30 ଜୁନ୍ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନହେଲେ ଦେବାକୁ ପଡିବ ଜରିମାନା

Above Post Content

ନୂଆଦିଲ୍ଲୀ: ଏହା ଆପଣଙ୍କ କାମର ଖବର । ତେଣୁ ଧ୍ୟାନର ସହିତ ଏହି ତାରିଖକୁ ମନେ ରଖନ୍ତୁ । ଆୟକର, ଆଧାରକାର୍ଡକୁ ପ୍ୟାନ୍ ସହିତ ଲିଙ୍କ କରିବା ସମେତେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ କାମ ଆପଣଙ୍କୁ 30 ଜୁନ୍ ସୁଧା କରିବାକୁ ପଡିବ । ଅନ୍ୟଥା ଆପଣଙ୍କୁ ବଡ ଅଙ୍କର ଜରିମାନା ଦେବାକୁ ପଡିପାରେ । କେବଳ ଏତିକି ନୁହେଁ, ହୁଏତ ଆପଣ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ ନାହିଁ । ଏହା ମଧ୍ୟ ଆଶଙ୍କା ଯେ, ଯଦି ଏହି ତିଥି ମଧ୍ୟରେ ଆଗକୁ ଆମେ କହିବାକୁ ଯାଉଥିବା କାମ ଆପଣ କରନ୍ତି ନାହିଁ ତେବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଅଚଳ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା କ’ଣ ସେହି କାମ ସବୁ , ଯାହାକୁ ଆପଣ ଜୁନ୍ 30 ସୁଧା ସାରିବାକୁ ପଡିବ..

1) Adhaar-PAN ଲିଙ୍କ୍

After 2nd paragraph post ads

ଯଦି ଆପଣ ଆଜି ପର୍ଯ୍ୟନ୍ତ ବି ଆଧାର ଓ ପାନ୍ ନମ୍ବରକୁ ଲିଙ୍କ୍ କରି ନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ । ଆପଣଙ୍କ ପାଖରେ ଜୁନ୍ 30 ପର୍ଯ୍ୟନ୍ତ ସମୟ ଅଛିଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏଥିପାଇଁ ଜୁନ୍ 30 ତାରିଖ ଅନ୍ତିମ ତିଥି ଭାବେ ଧାର୍ଯ୍ୟ କରିଛି । ଏହି ତାରିଖ ମଧ୍ୟରେ ଯଦି ଆପଣ ଆଧାର ଓ ପ୍ୟାନକୁ ଲିଙ୍କ୍ ନକରନ୍ତି ତେବେ ଆପଣଙ୍କୁ ଫାଇନ୍ ବାବଦରେ 1 ହଜାର ଟଙ୍କା ପୈଠ କରିବାକୁ ପଡିବ । ଏହା ସହିତ ଆପଣଙ୍କ ପ୍ୟାନ୍ ନିଷ୍କ୍ରିୟ ହୋଇଯିବ ।

2) SBI ଗ୍ରାହକଙ୍କ କାର୍ଡ୍ ବନ୍ଦ ହୋଇପାରେ

ଯଦି ଆପଣ ଏସବିଆଇର ଗ୍ରାହକ ଓ ଜୁନ୍ 30 ମଧ୍ୟରେ ଆଧାରକୁ ପାନ୍ ସହିତ ସଂଯୋଗ କରନ୍ତି ନାହିଁ ତେବେ ଆପଣଙ୍କୁ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏହା ସହିତ ବ୍ୟାଙ୍କ ସର୍ଭିସେସ୍ ପାଇବାରୁ ମଧ୍ୟ ଆପଣ ବଂଚିତ ହେବେ ।

3) ଦେବାକୁ ପଡିପାରେ ଦୁଇଗୁଣ TDS

Middle post content

ଆୟକର ଦାତ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଯେ, ଜୁନ୍ 30ତାରିଖ ପୂର୍ବରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନକରିଲେ 1 ଜୁଲାଇରୁ ସେମାନଙ୍କୁ ଅଧିକ ଟିଡିଏସ୍ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ, ଆୟକର ରିଟର୍ଣ୍ଣ ଭରୁନଥିବା ବ୍ୟକ୍ତିଙ୍କ ପାଇଁ ଆୟକର ବିଭାଗ ନିୟମକୁ କଠୋର କରିଛି । 2020-21ରେ ଆଇଟିଆର ଫାଇଲ କରିବାର ଅନ୍ତିମ ତିଥିକୁ 31 ଜୁଲାଇରୁ ସେପ୍ଟେମ୍ବର 30 କରି ଦେଇଥିଲା । ନୂଆ ନିୟମ ଅନୁସାରେ ଯେଉଁମାନେ ଆୟକର ରିଟର୍ଣ୍ଣ ଭରି ନାହାନ୍ତି ସେମାନଙ୍କ ପାଇଁ ଟ୍ୟାକ୍ସ କଲେକ୍ସନ୍ ଆଟ୍ ସୋର୍ସ୍ ବା ଟିସିଏସ୍ ଅଧିକ ଲାଗିବ । ନୂଆ ନିୟମ ଅନୁସାରେ 1 ଜୁଲାଇରୁ 2021 ଦଣ୍ଡାତ୍ମକ ଟିଡିଏସ୍ ଓ ଟିସିଏସ୍ ଦର 10ରୁ 20 ପ୍ରତିଶତ ହେବ, ଯାହା ଆଗରୁ 5ରୁ 10 ପ୍ରତିଶତ ଥିଲା ।

4) PM କିଶାନ ଅନୁଦାନ ପାଇଁ ପଂଜିକରଣ କରନ୍ତୁ

କରୋନା ମହାମାରିର ଦ୍ୱିତୀଯ ପ୍ରବାହ ଭିତରେ ଭାରତ ସରକାର ପିଏମ୍ କିଶାନ ନିଧିର ଅଷ୍ଟମ କିସ୍ତି ବାବଦରେ 2ହଜାର ଟଙ୍କା କୃଷକଙ୍କ ଖାତାକୁ ସିଧାସଳଖ ପଠାଇ ସାରିଲେଣି । କିନ୍ତୁ ବର୍ତ୍ତମାନ ବି ଏଭଳି ଅନେକ କୃଷକ ରହିଛନ୍ତି ଯେଉଁମାନେ ଏଥିପାଇଁ ନିଜର ନାମ ପଂଜିକରଣ କରି ନାହାନ୍ତି । ତେଣୁ ସେମାନେ ସରକାରଙ୍କ ଏହି ଯୋଜନାର ଲାଭ ପାଇ ପାରୁନାହାନ୍ତି । ତେଣୁ ଯଦି ଆପଣ ଦୁଇ ଗୁଣ ଲାଭ ପାଇବା ପାଇଁ ଚାହୁଁଛନ୍ତି ତେବେ ଜୁନ୍ 30 ଭିତରେ ନିଜ ନାମ ପଂଜିକରଣ କରାନ୍ତୁ । ନାମ ପଂଜିକରଣ କରିଲେ ଆଗାମୀ କିସ୍ତି ଆପଣଙ୍କ ଖାତାକୁ ସିଧା ଯିବ । ଜୁନ୍ 30 ସୁଧା ରେଜିଷ୍ଟ୍ରେଶନ କରିଲେ ଆପଣଙ୍କ ଖାତାକୁ 4 ହଜାର ଟଙ୍କା ଯିବ । ଅର୍ଥାତ ଆପଣ ଏକା ଥରକେ ଅଷ୍ଟମ ଓ ନବମ କିସ୍ତି ଟଙ୍କା ପାଇବେ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ନାମ ପଂଜିକରଣ କରିବାକୁ ପଡିବ ।

5) 30 ଜୁନରୁ ନୂଆ IFSC କୋଡ୍ ନିଅନ୍ତୁ

ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୋଟିଏ ବଡ କାମର ଖବର । ସିଣ୍ଡିକେଟ୍ ବ୍ୟାଙ୍କ ଓ କାନାର ବ୍ୟାଙ୍କର ବିଳୟ ଏପ୍ରିଲ ଏକ ତାରିଖରୁ ହୋଇ ସାରିଛି । ତେଣୁ 1 ଜୁଲାଇରୁ ବ୍ୟାଙ୍କର ଆଇଏଫଏସସି କୋଡ୍ ମଧ୍ୟ ବଦଳିବ । ଏମିତିରେ ସିଣ୍ଡିକେଟ୍ ବ୍ୟାଙ୍କର ଆଇଏଫଏସସି କୋଡ୍ 30 ଜୁନ୍ ପର୍ଯ୍ୟନ୍ତ ହିଁ କାମ କରିବ । ତେଣୁ ଜୁଲାଇ ଏକ ତାରିଖରୁ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ନୂଆ ଆଇଏଫଏସସି କୋଡ୍ ବ୍ୟବହାର କରିବାକୁ ପଡିବ ।

6) SBI, HDFC ସହିତ ଅନେକ ବ୍ୟାଙ୍କ ବଦଳାଉଛନ୍ତି ନିୟମ

ଯଦି ଆପଣ ଫିକ୍ସଡ୍ ଡିପୋଜିଟ୍ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । SBI, HDFC ଓ ICICI ବ୍ୟାଙ୍କ ସହିତ ବ୍ୟାଙ୍କ ଅଫ୍ ବରୋଦା ବରିଷ୍ଠ ନାଗରିକଙ୍କୁ ସ୍ପେଶାଲ ଏଫଡି ଅଫର କରୁଛନ୍ତି । ତେବେ ଏହି ଅଫର କେବଳ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ମେ 2020ରେ କିଛି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ଉପରେ ସ୍ୱତନ୍ତ୍ର ଅଫର ଆଣିଥିଲେ । ଏହା ଅନୁସାରେ ସେମାନେ ରେଗୁଲାର ଗ୍ରାହକଙ୍କ ତୁଳନାରେ ନିଜ ଡିପୋଜିଟ୍ ଉପରେ ଅଧିକ ଏକ ପ୍ରତିଶତ ସୁଧ ପାଇବେ । ତେବେ ଏହି ଅଫର ଜୁନ୍ 30ରେ ଶେଷ ହେଉଛି । ତେଣୁ ଆପଣ ଯଦି ବରିଷ୍ଠ ନାଗରିକ ଓ ଫିକ୍ସଡ୍ ଡିପୋଜିଟ୍ କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଏହାର ସୁବିଧା ନିଅନ୍ତୁ । କାରଣ 30 ଜୁନ୍ ପରେ ଆପଣଙ୍କୁ ଆଉ ଏକ ପ୍ରତିଶତ ଅଧିକ ସୁଧ ମିଳିବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami