ପୋଲିସ ଗାଡିରେ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା, ପୋଲିସ ଅଧିକାରୀ ସସ୍‌ପେଣ୍ଡ

Above Post Content

ପଞ୍ଜାବ: ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ଏଇ ଯେମିତି ପଞ୍ଜାବର ଜଣେ ଯୁବତୀ ପୋଲିସ ଗାଡ଼ି ଉପରେ ବସି ଭିଡ଼ିଓ ବନାଇବା ମହଙ୍ଗା ପଡ଼ିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ ସସପେଣ୍ଡ ହୋଇଛନ୍ତି
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ପୋଲିସ ଗାଡ଼ି ଜନଗହଳି ରାସ୍ତା କଡ଼ରେ ଅଟକି ରହିଛି । ଜଣେ ଯୁବତୀ ଏହି ପୋଲିସ କାର ଉପରେ ବସି ଭିଡ଼ିଓ ବନାଉଛନ୍ତି । ଏହି ସମୟରେ ଯୁବତୀଙ୍କ ପାଖରେ ପଞ୍ଜାବ ପୋଲିସ ବି ଉପସ୍ଥିତ ଅଛନ୍ତି । ପରେ ଯୁବତୀ ଜଣକ ଏହି ଭିଡ଼ିଓକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେଭିଡ଼ିଓଟି ଭାଇରାଲ ହେବା ପରେ ଏହି ମାମଲାରେ ଜଳନ୍ଧର ପୋଲିସର କମିଶନର କୁଲଦୀପ ଚହଲ ପଞ୍ଜାବ ଥାନା ଅଧିକାରୀ ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଯୁବତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯୁବତୀ ଜଣକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏହି ଭିଡିଓକୁ ଡିଲିଟ କରିଦେଇଛନ୍ତି । ପରେ ଯୁବତୀ ଜଣକ ସଫେଇ ଦେଇଛନ୍ତି ଯେ, ସେ ଏହାକୁ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ କରିଥିଲେ । ଭିଡ଼ିଓ କରିବା ପାଇଁ ସେ ପୋଲିସ ଅଧିକାରୀଙ୍କ ଠାରୁ ଅନୁମତି ନେଇଥଲେ । କାହାକୁ ବଦନାମ କରିବାର ତାଙ୍କର ଉଦ୍ଦେଶ୍ୟ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅଧିକାଂଶ ଫଲୋଅର୍ସ କହିଛନ୍ତି ଯେ, ଭିଡ଼ିଓ ବନାଇଥିବା ଯୁବତୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami