ଅଯୋଧ୍ୟାରେ ପ୍ରବଳ ଭିଡ଼,ଦଳାଚକଟା

Above Post Content

ଅଯୋଧ୍ୟା: ଗତକାଲି ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜିଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିଲେ । ଧୀରେ ଧୀରେ ଭିଡ଼ ବଢିବାରେ ଲାଗିଲା । ପରେ ସ୍ଥିତି ଅଣାୟତ୍ତ ହୋଇପଡିଲା । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମନ୍ଦିରକୁ କିଛି ସମୟ ପାଇଁ ବନ୍ଦ କରିଦିଆଗଲା । ହେଲେ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ଦଳାଚଟକା ଯୋଗୁଁ କିଛି ଲୋକ ଆହତ ବି ହୋଇଥିବା ଜଣାଯାଇଛି । ଏଥିପାଇଁ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଙ୍କୁ ନିୟୋଜିତ କରାଯାଇଛି ।

Middle post content

ପରିସ୍ଥିତି ଅଣାୟତ୍ତ ହେବାରୁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

After 2nd paragraph post ads

ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅଯୋଧ୍ୟା, ରାମ କଥା ପାର୍କ ହେଲିପ୍ୟାଡରେ ଅବତରଣ କରିଥିଲା । ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ଖବର ଲେଖାହେବା ପର୍ଯ୍ୟନ୍ତ ଆଜି ପ୍ରାୟ ଅଢ଼େଇରୁ ୩ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାର ରାମଲାଲାଙ୍କୁ ଦର୍ଶନ କରିଛନ୍ତି । ସମାନ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ତରବରିଆ ଭାବେ ରାମ ଭକ୍ତଙ୍କ ପାଖକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ୧୦ରୁ ୧୫ ଦିନ ପରେ ଅଯୋଧ୍ୟା ଆସି ସହଜରେ ରାମଲାଲାଙ୍କୁ ଦର୍ଶନ କରନ୍ତୁ । କମିଶନର ଗୌରବ ଦୟାଲ ଓ ଆଇଜି ରେଞ୍ଜ ପ୍ରବୀଣ କୁମାର ଏ ନେଇ ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami