ବିସ୍କୁଟ,କେକ୍ ପ୍ୟାକେଟ୍‌ରୁ ବାହାରିଲା ୧୧ ସାପ, ଜଣେ ଗିରଫ

Above Post Content

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଦ୍ଧାର ହେଲା ୧୧ ସାପ । ଏହି ସାପଗୁଡ଼ିକୁ ବ୍ୟାଙ୍କକ୍‌ରୁ ଏକ ବିମାନରେ ବିସ୍କୁଟ୍ ଏବଂ କେକ୍ ପ୍ୟାକେଟଗୁଡ଼ିକରେ ଲୁଚାଇ ରଖାଯାଇଥିଲା । ମୁମ୍ବାଇ ବିମାନବନ୍ଦରରେ ଏହି ସାପଗୁଡ଼ିକୁ ଜବତ କରାଯିବା ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଯାତ୍ରୀଙ୍କ ଲଗେଜ ଯାଞ୍ଚ ବେଳେ ସାପଗୁଡ଼ିକ ମିଳିଥବା ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ।

Middle post content

ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

After 2nd paragraph post ads

ଗିରଫ ଯାତ୍ରୀ ଜଣକ ବନ୍ୟପ୍ରାଣୀ ଚୋରାଚାଲାଣ ସିଣ୍ଡିକେଟ୍ ସହ ସମ୍ପୃକ୍ତ ଥିବା କୁହାଯାଉଛି । ବ୍ୟାଙ୍କକ୍ ଯିବାକୁ ଥିବା ପରବର୍ତ୍ତୀ ବିମାନରେ ଉକ୍ତ ସାପଗୁଡ଼ିକୁ ପଠାଇ ଦିଆଯିବାକୁ ଯୋଜନା କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ରାଜିନାମାର ଉଲ୍ଲଂଘନ କରାଯାଇ ସାପଗୁଡ଼ିକୁ ଚାଲାଣ କରାଯାଉଥିଲା । ବିଶ୍ୱବ୍ୟାପୀ ବଡ଼ ଅପରାଧର ୨୦ ପ୍ରତିଶତ ବନ୍ୟପ୍ରାଣୀ ଚାଲାଣ ଅପରାଧ । ତେବେ ଏହାର ମାଷ୍ଟରମାଇଣ୍ଡ ଧରାପଡ଼ୁ ନାହାନ୍ତି । ବିଦେଶୀ ପ୍ରାଣୀମାନଙ୍କର ଏକ ବୃହତ୍ ବଜାର ରହିଛି । ଆଜିର ଦିନରେ ବନ୍ୟପ୍ରାଣୀ ସମେତ ବିଦେଶୀ ପୋଷାଜନ୍ତୁଙ୍କୁ ଘରେ ରଖିବା ଏକ ଷ୍ଟାଟସ୍ ସିମ୍ବଲ ହୋଇଥିବା ବନ୍ୟପ୍ରାଣୀ ୱାଡେନ୍ ପୱନ ଶର୍ମା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami