ଛାତ୍ରଙ୍କୁ ଚୁମ୍ବନ ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

Above Post Content

କର୍ଣ୍ଣାଟକ : ଛାତ୍ରଙ୍କୁ ଚୁମ୍ବନ ଦେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ । ସ୍କୁଲ ପିକ୍‌ନିକ୍ ଯାଇଥିବା ବେଳେ ଏହି ଆପତ୍ତିଜନକ ଫଟୋ ଓ ଭିଡ଼ିଓ ରେକର୍ଡ଼ କରିଥିଲେ । ଛାତ୍ରଙ୍କୁ ଚୁମ୍ବନ ଦେବାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଛାତ୍ରଙ୍କ ବାପାମାଆ ସ୍କୁଲରେ ପହଞ୍ଚି ହୋହଲ୍ଲା କରିଥିଲେ ।

Middle post content

ପିକ୍‌ନିକ୍ ଯାଇଥିବା ବେଳେ ଉଠାଇଥିଲେ ଫଟୋ

After 2nd paragraph post ads

କର୍ଣ୍ଣାଟକର ଚିକବଲ୍ଲାପୁର ଜିଲ୍ଲା ଅନ୍ତର୍ଗତ ଚିନ୍ତାମଣି ତାଲୁକ ଅଞ୍ଚଳର ମୁରୁଗାମାଲ୍ଲାରେ ଥିବା ସରକାରୀ ହାଇସ୍କୁଲ୍‌ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ନିକଟରେ ପିକ୍‌ନିକ୍ ଯାଇଥିଲେ । ସେମାନେ ଗତ ୨୨ରୁ ୨୫ ତାରିଖ ଯାଏଁ ହୋରାନାଡୁ, ଧର୍ମସ୍ଥଳ, ୟାନା ଓ ଅନ୍ୟାନ୍ୟ ସ୍ଥାନକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କ ସହ ରୋମାନ୍ସ କରିବା ସହ ଫଟୋ ସୁଟ୍ କରିଥିଲେ । ଏହିସବୁ ଫଟୋକୁ ଅନ୍ୟ ଜଣେ ଛାତ୍ର ଉଠାଇଥିଲେ । ପରେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଫଟୋକୁ ଦେଖି ଛାତ୍ରଙ୍କ ପିତାମାତା ଓ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ତୁରନ୍ତ ସ୍କୁଲ୍‌କୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିରକ୍ତ ହୋଇଥିଲେ । ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେବାରୁ ବିଇଓ ଚିନ୍ତାମଣି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami