ରାମମନ୍ଦିର ତିଆରି ନ ହେଲେ କରିବେନି ବିବାହ ବୋଲି ନେଇଥିଲେ ଶପଥ

Above Post Content

ଜୟପୁର : ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଅଯୋଧ୍ୟା ରାମମନ୍ଦିର ନିର୍ମାଣ ହେବାପରେ ଅନେକ ଭକ୍ତଙ୍କ ଇଚ୍ଛା, ବିଶ୍ୱାସ ଓ ପ୍ରତିଜ୍ଞା ପୂରଣ ହୋଇଛି । ରାଜସ୍ଥାନରେ ରହୁଥିବା ଜଣେ ଯୁବକଙ୍କ ୩୩ ବର୍ଷ ପରେ ପୂରଣ ହୋଇଛି ଶପଥ । ଅଯୋଧ୍ୟାରେ ଯଦି ରାମମନ୍ଦିର ନ ହେବ ତେବେ ସେ ବିବାହ କରିବେ ନାହିଁ ନେଇଥିଲେ ଶପଥ । ଏବେ ଏହି ବ୍ୟକ୍ତିଙ୍କ ସଂକଳ୍ପ ପୂରା ହୋଇଛି । ରାମଲାଲା ନିଜର ଭବ୍ୟମନ୍ଦିରରେ ବିରାଜମାନ ହୋଇସାରିଛନ୍ତି । ଆଉ ଏହି ବ୍ୟକ୍ତି ଅଯୋଧ୍ୟାର କାରସେବକପୁର ପରିସରରେ ଥିବା ଯଜ୍ଞବେଦୀରେ ଶାଳିନୀ ନାମକ ଜଣେ ଯୁବତୀଙ୍କ ସହ ସାତଫେରା ନେଇଛନ୍ତି । ଏହି ଯୋଡ଼ି ବରଣମାଳା ନେଇଛନ୍ତି ଯାହାକି ପ୍ରଭୁ ଶ୍ରୀରାମଙ୍କ ଶୃଙ୍ଗାର ପାଇଁ ବ୍ୟବହାର କରାଯାଇଥାଏ । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମହେନ୍ଦ୍ର

After 2nd paragraph post ads

ରାଜସ୍ଥାନର ଜୟପୁରରେ ରୁହନ୍ତି ଡା. ମହେନ୍ଦ୍ର ଭାରତୀ ଲାଲ୍ । ୧୯୯୦ରେ ବିବାହ କରିବା ପାଇଁ ଯୋଗ୍ୟ ହୋଇଥିଲେ । ମାତ୍ର ଏହି ସମୟରେ ଏକ ଗୁଳିକାଣ୍ଡ ଘଟଣାରେ ଏତେ ବ୍ୟଥିତ ହୋଇଥିଲେ ଯେ, ସେ ଶପଥ ନେଇଥିଲେ ଯେ ପର୍ଯ୍ୟନ୍ତ ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରା ନ ଯିବ ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ । ଏବେ ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଛି । ଏହା ପରେ ୩୩ ବର୍ଷର ପ୍ରତିଜ୍ଞା ଭଙ୍ଗ କରିଛନ୍ତି ମହେନ୍ଦ୍ର । ଶେଷରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ୨୦ ବର୍ଷରୁ ଅଧିକ ହେବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ରହିଆସିଛନ୍ତି । ତାଙ୍କ ଜୀବନସାଥୀ ଶାଳିନୀ ଗୌତମ ମହାବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami