![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ପଶ୍ଚିମ ବଙ୍ଗ ନିର୍ବାଚନ କାଳରେ କରୋନା ବିସ୍ଫୋରଣରୁ ବୁଦ୍ଧି ସିଖିଥିବା ନିର୍ବାଚନ କମିଶନ ଚଳିତ ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ କଠୋର ଦୃଷ୍ଟିକୋଣ ଆପଣାଇଛନ୍ତି । ଏଥର ନିର୍ବାଚନ ପ୍ରଚାର ବେଳେ ଅତିକମରେ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ରୋଡ୍ ସୋ’, ରାଲି, ବାଇକ୍ ରାଲି ଉପରେ କମିଶନ ପ୍ରତିବନ୍ଧକ ଲାଗୁ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ସ୍ପଷ୍ଟ ଭାବେ କହିଛନ୍ତି ଯେ, ୧୫ ଜାନୁଆରି ପରେ ସ୍ଥିତି ଦେଖି ପରବର୍ତ୍ତି ନିର୍ଣ୍ଣୟ ନିଆଯିବ ।
ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ସଭାକୁ ଅନୁମତି ନାହିଁ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ଶାରିରିକ ଉପସ୍ଥିତି ବିଶିଷ୍ଟ କୌଣସି ପ୍ରକାରର ଜନସଭା, ପଦଯାତ୍ରା, ସାଇକେଲ ରାଲି କିମ୍ବା ବାଇକ୍ ରାଲି ନକରିବାକୁ କମିଶନ ତାଗିଦ କରିଛନ୍ତି । କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଲେ ଓ ସ୍ଥିତି ସମୀକ୍ଷା କରି କମିଶନ ରାଲି ବାବଦରେ ନିଷ୍ପତ୍ତି ନେବେ ।
ଦଳଙ୍କୁ ଡିଜିଟାଲ ପ୍ରଚାର ପାଇଁ କମିଶନଙ୍କ ପରାମର୍ଶ
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ନିର୍ବାଚନ କମିଶନ ସବୁ ରାଜନୈତିକ ଦଳଙ୍କୁ ଡିଜିଟାଲ ପ୍ରଚାର ପାଇଁ କହିଛନ୍ତି । କରୋନା ମହାମାରୀ କାରଣରୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ପ୍ରଚାର ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମୋଟ ୭ଟି ପର୍ଯ୍ୟାୟରେ ୫ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ହେବ । ଓମିକ୍ରନ୍ ଆତଙ୍କ ଭିତରେ ନିର୍ବାଚନ ହେବ କି ନାହିଁ ତାକୁ ନେଇ ଆଶଙ୍କା ଲାଗୁ ରହିଥିଲା ।
ଅଖିଳେଶ କହିଲେ ଟଙ୍କା ନାହିଁ
ରାଲି, ରୋଡ୍ ସୋ’କୁ ନିର୍ବାଚନ କମିଶନ ଅନୁମତି ଦେଇ ନାହାନ୍ତି । ଡୋର୍ ଟୁ ଡୋର୍ କ୍ୟାମ୍ପେନ ବେଳେ ନେତାଙ୍କ ସହ ୫ରୁ ଅଧିକ କର୍ମୀ ଯାଇ ପାରିବେ ନାହିଁ ବୋଲି କମିଶନ କହିଛନ୍ତି । ସେହିଭଳି ସକାଳ ୮ ପୂର୍ବରୁ ଓ ରାତି ୮ ପରେ ପ୍ରଚାର ହୋଇ ପାରିବ ନାହିଁ ବୋଲି କହିଛନ୍ତି କମିଶନ । ଏହା ସହିତ ଡିଜିଟାଲି ପ୍ରଚାର ଉପରେ ଗୁରୁତ୍ୱ ଦେଇଛନ୍ତି କମିଶନ । ତେବେ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କମିଶନଙ୍କ ଏହି ନିଷ୍ପତିକୁ ନେଇ ଖୁସୀ ନାହାନ୍ତି । ସେ କହିଛନ୍ତି ଯେ, ଡିଜିଟାଲ ପ୍ରଚାରରେ ଆମେ ବିଜେପିକୁ ଟକ୍କର ଦେଇ ପାରିବୁ ନାହିଁ । ବିଜେପି ଭଳି ଆମ ପାଖରେ ଏତେ ବଜେଟ୍ ନାହିଁ ।
୭ ପର୍ଯ୍ୟାୟ, ୬୯୦ ଆସନ
୫ ରାଜ୍ୟର ୬୯୦ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମଣିପୁର,ପଂଜାବ,ଉତ୍ତର ପ୍ରଦେଶ,ଗୋଆ ଓ ଉତ୍ତରାଖଣ୍ଡର ଭୋଟର ନୂଆ ସରକାର ପାଇଁ ଭୋଟ୍ ଦେବେ । ଉତ୍ତର ପ୍ରଦେଶ ନିର୍ବାଚନକୁ ୨୦୨୪ର ସାଧାରଣ ନିର୍ବାଚନ ପୂର୍ବର ଟ୍ରେଲର ବୋଲି କୁହାଯାଉଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)