ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଇଡିର ଚାର୍ଜସିଟ୍ ଦାଖଲ

Above Post Content

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଓ ହେରଫେର କରିଥିବା ଅଭିଯୋଗ ଆଣିଛି ଇଡି । ଚାର୍ଜସିଟରେ ହେମନ୍ତ ସୋରେନ୍‌, ରାଜସ୍ୱ ଅଧିକାରୀ ଭାନୁ ପ୍ରତାପ ପ୍ରସାଦ ଏବଂ ଅନ୍ୟ ଦୁଇ ଜଣ ସରକାରୀ କର୍ମଚାରୀଙ୍କ ନାମ ରହିଛି । ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମି ମାଲିକାନା ପରିବର୍ତ୍ତନ କରିଥିବା ଅଭିଯୋଗରେ ସୋରେନଙ୍କ ବିରୋଧରେ ତଦନ୍ତ ଚାଲିଛି ।

Middle post content

୩୧ କୋଟି ଟଙ୍କା ମୂଲ୍ୟର ସମ୍ପତି ଜବତ କରିଛି ଇଡି

After 2nd paragraph post ads

ଗିରଫ ହେବା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ । ଚାର୍ଜସିଟ୍ ଅନୁଯାୟୀ, ଏହି ମାମଲାରେ ବୟାନ ଓ ଦସ୍ତାବିଜରୁ ଜଣାପଡିଛି ଯେ, ହେମନ୍ତ ସୋରେନ ଜମି ମାଫିଆଙ୍କ ଏକ ଅଂଶ ଥିଲେ ଏବଂ ଅପରାଧର ଆୟ ଉପଭୋଗ କରିଥିଲେ । ତଦନ୍ତ ବେଳେ ସୋରେନଙ୍କ ପ୍ରାୟ ୯ ଏକର ଜମି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ୪୪ ପୃଷ୍ଠାର ଫାଇଲ୍ ପ୍ରତାପଙ୍କ କାର୍ଯ୍ୟାଳୟରୁ ମିଳିଥିଲା । ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ଯେ ପ୍ରତାପ ସୋରେନଙ୍କୁ ‘ବସ୍‌’ ବୋଲି ସମ୍ବୋଧନ କରୁଥିଲେ । ହେମନ୍ତ ସୋରେନ ୨୦୧୧ ମସିହାରୁ ରାଞ୍ଚିର ବାର୍ଗେନ ଅଞ୍ଚଳରେ ଥିବା ୮.୮୬ ଏକର ଜମିକୁ ବେଆଇନ ଭାବେ ଦଖଲ କରିଥିଲେ । ବର୍ତ୍ତମାନ ୩୧ କୋଟି ଟଙ୍କା ମୂଲ୍ୟର ଏହି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ୩୩ ଜଣ ସାକ୍ଷୀଙ୍କଠାରୁ ବୟାନ ସଂଗ୍ରହ କରିଛି ଏବଂ ହଜାର ହଜାର ପୃଷ୍ଠାର ଦସ୍ତାବିଜ ଜବତ କରିଛି । ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଓ ଏକ ବିଏମ୍‌ଡବ୍ଲୁ୍ କାର୍ ଜବତ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami