ନିରବି ଗଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସ

Above Post Content

ମୁମ୍ବାଇ:ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଦ୍ୱାରା ଜାରି ଏକ ବିବୃତିରେ ଲେଖାଯାଇଛି, ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବୃଆରୀ ୨୦୨୪ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗ ବିଷୟରେ ଆପଣଙ୍କୁ ଜଣାଇ ଆମେ ଦୁଃଖିତ । ପଙ୍କଜ ଉଧାସ କିଛି ମାସ ତଳେ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ଗତ କିଛି ମାସ ହେବ ସେ କାହାକୁ ଭେଟୁ ନଥିଲେ । ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Middle post content

ଗଜଲ ଦୁନିଆରେ ଏକ ବଡ ନାମ ଥିଲେ

After 2nd paragraph post ads

୧୯୫୧ ମେ ୧୭ ରେ ଜନ୍ମଗ୍ରହଣ କରିଥିଲେ ପଙ୍କଜ ଉଧାସ । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ୍ ଏବଂ ଜଗଜିତ୍ ସିଂହଙ୍କ ଭଳି ଅନ୍ୟ ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା । ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ପଙ୍କଜ ଉଧାସ ଗଜଲ ଗୀତ ଦୁନିଆରେ ଏକ ବଡ ନାମ ଥିଲେ । ଗଜଲ ‘ଚିଠି ଆଇ ହୈ’ରୁ ସେ ପ୍ରସିଦ୍ଧି ପାଇଥିଲେ । ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ଏହି ଗଜଲକୁ ସାମିଲ କରାଯାଇଥିଲା । ପଙ୍କଜ ‘ୟେ ଦିଲ୍ଲାଗି’, ‘ଫିର୍ ତେରି କାହାନି ୟାଦ୍ ଆୟେ’, ‘ଚାଲେ ତୋ କାଟ୍ ହି ଜାଏଗି’ ଏବଂ ‘ତେରେ ବିନ୍‌’ ଭଳି ଅନେକ ଗଜଲରେ କଣ୍ଠଦାନ କରିଥିଲେ । ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ନା ଗଜରେ କି ଧାରଟ୍ଟ’ ତାଙ୍କ କଣ୍ଠର ଯାଦୁର ଆଉ ଏକ ଉଦହାରଣ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami