ଆଇସଲ୍ୟାଣ୍ଡରେ ସପ୍ତାହକୁ ୪ ଦିନ କାମ ପ୍ରୟୋଗକୁ କାହିଁକି ମିଳିଲା ବଡ଼ ସଫଳତା ? ଜାଣନ୍ତୁ

Above Post Content

କରୋନା ଅଫିସ କାର୍ଯ୍ୟଶୈଳିକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । କରୋନା କାରଣରୁ ଅନେକ ଦେଶର କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମର ବିକଳ୍ପ ଦେଇଥିଲେ । ୱାର୍କ୍ ଫ୍ରମ୍ ହୋମର ସଫଳତାକୁ ନେଇ ବିବାଦ ଥାଇ ପାରେ କିନ୍ତୁ ଏହା ସତ ଯେ, କାମ କରିବାର ତରିକାକୁ କିନ୍ତୁ ଏହା ବଦଳାଇ ଦେଇଛି । ଏବେ କିନ୍ତୁ ଲାଗୁଛି ଏଥିରେ ମଧ୍ୟ ପରିବର୍ତ୍ତନ ଆସିପାରେ । କିଛି ବଡ଼ କମ୍ପାନୀ ନିଜ କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କାମ କରିବାର ବିକଳ୍ପ ଦେଉଛନ୍ତି । ଆଇସଲ୍ୟାଣ୍ଡରେ ଏହିଭଳି ଏକ ପରୀକ୍ଷା ହୋଇଥିଲା । ଯେଉଁଥିରେ କର୍ମଚାରୀଙ୍କ କାମ କରିବା ଦିନର ସଂଖ୍ୟାକୁ କମ କରି ୪ ଦିନ କରି ଦିଆଯାଇଥିଲା । ଏବେ ଏହାର ଫଳାଫଳ ଆସିଛି । ରିପୋର୍ଟ କହୁଛି ଯେ, ସପ୍ତାହକୁ ୪ ଦିନ କାମ କରୁଥିବା କର୍ମଚାରୀ ଅଧିକ ପ୍ରଡକ୍ଟିଭ୍ ହୋଇଥାନ୍ତି

ଆଇସଲାଣ୍ଡରେ ଏହା ଦେଖିବାକୁ ମିଳିଥିଲା ଯେ, କାମର ଚାପ ଓ ଅଧିକ ସମୟ କାମ କରିବା କାରଣରୁ କର୍ମଚାରୀ ନିଜ ପରିବାର ପ୍ରତି ଧ୍ୟାନ ଦେଇ ପାରୁନାହାନ୍ତି । ଫଳରେ ସେମାନେ ମାନସିକ ଅବସାଦର ଶିକାର ହେଉଛନ୍ତି । ଯାହାର ପ୍ରଭାବ ସେମାନଙ୍କ କାମରେ ମଧ୍ୟ ଦେଖିବାକୁ ମିଳୁଥିଲା । ଆଇସଲାଣ୍ଡ୍ ସରକାର ତେଣୁ ଏକ ପ୍ରୟୋଗ କ୍ରମରେ ସାପ୍ତାହିକ କାର୍ଯ୍ୟଦିବସକୁ ୪ ଦିନ କରି ଦେଇଥିଲେ । ଅବଶ୍ୟ ଏହାକୁ ଦେଶର ୧୦୦ କମ୍ପାନୀରେ ଲାଗୁ କରାଯାଇଥିଲା ।

After 2nd paragraph post ads

୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ଚାଲିଥିବା ଏହି ଟ୍ରାଏଲରେ ୧୦୦ କମ୍ପାନୀର ୨୫୦୦ରୁ ଅଧିକ କର୍ମଚାରୀ ଭାଗ ନେଇଥିଲେ । ଏହା ସେହି ଦେଶର କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟାର ୧ ପ୍ରତିଶତ ଥିଲା । ସେମାନଙ୍କୁ ସପ୍ତାହକୁ ୪ ଦିନ କାମ କରିବାକୁ କୁହାଯାଇଥିଲା । ଫଳରେ ସାପ୍ତାହିକ କାର୍ଯ୍ୟଘଣ୍ଟା ହ୍ରାସ ପାଇ ୩୫ ଘଣ୍ଟା ହୋଇଥିଲା ।

ଆଇସଲାଣ୍ଡିକ୍ ଆସୋସିଏସନ୍ ଅଫ୍ ସଷ୍ଟେନିବିଲିଟି ଆଣ୍ଡ୍ ଡେମୋକ୍ରସି ସହିତ ମିଶି ବ୍ରିଟରେ ଥିଙ୍କ୍ ଟ୍ୟାଙ୍କ ଅଟୋନାମି ଏହି ଅଧ୍ୟୟନର ବିଶ୍ଲେଷଣ କରିଥିଲେ । ବିଶ୍ଲେଷଣରୁ ଜଣା ପଡିଥିଲା ଯେ, କାର୍ଯ୍ୟଦିବସ କମିବାରୁ କର୍ମଚାରି ଅଧିକ ଉତ୍ସାହିତ ଓ ଖୁସି ଥିଲେ । ଯାହାର ସକରାତ୍ମକ ପ୍ରଭାବ ସେମାନଙ୍କ କାମରେ ମଧ୍ୟ ଦେଖିବାକୁ ମିଳିଥିଲା । କମ୍ପାନିଗୁଡିକଙ୍କର ଲାଭ ମଧ୍ୟ ଭଲ ହୋଇଥିଲା । ଟ୍ରାଏଲ ଫଳାଫଳ ଉତ୍ତମ ଆସିବା ପରେ ଦେଶର ପ୍ରାୟ ୮୬ ପ୍ରତିଶତ କମ୍ପାନୀ ନିଜ କାର୍ଯ୍ୟ ଦିବସକୁ ୪ ଦିନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Middle post content

ତେବେ ଆଇସଲାଣ୍ଡ୍ ଏଭଳି ଏକମାତ୍ର ଦେଶ ନୁହେଁ ଯେଉଁଠି ସାପ୍ତାହିକ କାର୍ଯ୍ୟଦିବସ ୪ ଦିନ କରିବା ପାଇଁ ଚିନ୍ତା ହୋଇଛି ବା ହୋଇଥିଲା । ସ୍ପେନ୍ ଓ ନ୍ୟୁଜଲାଣ୍ଡରେ ବର୍ତ୍ତମାନ ଏଭଳି ପ୍ରୟୋଗ ଚାଲିଛି । ଜାପାନରେ ଆଗରୁ ଏହିଭଳି ଏକ ପ୍ରୟୋଗ ହୋଇଥିଲା ଦ ଗାର୍ଡିଆନର ରିପୋର୍ଟ ଅନୁସାରେ ସ୍ପେନରେ ଏଭଳି ଟ୍ରାଏଲ ପଛରେ ଅଲଗା କାରଣ ରହିଛି । ସ୍ପେନରେ କାର୍ଯ୍ୟ ଘଣ୍ଟା ଅଧିକ ଥିବାବେଳେ ପ୍ରଡକ୍ଟିଭିଟି ବହୁତ କମ । ତେଣୁ ସେଠାକାର ସରକାର ସାପ୍ତାହିକ କାର୍ଯ୍ୟଦିବସ କମ କରିବାକୁ ଚିନ୍ତା କରୁଛନ୍ତି ।

ଅଫିସରେ ସବୁଠୁ ଅଧିକ ସମୟ ଖଟୁଥିବେ ଦେଶ ତେବେ କିଏ ? ଯଦି ଆପଣଙ୍କ ଉତ୍ତର ଭାରତ ତେବେ ଭୁଲ । ଏହି ମାମଲାରେ ଚୀନ୍ ଓ ମକ୍ସିକୋ ଆଗରେ ଅଛନ୍ତି । ୟୁରୋପିୟ ସଂଗଠନ ଅର୍ଗନାଇଜେସନ୍ ଅଫ ଇକୋନମିକ କୋ-ଅପରେସନ୍ ଆଣ୍ଡ୍ ଡେଭଲପମେଣ୍ଟ୍ (OECD) ଅନୁସାରେ ଯେଉଁ ଦେଶରେ କର୍ମଚାରୀ ଅଧିକ ସମୟ କାମ କରନ୍ତି ସେଠାରେ ପ୍ରଡକ୍ଟିଭିଟି ବା ଉତ୍ପାଦକତା ହ୍ରାସ ପାଇଥାଏ । ଏହା ସହିତ ମାନସିକ ଅବସାଦ ଓ ଆତ୍ମହତ୍ୟା ମାମଲା ମଧ୍ୟ ବଢିଥାଏ ।

OECD ରାକିଂ ଅନୁସାରେ ମେକ୍ସିକୋର କର୍ମଚାରୀ ଅନ୍ୟଦେଶର କର୍ମଚାରୀଙ୍କ ତୁଳନାରେ ଅଧିକ ସମୟ କାମ କରିଥାନ୍ତି । ମେକ୍ସିକୋରେ ଜଣେ କର୍ମଚାରୀ ବାର୍ଷିକ ୨୧୨୭ ଘଣ୍ଟା କାମ କରିଥାଏ । କେବଳ ଏତିକି ନୁହେଁ ସେଠାକାର କମ୍ପାନୀ ଗୁଡିକ ମଧ୍ୟ ଛୁଟି ଦେବା ମାମଲାରେ ଢେର କଞ୍ଜୁସ

କର୍ମଚାରୀଙ୍କୁ ଅଧିକ ଖଟାଉଥିବା ଦେଶଙ୍କ ତାଲିକାରେ ଚୀନ୍ ମଧ୍ୟ ଆସୁଛି । ଚୀନରେ ଅଣକୁଶଳୀ ଶ୍ରମିକଙ୍କ ସହିତ ଅଧିକ ବର୍ବର ବ୍ୟବହାର ହୋଇଥାଏ । ସେମାନଙ୍କୁ ଦିନକୁ ୧୬ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ କରାଯାଇଥାଏ । ଅଲି ବାବା ସଂସ୍ଥାପକ ଜ୍ୟାକ୍ ମା’ ମଧ୍ୟ ଏକଦା ୧୬ ଘଣ୍ଟା କାର୍ଯ୍ୟ ସପକ୍ଷରେ ଯୁକ୍ତି ବାଢିଥିଲେ । ଅବଶ୍ୟ ଏବେ ସେ ଜେଲରେ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami