ଆଜିଠୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଆରମ୍ଭ ହେବ ବିମାନସେବା

Above Post Content

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ । ଆକାଶ ପଥରେ ଆଉ ଏକ ସହର ସହ ଯୋଡ଼ି ହେବ ଝାରସୁଗୁଡ଼ା । କୋଲକାତାକୁ ୭୨ ସିଟ ବିଶିଷ୍ଟ ଏଟିଆର-୭୨ ବିମାନ ଚଳାଚଳ କରିବ । ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ ।

Middle post content

୧୫ରୁ ବେଙ୍ଗାଲୁରୁକୁ ଉଡ଼ିବ ବିମାନ

After 2nd paragraph post ads

ସେହିପରି ଆସନ୍ତା ୧୫ ତାରିଖରୁ ବେଙ୍ଗାଲୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ ହେବ । ପ୍ରତିଦିନ ସକାଳ ୧୦ ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ ବିମାନ । ପରେ ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡାରୁ ବାହାରି ୨ ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ । ବେଙ୍ଗାଲୁରୁକୁ ୧୮୦ ସିଟ ବିଶିଷ୍ଟ ଏୟାରବସ-୩୨୦ ବିମାନ ଚଳାଚଳ କରିବ । ଏହାଦ୍ୱାରା ପଶ୍ଚିମ ଓଡିଶା ସହିତ ଛତିଶଗଡର ଲୋକେ ମଧ୍ୟ ଉପକୃତ ହୋଇପାରିବେ । ଏବେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ ଦିଲ୍ଲୀ, ହାଇଦ୍ରାବାଦ, କୋଲକାତାକୁ ବିମାନ ଚଳାଚଳ କରୁଥିବାବେଳେ ଏଲାଏନ୍ସ ଏୟାର ଭୁବନେଶ୍ୱରକୁ ବିମାନ ସେବା ପ୍ରଦାନ କରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami