ବଢିଲା ମହୁଆଙ୍କ ଅଡୁଆ: କେଜରିୱାଲଙ୍କ ପରି ହୋଇପାରେ ଜେଲ !

Above Post Content

ନୂଆଦିଲ୍ଲୀ: ବଢିଲା ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମପି ମହୁଆ ମୋଇତ୍ରାଙ୍କ ଅଡୁଆ । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରି ମହୁଆଙ୍କୁ ହୋଇପାରେ ଜେଲ ବୋଲି ଆଲୋଚନା ଜୋର ଧରିଛି । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟ ମାମଲାରେ ଇଡି ସୋମବାର ମହୁଆଙ୍କୁ ପଚରାଉଚରା କରିବାର ଥିଲା । କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ । ଏହା ପରିବର୍ତ୍ତେ ସେ ଏଜେନ୍ସିକୁ ଏକ ଚିଠି ଲେଖି ହାଜର ହେବା ପାଇଁ ତାଙ୍କୁ ୨୧ଦିନ ସମୟ ଦେବାକୁ କହିଥିଲେ । ତେବେ ମହୁଆଙ୍କୁ ସମୟ ଦେବାକୁ ଇଡି ରୋକଠୋକ୍ ମନା କରିଦେଇଥିଲା ।

Middle post content

ପଚରାଉଚରା ପାଇଁ ୭ ଦିନ ସମୟ ଦେଇଛି ଇଡ଼ି

After 2nd paragraph post ads

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମହୁଆଙ୍କ ବିରୋଧରେ ଏକ ନୂଆ ସମନ ଜାରି କରି ତାଙ୍କୁ ୭ ଦିନ ପରେ ପଚରାଉଚରା ପାଇଁ ଡାକିଛି । ଲୋକପାଳଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଏହି ମାମଲାର ତଦନ୍ତ କରିସାରିଛି । ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଳ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଗତ ବର୍ଷ ଭାଜପା ଏମପି ନିଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ । ମହଙ୍ଗା ଉପହାର ଓ ଟଙ୍କା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଥିଲେ । ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami