ଦୀର୍ଘଦିନ ରହିଲେ ମଧ୍ୟ ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

Above Post Content

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି । ବାସ୍ତବରେ ଆମ ଦେଶରେ ପ୍ରତ୍ୟେକ ଧର୍ମର ଲୋକ ବସବାସ କରନ୍ତି । ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି । ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ । ଏହି ଧର୍ମରେ ପ୍ରକୃତିକୁ ବହୁତ ଗୁରୁତ୍ୱ ଦିଆଯାଏ । ପୂଜାରେ ୫ଟି ଉପାଦାନକୁ ବହୁତ ଗୁରୁତ୍ୱ ଦିଆଯାଏ । ହିନ୍ଦୁଧର୍ମ ଉପାସନା ବିଷୟରେ କହିବାକୁ ଗଲେ ଗଙ୍ଗାଜଳର ବିଶେଷ ମହତ୍ତ୍ୱ୍ୱ ରହିଛି । ପ୍ରତ୍ୟେକ ଶୁଭକାର୍ଯ୍ୟରେ ଗଙ୍ଗାଜଳର ଆବଶ୍ୟକତା ରହିଥାଏ । ତେଣୁ ଗଙ୍ଗାଜଳ ବିନା କୌଣସି ପୂଜା ପୂରା ହୁଏ ନାହିଁ ।

ଶୁଖେନାହିଁ ଗଙ୍ଗାଜଳ

After 2nd paragraph post ads
Middle post content

ଗଙ୍ଗାଜଳକୁ ଏତେ ଗୁରୁତ୍ୱ ଦେବାର ଏକ କାରଣ ବି ରହିଛି । ଯଦିଓ ଅନେକ ଲୋକ ପୁରାଣ କାହାଣୀରେ ବିଶ୍ୱାସ କରିପାରନ୍ତି ନାହିଁ, ଏହା ସତ ଯେ; ଗଙ୍ଗାନଦୀର ଜଳ କେବେ ଶୁଖେ ନାହିଁ । ଅନ୍ୟ କୌଣସି ଜଳ ସଂଗ୍ରହ କରି ଏକ ବୋତଲରେ ରଖନ୍ତୁ । ଦେଖିବେ କିଛିଦିନ ପରେ ଏହି ପାଣି ନଷ୍ଟ ହୋଇଯିବ । କିନ୍ତୁ କେବଳ ଗଙ୍ଗାନଦୀର ଜଳ, ଏପରି ଜଳ ଯାହା କେବେ ବି ନଷ୍ଟ ହୁଏ ନାହିଁ । ତେବେ ଏହି ନଦୀ ଭଗବାନଙ୍କଠାରୁ ପ୍ରାପ୍ତ ହେତୁ ଚମତ୍କାର କି? କିମ୍ବା ଏହା ପଛରେ ଆଉ କିଛି କାରଣ ରହିଛି ଜାଣନ୍ତୁ ଏ ସମ୍ପର୍କରେ… ।

ଏହା ଏକ ଚମତ୍କାରିତା

ଯଦି ଆପଣ ଅନ୍ୟ କୌଣସି ନଦୀରୁ ପାଣି ବୋତଲରେ ଭରନ୍ତି, ତେବେ ଏହା କିଛି ସମୟ ପରେ ନଷ୍ଟ ହୋଇଯାଏ । କେବଳ ଏତିକି ନୁହେଁ, ଏହା ମଧ୍ୟ ଦୁର୍ଗନ୍ଧ ହୋଇଥାଏ । କିନ୍ତୁ ଏହିପରି ଜୀବାଣୁ ଗଙ୍ଗା ପାଣିରେ ମିଳିଥାଏ, ଯାହା ଜୀବାଣୁକୁ ବଢ଼ିବାକୁ ଦିଏ ନାହିଁ । ଯଦି ପାଣିରେ କୌଣସିି ଅପରିଷ୍କାରତା ଥାଏ ତେବେ ଏହାକୁ ଦୂର କରାଯାଇଥାଏ । ଏହି କାରଣରୁ ଗଙ୍ଗାଜଳକୁ ଯେତେ ବର୍ଷ ବୋତଲରେ ରଖାଯାଏ ନା କାହିଁକି ଏହା ଦୁର୍ଗନ୍ଧ ହୁଏ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ । ଏହାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଏହା ଏକ ଚମତ୍କାରିତା ବୋଲି କୁହାଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami