![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ASML ଏମିତି ଗୋଟିଏ ନାଁ ଯାହାକୁ ହୁଏତ ଆପଣ ଶୁଣିନଥିବେ। କିନ୍ତୁ ଅଜଣା ଅଶୁଣା ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ। ଟାଟା,ଇନଫୋସିସ୍,ଆମାଜନ,ଟେସଲାଠାରୁ ନାସା ଓ ଇସ୍ରୋ ସମସ୍ତଙ୍କ ତଣ୍ଟି ଧରିଥିବା କମ୍ପାନୀର ନାମ ହେଉଛି ASML। ଆଉ ଏଥିରେ ଯିଏ ଥରେ ଚାକିରି କରେ ସିଏ କେବେ ଚାକିରି ଛାଡିପାରେ ନାହିଁ। କାହିଁକି ଆସନ୍ତୁ ଜାଣିବା। ଫ୍ରିଜ୍ ହେଉ କି ୱାସିଂମେସିନ୍ କି କମ୍ପ୍ୟୁଟର ସବୁଥିରେ ଅଛି ସେମିକଣ୍ଡକ୍ଟର। ଆଉ ଏହି ସେମିକଣ୍ଡକ୍ଟର ତିଆରି କରୁଥିବା ଦୁନିଆର ଗୋଟିଏ ମାତ୍ର କମ୍ପାନୀ ହେଉଛି ASML… ଯେଉଁ ଦେଶ ସେମିକଣ୍ଡକ୍ଟର ବଜାର ଉପରେ କବଜା କରିବ ସିଏ ହେବ ଆଗାମୀ ସୁପରପାୱାର। କିନ୍ତୁ ଏହି କମ୍ପାନୀ ଯଦି ଚାହିଁବ ତେବେ ଯେକୌଣସି ଦେଶର ଅର୍ଥନୀତିକୁ ବରବାଦ କରିଦେବ। କାରଣ ଯଏଉଁ ଲିଥୋଗ୍ରାଫି ଚିପ୍ ପ୍ରିଣ୍ଟିଂ ମେସିନ୍ ଦ୍ୱାରା ସେମିକଣ୍ଡକ୍ଟର ଚିପ୍ ତିଆରି ହୁଏ ତାକୁ କେବଳ ଏହି କମ୍ପାନୀ ତିଆରି କରିଥାଏ। ଗୋଟିଏ ମେସିନର ଦାମ 15ଶହ କୋଟି ଟଙ୍କା ହୋଇଥାଏ। ତେବେ ସିକ୍ରେଟ୍ ଲିକ୍ ହେବା ଡରରେ କମ୍ପାନୀ ଯାହାକୁ ମେସିନ ଦିଏ ତାକୁ ମେସିନ ଚଳାଇବା ଶିଖାଏ ନାହିଁ। କମ୍ପାନୀର ଇଂଜିନିୟର ମେସିନ ସହିତ ଯାଆନ୍ତି ମେସିନ୍ ଚଳାଇବା ପାଇଁ। ସେମିତି ମେସିନ୍ ସିକ୍ରେଟ୍ କାଳେ ବାହାରକୁ ଚାଲିଯିବ ସେଥିପାଇଁ ଏହାର କର୍ମାଚାରୀଙ୍କୁ କେବେ ମଧ୍ୟ ଚାକିରି ଛାଡିବାକୁ ଦିଆଯାଏନାହିଁ। ଏହି କମ୍ପାନୀର ଏଚଆର ଓ ମ୍ୟାନେଜମେଣ୍ଟ୍ ସେକ୍ସନରୁ ହିଁ ବର୍ଷକୁ 5 ପ୍ରତିଶତ କର୍ମଚାରୀ ଚାକିରି ଛାଡନ୍ତି। କିନ୍ତୁ ମାନୁଫେକ୍ଚରିଂ ୟୁନିଟରୁ କାହାକୁ ଚାକିରି ଛାଡିବାକୁ ଦିଆଯାଏନାହିଁ।
ନେଦରଲାଣ୍ଡର କମ୍ପାନୀ,ବିଶ୍ୱ ଉପରେ ରାଜୁତି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଏଏସଏମଏଲ ହେଉଛି ନେଦରଲାଣ୍ଡର କମ୍ପାନୀ। ଏହି କମ୍ପାନୀ ଆରମ୍ଭରୁ ହିଁ ଗୋଟିଏ ସେକ୍ଟରରେ କାମ କରିଆସୁଛି। 1980 ଦଶକରେ ଏହା ସେମିକଣ୍ଡକ୍ଟର ପ୍ରିଣ୍ଟିଂ ମେସିନ୍ ତିଆରି କରିବା ଆରମ୍ଭ କରିଥିଲା। ସେତେବେଳେ ସେମିକଣ୍ଡକ୍ଟର ଚିପର ଚାହିଦା ସେତେ ଅଧିକା ନଥିଲା। କାରଣ 1980 ଦଶକ ଥିଲା କମ୍ପ୍ୟୁଟର ବିପ୍ଲବର ପ୍ରାରମ୍ଭିକ କାଳ। ଏହି ସମୟରେ ପ୍ରାୟ ସବୁ ମାନୁଆଲ ଥିଲା। କିନ୍ତୁ ଆଗାକୁ ସବୁ ବଦଳିବାକୁ ଯାଉଥିଲା। ସବୁକିଛି ଅଟୋମେଟେଡ୍ ହେବା ସହିତ ସେମିକଣ୍ଡକ୍ଟରର ଚାହିଦା ବଢିଥିଲା ଯାହାର ଫାଇଦା ଏଏସଏମଏଲ କମ୍ପାନୀ ଉଠାଇଥିଲା। 1984 ମହିସାରେ ନେଦରଲ୍ୟାଣ୍ଡର ଆଇଧୋବେନ ନାମକ ସହରରେ ଫିଲିପ୍ସ କମ୍ପାନୀର ଏକ ସେଡରେ ଏହି କମ୍ପାନୀର ମୁଳଦୁଆ ପଡିଥିଲା।1883ରେ ଆଇବିଏମ୍ ଯେଉଁ ସୁପରକମ୍ପ୍ୟୁଟର ତିଆରି କରିଥିଲା ତାର ଚିପ୍କୁ ଏଏସଏମଲ ତିଆରି କରିଥିଲା। ଏହି ସେକ୍ଟରରେ ଆଗରୁ ଯେଉଁ ସବୁ କମ୍ପାନୀ ଥିଲେ ସେମାନ ଏଥିରୁ ଓହରିଯିବା ସହିତ ବଜାର ଉପରେ ଏଏସଏମଏଲର ଏକାଧିପତ୍ୟ ପ୍ରତିଷ୍ଠା ହୋଇଥିଲା
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଏଏସଏମଏଲର ଶକ୍ତିକୁ ବୁଝନ୍ତୁ
ସେମିକଣ୍ଡକ୍ଟର ଚିପ୍ ଦୁଇଟି ଟେକନିକରେ ତିଆରି ହୋଇଥାଏ। ତେବେ ଏହି ଦୁଇ ଟେକନିକର ପ୍ୟାଟେଣ୍ଟ୍ ଏଏସଏମଏଲ ପାଖରେ ଅଛି। ଯଦି କୌଣସି କମ୍ପାନୀ ବିନା ଏଏସଏମଏଲ ମେସିନ୍ ଦ୍ୱାରା ସେମିକଣ୍ଡକ୍ଟର ତିଆରି କରେ ତେବେ ପେଟେଣ୍ଟ୍ ସର୍ତ୍ତ ଅନୁସାରେ ତାକୁ ଏହା ପ୍ରମାଣିତ କରିବାକୁ ପଡ଼ିବ ଯେ,ଟେକନିକ୍ ସେମାନଙ୍କ ନିଜସ୍ୱ। ଏହା ସହିତ କଞ୍ଚାମାଲ ବଜାର ଉପରେ ମଧ୍ୟ ଏହି କମ୍ପାନୀର ଏକାଧିପତ୍ୟ ରହିଛି। ଦୁନିଆର 5 ହଜାର ଭେଣ୍ଡରଙ୍କଠାରୁ ଏଏସଏମଏଲ କଂଚା ମାଲ କିଣିଥାଏ। ଫଳରେ କୌଣସି ନୂଆକମ୍ପାନୀ ଚାହିଁଲେ ମଧ୍ୟ ବଜାରକୁ ପ୍ରବେଶ କରି ପାରୁନାହାନ୍ତି ବା ପାରିବେ ନାହିଁ। ବଜାରରେ ପ୍ରତଦ୍ୱନ୍ଦ୍ୱିତାରୁ ବଂଚିବା ପାଇଁ ଏଏସଏମଏଲ ଦୁଇଟି ରାସ୍ତା ଆପଣାଇଥିଲା। ପ୍ରତିଦ୍ୱନ୍ଦ୍ୱୀ ଏହାର ଟେକନିକ୍ ଆଗରେ ତିଷ୍ଟି ନପାରି ବଜାରରୁ ହଟି ଯାଇଥିଲେ ଓ ଯେଉଁମାନେ ଥିଲେ ସେମାନଙ୍କୁ ଏହା କିଣି ନେଇଥିଲା।
ଗୋଟିଏ କମ୍ପାନୀ ପାଇଁ ଭୟରେ ଚୀନ୍
ଚୀନ୍ ବିଶ୍ୱ ସେମିକଣ୍ଡକ୍ଟର ବଜାର ଉପରେ କବଜା ଚାହୁଁଛି। ଆମେରିକା ଭଲ ଭାବେ ଜାଣିଛି ଯେ,ଯଦି ଏମିତି ହୁଏ ତେବେ ବିଶ୍ୱ ବଜାର ଉପରେ ଚୀନର ପ୍ରଭାବ ବୃଦ୍ଧି ପାଇବ। ତେଣୁ ଆମେରିକା ଚୀନକୁ ଅଟକାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛି। ଚୀନକୁ ଚିପ୍ ୱାରରେ ହରାଇବା ପାଇଁ ଆମେରିକା ଏଏସଏମଏଲକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଏଏସଏମଏଲ ଯଦି କୌଣସି ଦେଶକୁ ମେସିନ୍ ଦେବ ନାହିଁ ତେବେ ଚିପ୍ ତିଆରି ହୋଇପାରିବ ନାହିଁ। ଚିପ୍ ମ୍ୟାନୁଫେକ୍ଚରିଂ କମ୍ପାନୀ ଚିପ୍ ଡିଜାଇନ୍ କରନ୍ତି। ଡିଜାଇନ୍ ଅନୁସାରେ ଏଏସଏମଏଲ ର ଲିଥୋଗ୍ରାଫି ମେସିନ୍ ତାକୁ ପ୍ରିଣ୍ଟ୍ କରିଥାଏ। ଆମେରିକା ନେଦରଲ୍ୟାଣ୍ଡ୍ ସହିତ ନିକଟରେ ଗୋଟିଏ ଚୁକ୍ତି କରିଛି। ଏହି ଚୁକ୍ତି ଅନୁସାରେ ଏଏସଏମଏଲ ଚୀନକୁ ଲିଥୋଗ୍ରାଫି ମେସିନ୍ ବିକ୍ରି କରି ପାରିବ ନାହିଁ। ଫଳରେ ଚୀନ୍ ସୁକ୍ଷ୍ମ ସେମିକଣ୍ଡକ୍ଟର ଚିପ୍ ତିଆରି କରିପାରିବ ନାହିଁ। ଏହା ସହିତ ସେମିକଣ୍ଡକ୍ଟର ବଜାର ଉପରେ କବଜାର ଡ୍ରାଗନ୍ ସ୍ୱପ୍ନ,ସ୍ୱପ୍ନ ହୋଇ ରହିଯିବ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)