![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମାଫିଆ ଅତିକକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ମାଫିଆର ଅଚାନକ ଅନ୍ତ ସହିତ ପୀଡିତ ଏବେ ସାମ୍ନାକୁ ଆସି ମାଫିଆର ଗୁମର ଖୋଲୁଛନ୍ତି। ଏବେ ଅତିକର ନିର୍ବାଚନୀ ଟ୍ୟାକ୍ସ ଉପରୁ ପରଦା ହଟିଛି। ନିର୍ବାଚନ ଆସିଲେ ଅତିକ୍ ଲାଗୁ କରୁଥିଲା ଇଲେକ୍ସନ୍ ଟ୍ୟାକ୍ସ। ନିଜ ନିର୍ବାଚନ ଖର୍ଚ୍ଚ ଉଠାଇବାକୁ ଅତିକ ବ୍ୟବସାୟୀ ଓ ଧନୀ ବ୍ୟକ୍ତିଙ୍କଠାରୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲା। ତେବେ ଏହା ନିରବତାର ସହିତ ହେଉଥଇଲା। ଯେଉଁ ମାନଙ୍କୁ ଟାର୍ଗେଟ୍ କରାଯାଉଥିଲା ସେମାନଙ୍କ ପାଖରେ ପହଂଚୁଥିଲା ଅତିକର ଧଳା ଓ ହଳଦିଆ ଟୋକନ୍। ଧଳା ଟୋକନ ଜିଲ୍ଲାର ସବୁ ସମ୍ପନ୍ନ ବ୍ୟକ୍ତିଙ୍କ ପାଖକୁ ଯାଉଥିଲା। ଅନ୍ୟପକ୍ଷରେ ହଳଦିଆ ଟୋକନ ହସ୍ପିଟାଲ,କାରଖାନ ଓ ବଡ଼ବଡ଼ ସୋରୁମ୍ ମାଲିକଙ୍କ ପାଖକୁ ଯାଉଥିଲା।
ଧଳା 5 ଲକ୍ଷ,ହଳଦିଆ 50 ଲକ୍ଷ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଅତିକର ପିଆଦା ଟାର୍ଗେଟଙ୍କୁ ଧଳା ଓ ହଳଦିଆ ଟୋକନ ଦେଉଥିଲେ। ଯେଉଁମାନେ ଧଳା ଟୋକନ୍ ପାଉଥଇଲେ ସେମାନଙ୍କୁ ନିର୍ବାଚନୀ ଟ୍ୟାକ୍ସ୍ ବାବଦରେ 3ରୁ 5 ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା। ଆଉ ଯେଉଁମାନଙ୍କୁ ହଳଦିଆ ଟୋକନ୍ ମିଳୁଥିଲା ସେମାନାଙ୍କୁ 5ରୁ 50 ଲକ୍ଷ ପର୍ଯ୍ୟନ୍ତ ଦେବାକୁ ପଡୁଥିଲା।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ନିର୍ବାଚନ ଖର୍ଚ୍ଚ ପାଇଁ ବାହୁବଳ
ଅତିକ୍ ଅହମ୍ମଦ ମାତ୍ର 27 ବର୍ଷ ବୟସରେ ବିଧାନସଭାରେ ପହଂଚିଯାଇଥିଲା। ମନି ଓ ମସଲ ପାୱାର ତାକୁ ମାଫିଆରୁ ନେତା ବନାଇ ଦେଇଥିଲା। ସେ ମୋଟ 5 ଥର ବିଧାୟକ ଓ ଥରେ ସାଂସଦ ହୋଇଥିଲା। ନିର୍ବାଚନ ପାଣ୍ଠି ପାଇଁ ସେ ବାହୁବଳ ବ୍ୟବହାର କରୁଥିଲା। ନିର୍ବାଚନର ମାସମାସ ପୂର୍ବରୁ ଅତିକ ଓ ତାର ପିଆଦା ଟଙ୍କା ଆଦାୟ ଆରମ୍ଭ କରୁଥିଲେ। 1989ରୁ 2002 ମଧ୍ୟରେ ନିର୍ବାଚନ ଯିତିବା ପାଇଁ ସେ ବାହୁବଳ ସହିତ ଟଙ୍କାର ବ୍ୟବହାର କରିଥିଲା। ଲୋକଙ୍କୁ ଡରାଇ ଧମକାଇ ସେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କରୁଥିଲା।
ଭୋଟରଙ୍କୁ ଡରାଇବା ପାଇଁ ଶକ୍ତି ପ୍ରଦର୍ଶନ
ପ୍ରୟାଗରାଜର ଜଣେ ବ୍ୟବସାୟୀଙ୍କ ଅନୁସାରେ ଅତିକ ଓ ଅଶରଫ ସବୁବେଳେ ଶକ୍ତି ପ୍ରଦର୍ଶନରେ ବିଶ୍ୱାସ କରୁଥିଲେ। ସବୁବେଳେ ସେମାନେ ବନ୍ଧକଧାରୀଙ୍କ ଘେରରେ ରହୁଥିଲେ। ଏସବୁ ଜାଣିଶୁଣି କରାଯାଉଥିଲା। ଏହାପଛରେ ଥିଲା ଲୋକଙ୍କୁ ଡରାଇବା ଉଦ୍ଦେଶ୍ୟ। କିଛି କାମ ନଥାଇ ମଧ୍ୟ ଦୁଇ ଭାଇ ଅସ୍ତ୍ରଶସ୍ତ୍ର ସହିତ ସହରଠାରୁ ଗାଁ ଗାଁ ବୁଲୁଥିଲେ। ଜଣେ ଭୋଟରଙ୍କ ଅନୁସାରେ ଭୋଟିଂ ପୂର୍ବଦିନ ସୁବେଦାରଗଂଜର ଏକ ଖୋଲା ପଡ଼ିଆରେ ଶହଶହ ସଂଖ୍ୟାରେ ଟ୍ରକ୍ ଲାଗୁଥିଲା। ଏହି ଟ୍ରକରେ ଶହଶହ ସଂଖ୍ୟାରେ ବୁର୍ଖା ପିନ୍ଧିଥିବା ମହିଳା ସେଠାକୁ ଆସୁଥିଲେ। ଏହି ମହିଳା ମାନେ ଅତିକ୍ ପାଇଁ ବେଆଇନ୍ ଭୋଟିଂ କରୁଥିଲେ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)