ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ

Above Post Content

ଅହମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିଲା ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଏହାରି ଭିତରେ ନଜର ଆସିଛି ଏକ ଅଭାବନୀୟ ଦୃଶ୍ୟ । ବିଶ୍ୱକପ ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି ଜଣେ ଦର୍ଶକ । ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା । ପ୍ରଶଂସକ ଜଣକ ଏକ ଟି-ସାର୍ଟ ପିନ୍ଧିଥିଲେ ଯେଉଁଥିରେ “ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର” ଲେଖାଥିଲା । ହାତରେ ଏକ ପାଲେଷ୍ଟାଇନ ପତାକା ମଧ୍ୟ ଧରିଥିଲେ । ଏପରିକି ତାଙ୍କ ଫେସ୍ ମାସ୍କରେ ପାଲେଷ୍ଟାଇନ ପତାକା ରହିଥିଲା । ତେବେ ପଡିଆରେ ପ୍ରବେଶ କରିବା ପାଇଁ ସୁରକ୍ଷା ଭଙ୍ଗ କରିଥିବା ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି । ମ୍ୟାଚ ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ୧୪ ଓଭର ପଡୁଥିବା ସମୟରେ ଘଟିଲା ଘଟଣା । ସୁରକ୍ଷା କର୍ମୀମାନେ ଯୁବକଙ୍କୁ କାବୁ କରିଥିବାବେଳେ ପଡ଼ିଆ ବାହାରକୁ ନେଇଥିଲେ । ଏହାପରେ ପୁଣିଥରେ ମ୍ୟାଚ ଆରମ୍ଭ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami