ସୁର୍ପିମକୋର୍ଟଙ୍କ ନିର୍ଦ୍ଦେଶକୁ କଲେନି ଖାତିର : ବିଷ ବଳୟକୁ ଫେରିଲା ଦିଲ୍ଲୀ

Above Post Content

ନୂଆଦିଲ୍ଲୀ: ଦୀପାବଳି ପୁଣି ବଢାଇଲା ଟେନ୍‌ସନ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର କଲେନି ଦିଲ୍ଲୀବାସୀ । ଫଳରେ ପୁଣି ଥରେ ବଢ଼ିଲା ପ୍ରଦୂଷଣର ମାତ୍ରା । ବିଷ ବଳୟକୁ ଫେରିଲା ଦିଲ୍ଲୀ । ଧୂଆଁମୟ ହୋଇଗଲା ଆକାଶ । ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ପୁଣି ଥରେ କଲବଲ ହେଲେଣି । ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ ଦିଲ୍ଲୀର ପ୍ରଦୂଷଣସ୍ତର ସାମାନ୍ୟ କମିଥିଲା ।

ଶହେରୁ ଅଧିକ ହୋଇଛି ଅଗ୍ନିକାଣ୍ଡ

After 2nd paragraph post ads
Middle post content

ଗତକାଲି ଦୀପାବଳି ଅବସରରେ ଦିଲ୍ଲୀରେ ପ୍ରବଳ ବାଣ ଫୁଟିବା ଯୋଗୁ ପୁଣି ଥରେ ଧୂଆଁମୟ ହୋଇ ଯାଇଛି ଆକାଶ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୂର ଗୁଣବତ୍ତା ମାନ ୩ଶହ ଆଖପାଖରେ ପହଞ୍ଚିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ସୋମବାର ବାୟୁର ଗୁଣବତ୍ତା ଖରାପ ଶ୍ରେଣୀଭୁକ୍ତ ହୋଇଛି । ବାଣ ନ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ୍ୱ ଦୀପାବଳି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରବଳ ବାଣ ଫୁଟିଛି । ଏପରିକି ଏଥିଯୋଗୁ ଦିଲ୍ଲୀରେ ଛୋଟ ବଡ଼ ପ୍ରାୟ ଶହେଟି ଅଗ୍ନିକାଣ୍ଡ ଘଟଣା ଘଟିଥିବା ଜଣାଯାଇଛି ।

ଆଜି ବି ଆକାଶ ଧୂଆଁମୟ

ଆଜି ସକାଳେ ଦିଲ୍ଲୀ ଆକାଶରେ ଧୂଆଁ ଦୃଶ୍ୟମାନ ହେଉଥିବା ବେଳେ ଭିଜିବିଲିଟି ଖୁବ୍ କମ୍ ରହିଛି । ଗତକାଲି ରାତିରେ ଦିଲ୍ଲୀରେ ବହୁ ମାତ୍ରାରେ ବାଣ ଫୁଟିବା ଯୋଗୁ ଏପରି ସ୍ଥିତି ଉପୁଜିଛି । ଏପରି ସ୍ଥିତିରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ନଡ଼ାଗଦା ଜଳାଗଲେ ଦିଲ୍ଲୀର ଅବସ୍ଥା ଆହୁରି ଖରାପ ଆଡ଼କୁ ଗତି କରି ପାରେ ବୋଲି ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି । ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ କାଏମ ରହିବ ବୋଲି ସ୍ପଷ୍ଟ କରିଥିଲେ । ଏଥିସହ ଏହା ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ସ୍ପଷ୍ଟ କରିଥିଲେ । ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ଦେଇଥିଲେ ସୁପ୍ରିମକୋର୍ଟ । ଏହାସତ୍ତ୍ୱେ ଗତକାଲି ଏହି ନିର୍ଦ୍ଦେଶନାମାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି । ବିଗତ କିଛି ଦିନ ହେଲେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami