ଭବିଷ୍ୟତର ପୃଥିବୀ : ୨୦୪୧ରେ ଏମିତି ବଦଳି ଯାଇଥିବ ଦୁନିଆ, ଡାକ୍ତରଙ୍କ ବଦଳରେ ମେସିନ୍ ଦେଖୁଥିବ ରୋଗୀ !

Above Post Content

ଭବିଷ୍ୟତ କେମିତି ରହିବ ? ଭବିଷ୍ୟତକୁ ନେଇ ମଣିଷ ସବୁ ଯୁଗରେ ଆଗ୍ରହୀ ରହିଛି । ଭବିଷ୍ୟତକୁ ଦେଖିବାର ଇଛାରୁ ହିଁ ଜନ୍ମ ନେଇଛି କେତେ ପୁରାଣ କାହାଣୀ । ପୁଣି ସେଇ ଇଛାରୁ ଜନ୍ମ ନେଇଛି କଳ୍ପ ବିଜ୍ଞାନ ଉପନ୍ୟାସ ବା ସାଇନ୍ସ ଫିକ୍ସନ । ଆପଣ ଯଦି ହଲିଉଡ୍ ଫିଲ୍ମର ଫ୍ୟାନ୍ ହୋଇଥିବେ ତେବେ ନିଶ୍ଚିତ ଭାବେ ଏମିତି ଅତିକମରେ ଗୋଟିଏ ଫିଲ୍ମ ଦେଖିଥିବେ ଯେଉଁଥିରେ ଭବିଷ୍ୟତ ପୃଥିବୀ କଥା କୁହାଯାଇଥିବ । ଟର୍ମିନେଟର ଭଳି ଫିଲ୍ମରେ ଭବିଷ୍ୟତରୁ ଆସିଥିବା ରୋବଟ ମାନବ ସମାଜକୁ ଧ୍ୱଂସ କରିବା ପାଇଁ ଆସିଥାଏ । ପୁଣି ତା’ର ମୁକାବିଲା ପାଇଁ ଆଉ ଗୋଟିଏ ମେସିନର ଅବିର୍ଭାବ ଘଟେ । ଏମିତିରେ ଆଜିଠୁ ୨୦ ବର୍ଷ ପରେ ଭବିଷ୍ୟତ କେମିତି ହୋଇଥିବା ବୋଲି ଯଦି ଆପଣଙ୍କ ପଚରା ଯାଏ ତେବେ ଉତ୍ତର କ’ଣ ହେବ ?

ଏହାକୁ ବୁଝିବା ପାଇଁ ବର୍ତ୍ତମାନ ଟେକ୍ନୋଲୋଜି ଯେଉଁଭଳି ଦ୍ରୁତ ଗତିରେ ଦୌଡୁଛି ତାକୁ ବୁଝନ୍ତୁ । ବୁଝିବାକୁ ଚେଷ୍ଟା କରନ୍ତୁ ଯେ, ୨୦୪୧ରେ ଦୁନିଆ କେଉଁଠି ଥିବ । ସେତେବେଳେ କ’ଣ ପୃଥିବୀ ପ୍ରଳୟର ପାଖାପାଖି ଥିବ ? କ’ଣ ଏଇଥିପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନେ ମହାକାଶର ଚକ୍କର କାଟିବାକୁ ଆରମ୍ଭ କଲେଣି ? ସେମାନେ କ’ଣ ଜାଣି ସାରିଲେଣି ଯେ, ପୃଥିବୀରେ ଆଉ କିଛି ମଧ୍ୟ ବଂଚିନାହିଁ । ତେଣୁ ଏହାକୁ ଛାଡି ଅଲଗା ଗ୍ରହରେ ଠିକଣା ଖୋଜିବାକୁ ପଡିବ ?

After 2nd paragraph post ads

ଇଂରାଜି ଫିଲ୍ମରେ ଆପଣ ଭବିଷ୍ୟତର ମଣିଷ ଦେହରେ ଚିପ୍ ଲାଗିଥିବା ଦେଖିଥିବେ । ଏହା ଏବେ କଳ୍ପନା ଲାଗୁଥାଇ ପାରେ । କିନ୍ତୁ ଭବିଷ୍ୟତରେ ଏହା ସତ ହେବାକୁ ଯାଉଛି । ଯେତେବେଳେ ଆପଣ ୨୦୪୧ରେ ପହଂଚିବେ ସେତେବେଳେ ଏହା ସତ ହୋଇଯାଇଥିବ । ଆଜିର ସ୍ମାର୍ଟ ଫୋନ୍ ସେତେବେଳେ ଆପଣଙ୍କୁ ପ୍ରସ୍ତରଯୁଗର ଟେକ୍ନୋଲଜି ଲାଗିବ ।

ଫୋନ୍ ଓ କମ୍ପ୍ୟୁଟରର କ’ଣ ହେବ ?

ଆଜି ଯେଉଁ ସ୍ମାର୍ଟ ଫୋନକୁ ଆପଣ ସବୁଠାରୁ ଅଧିକ ଆଡଭାନ୍ସ ବୋଲି ମାନୁଛନ୍ତି, ହୁଏତ ୨୦୪୧ ବେଳକୁ ତାହା ପୁରୁଣା ହୋଇଯାଇଥିବ । ସେ ସମୟରେ ଆପଣଙ୍କ ହାତର ଏହାଠାରୁ ଆଡଭାନ୍ସ ଚିଜ ଥାଇପାରେ । କାରଣ ଫୋନ୍ ଓ କମ୍ପ୍ୟୁଟର ଦୁନିଆରେ ଏବେ ସବୁଠାରୁ ଅଧିକ ରିସର୍ଚ୍ଚ ହେଉଛି । ୨୦୪୧ ବେଳକୁ ହୁଏତ କମ୍ପ୍ୟୁଟର ଆପଣଙ୍କ ଦେହ ଭିତରେ ଫିଟ୍ ହୋଇଯାଇଥିବ । ଆପଣଙ୍କ ଆଖିରେ ଏମିତି କଣ୍ଟାକ୍ଟ ଲେନ୍ସ ଲାଗିଥିବ ଯାହାଦ୍ୱାରା ଆପଣ ସବୁକିଛି ଅତି ପାଖରୁ ଦେଖି ପାରୁଥିବେ । ସେହି ସମୟରେ ଯେଉଁ ଟେକ୍ନୋଲଜି ଚରମରେ ଥିବ ତାହା ହେଉଛି ଭର୍ଚୁଲା ଟେକ୍ନୋଲୋଜି । କରୋନା ଏହା ଦେଖାଇ ଦେଇଛି ଯେ, ଆଗାମୀ ଯୁଗ ହେଉଛି ଭର୍ଚୁଆଲ ଯୁଗ । ସବୁକିଛି ଆଭାସୀ ହେବ । ବାସ ଆମେ କେବଳ ଅନୁଭବ କରିବା ଯେ, ଆମ ପାଖରେ କିଏ ଜଣେ ଅଛି କିନ୍ତୁ ସତ ଆଉ କିଛି ହୋଇଥିବ ।

Middle post content

ଡାକ୍ତର ନୁହନ୍ତି ମେସିନ୍ କରିବ ଚିକିତ୍ସା

ଆଜି ଆପଣ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଉଛନ୍ତି । ଡାକ୍ତରଖାନରେ ମେସିନ ଦେଖୁଛନ୍ତି । କିନ୍ତୁ ଭବିଷ୍ୟତ ପୁରା ଅଲଗା ହେବ । ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏ.ଆଇ ଆଧାରିତ ହେବ । ଏଆଇ ହିଁ ଆପଣଙ୍କ ବଡି ସିଷ୍ଟମର ଅଧ୍ୟୟନ କରି ଚିକିତ୍ସା ନିରୁପଣ କରିବ । ଆଜିକାଲି ସ୍ମାର୍ଟଫୋନ୍ ଓ ସ୍ମାର୍ଟ ୱାଚ ଏହାର ଟ୍ରେଲର ଦେଖାଇ ସାରିଲେଣି । ଭବିଷ୍ୟତ ଏହାଠାରୁ ଅଧିକ ଚକିତ କଲାଭଳି ହେବ । ଭବିଷ୍ୟତରେ ପରିବହନ ବ୍ୟବସ୍ଥା ଅଟୋମେସନ୍ ଆଧାରିତ ହେବ । ଅର୍ଥାତ ଆପଣ ଚାଳକବିହିନ ଗାଡିରେ ଯାତ୍ରା କରିବେ । ଗାଡିରେ ଡ୍ରାଇଭର ନଥିବ । ଆପଣ ଗାଡିରେ ବସିବେ ଓ ନିଜ ଗନ୍ତବ୍ୟସ୍ଥଳ ବାବଦରେ ଗାଡିକୁ କହିବେ । ଗାଡି ଆପଣଙ୍କ ସେଠାରେ ପହଂଚାଇ ଦେବ ।

ମାନବୀୟ ଶ୍ରମର କୌଣସି ମୁଲ୍ୟ ରହିବ ନାହିଁ

ଭବିଷ୍ୟତର ଏହା ହେଉଛି ସବୁଠାରୁ ଖରାପ ଖବର । ଭବିଷ୍ୟତରେ ମାନବୀୟ ଶ୍ରମର କୌଣସି ମୁଲ୍ୟ ରହିବ ନାହିଁ । ମଣିଷଙ୍କ ସ୍ଥାନ ମେସିନ୍ ନେବେ । କାରଖାନାଠାରୁ ଘରେ ସବୁଠି ମେସିନ୍ କାମ କରିବେ । ଆମେରିକା କମ୍ପାନୀର କାମ ଭାରତରେ ହେବ କାରଣ ସେଇ ସମୟର ଭର୍ଚୁଆଲ ଯୁଗ ହେବ । ଅଫିସ ବଦଳରେ ଘରେ ବସି କିମ୍ବା ଗାଡିରେ ବସି କାମ କରାଯିବ । ତେବେ ଅସଲ କଥା ହେଲା ବିଶ୍ୱ ତାପମାତ୍ରା ଏବେ ୩ ଡିଗ୍ରୀ ହିସାବରେ ବଢୁଛି ଏମିତିରେ ୨୦ ବର୍ଷ ପରେ ପୃଥିବୀର ସ୍ଥିତି କ’ଣ ଥିବ ? ହେବାକୁ ହେଲେ ଦୁଇ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିବ । ଆଗାମୀ ୨୦ ବର୍ଷ ଭିତରେ କାର୍ବନ ଉତ୍ସର୍ଜନ କମ ହୋଇଥିଲେ ପୃଥିବୀ ସୁସ୍ଥ ହୋଇଯାଇଥିବ । କିନ୍ତୁ ଯଦି ଧନୀ ଦେଶ ନିଜ କାର୍ବନ ଉତ୍ସର୍ଜନ କମ ନକରନ୍ତି ତେବେ ପୃଥିବୀ ବାସପୋଯୋଗୀ ରହିବ ନାହିଁ । ଏମିତିରେ ସେତେବେଳକୁ ବୈଜ୍ଞାନିକ ଅନ୍ୟଗ୍ରହରେ ମାନବ ପ୍ରଜାତି ପାଇଁ ନୂଆ ଠିକଣା ଖୋଜୁଥିବେ ।

ପ୍ରଦୁଷଣର ନାଁ ଗନ୍ଧ ନଥିବ

ଆଶା ଉପରେ ଦୁନିଆ ବଞ୍ଚେ । ଏବେ ପ୍ରଦୁଷଣ କମ କରିବା ପାଇଁ ଗ୍ରୀନ ଏନର୍ଜି ଉପରେ ଢେର କାମ ହେଉଛି । ଆଗାମୀ ୨୦ ବର୍ଷ ଭିତରେ ହୁଏତ ଏଭଳି ଟେକ୍ନୋଲୋଜି ବାହାରି ସାରିଥିବ ଯାହା ପ୍ରଦୁଷଣ କମ କରିଦେବ । ହୁଏତ ଅଧିକ ବନୀକରଣ ପାଇଁ ମଧ୍ୟ ପ୍ରଦୁଷଣ ଏଗଦମ କମିଯିବ । ଶେଷରେ ଏତିକି କୁହାଯାଇପାରେ ଯେ, ୨୦୪୧ ବେଳକୁ ପୃଥିବୀର ଭୂଗୋଳ ଓ ଆକାର ପ୍ରକାର ଆଜି ଭଳି ନିଶ୍ଚୟ ନଥିବ କିନ୍ତୁ କେମିତି ହେବ ତାହାକୁ ନେଇ ଏବେ କଳ୍ପନା କରାଯାଇ ପାରେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami