର୍ଟ ୱାଲପୁଲ୍ ପ୍ରଥମ ଥର ପାଇଁ ଏହି ଶବ୍ଦକୁ ବ୍ୟବହାର କରିଥିଲେ । ସେ ସରକାରଙ୍କ ବର୍ଷକର ଆୟବ୍ୟୟର ଲେଖାଯୋଖା ହାଉସ୍ ଅଫ୍ ଲର୍ଡସରେ ରଖିବାକ ପାଇଁ ଦସ୍ତାବିଜ୍ ଗୋଟିଏ ଛୋଟିଆ ବ୍ୟାଗରେ ନେଇକି ଆସିଥିଲେ । ଆଉ ସଦସ୍ୟଙ୍କୁ ଦେଖାଇ କହିଥିଲେ ବଜେଟ୍ । ସେହିଠାରୁ ବଜେଟ୍ ଶବ୍ଦ ବ୍ୟବହାରକୁ ଆସିଥିଲା ।

ଭାରତରେ ବ୍ରଟିଶ ବଜେଟ୍

Middle post content

ସେହିସମୟରେ ଭାରତର ଗୋଟିଏ ବଡ଼ ଭାଗ ଉପରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାର ହୋଇ ସାରିଥିଲା । ଏହାର ପାଖାପାଖି ୫୦ ବର୍ଷ ପରେ ୧୮୩୩ରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଏକ ଚାର୍ଟର ଆକ୍ଟ ଆଣିଥିଲା । ଏହି ଆଇନ୍ ଅନୁସାରେ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଗଭର୍ଣ୍ଣର ଜେନରାଲଙ୍କୁ ରାଜସ୍ୱ ନିୟନ୍ତ୍ରଣର ଅଧିକାରୀ ଦିଆଯାଇଥିଲା୧୮୫୭ର ସିପାହୀ ବିଦ୍ରୋହ ପରେ ଭାରତର ଶାସନ ଭାର ଇଷ୍ଟ ଇଣ୍ଡିଆ କମ୍ପାନୀ ହାତରୁ ମହାରାଣୀଙ୍କ ହାତକୁ ଯାଇଥିଲା୧୮ ଫେବ୍ରୁଆରୀ ୧୮୬୯ରେ ପ୍ରଥମ ଥର ପାଇଁ ଗଭର୍ଣ୍ଣର ଜେନରାଲଙ୍କ ଫାଇନାନ୍ସ ସଦସ୍ୟ ସାର ଜେମ୍ସ ୱିଲସନ୍ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ

ଭାରତରେ ବଜେଟ୍ ଇତିହାସ

ସ୍ୱାଧୀନ ଭାରତର ପ୍ରଥମ ବଜେଟକୁ ସନମୁଖମ୍ ସେଟ୍ଟି ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ । ତେବେ ଇତିହାସରେ ଭାରତୀୟ ବଜେଟ୍ କଥା ଢେର ପୁରୁଣା । କୌଟଲ୍ୟଙ୍କ ଅର୍ଥଶାସ୍ତ୍ରରେ ବଜେଟକୁ ନେଇ ବିସ୍ତୃତ ଆଲୋଚନା ହୋଇଛିଅର୍ଥଶାସ୍ତ୍ର ଅନୁସାରେ ପ୍ରତିବର୍ଷ ଆରମ୍ଭରେ ଅର୍ଥମନ୍ତ୍ରୀ ରାଜାଙ୍କ ସାମ୍ନାରେ ବର୍ଷକର ଆୟବ୍ୟୟର ହିସାବ ରଖୁଥିଲେ ହିସାବ ଖାତରେ ବର୍ଷ ଆରମ୍ଭରେ ରାଜକୋଶରେ କେତେ ଟଙ୍କା ଅଛି,ଗତବର୍ଷ କେତେ ଖର୍ଚ୍ଚ ହୋଇଛି ସେବାବଦରେ ତଥ୍ୟ ଥାଏବଜେଟ୍ ଅନୁସାରେ ଯେଉଁ କାମ ପୁରା ହୋଇଯାଇଥାଏ ତାକୁ ‘ସିଦ୍ଧମ’ ଓ ଯାହା ସରିନଥାଏ ତାକୁ ‘କର୍ଣ୍ଣିୟ’ ବୋଲି କୁହାଯାଉଥିଲା

ତେବେ ମୌର୍ଯ୍ୟ ଶାସନର ବହୁ ପୂର୍ବରୁ ମଧ୍ୟ ବଜେଟ ଭାରତରେ ପ୍ରଚଳିତ ଥିଲାସିନ୍ଧ ସଭ୍ୟତାର ଧ୍ୱଂସାବଶେଷରୁ ଏହାର ପ୍ରମାଣ ମିଳିଥାଏସିନ୍ଧ ସଭ୍ୟତାର ଧ୍ବଂସବଶେଷରୁ ସଭାଗୃହ ଆବିଷ୍କୃତ ହୋଇଛି । ଯାହାର ଅର୍ଥ ହେଉଛି ସେତେବେଳେ ମଧ୍ୟ ଲୋକ ଶାସନ ପାଇଁ ଏକାଠି ହେଉଥିଲେ । ଆଉ ଯଦି ଏକାଠି ହେଉଥିଲେ ତେବେ ନଗରର ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଶୟରେ ଆଲୋଚନା କରୁଥିବେ । ଏହି ଆଲୋଚନାରେ ଆଗକୁ କ’ଣ କାମ ହେବ,କେମିତି ଖର୍ଚ୍ଚ ହେବ ତା’ଉପରେ ମଧ୍ୟ ଆଲୋଚନା ହେଉଥିବ । ତେଣୁ ସିନ୍ଧୁ ଘାଟିରେ ମଧ୍ୟ ବଜେଟ୍ ପ୍ରଚଳିତ ଥିଲା ବୋଲି କୁହାଯାଇପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami