![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଅନେକ ସମୟରେ ଆମ ଭାବିଥାଉ ଯେ, ନଗଦ ଟଙ୍କା କାରବାର କରିବା ଦ୍ୱାରା ଆୟକର ବିଭାଗକୁ ଫାଙ୍କି ଦିଆଯାଇ ପାରେ । କିନ୍ତୁ ସେମିତି ସମ୍ଭବ ନୁହେଁ । ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ନହେଲେ ଆଗକୁ ଆୟକର ବିଭାଗର ନୋଟିସର ସାମ୍ନା କରିବାକୁ ପଡିପାରେ ।
ଏମିତି ଅନେକ ଟ୍ରାଞ୍ଜାକସନ ଅଛି ଯାହା ଉପରେ ଆୟକର ବିଭାଗର ନଜର ରହିଥାଏ । ଯଦି ଆପଣ ବ୍ୟାଙ୍କ, ମ୍ୟୁଚୁଆଲ୍ ଫଣ୍ଡ, ବ୍ରୋକର ହାଉସ୍ ଏବଂ ସମ୍ପତ୍ତି ରେଜିଷ୍ଟ୍ରାର ସମୟରେ ନଗଦ କାରବାର କରନ୍ତି, ତେବେ ସେମାନେ ଏହି ଟ୍ରାଞ୍ଜାକସନ ବିଷୟରେ ଆୟକର ବିଭାଗକୁ ଜଣାଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମିତି ୫ଟି ଟ୍ରାଞ୍ଜାକସନ ବିଷୟରେ ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
୧. ଫିକ୍ସଡ୍ ଡିପୋଜିଟ
ଯଦି ଆପଣ ଗୋଟିଏ ବର୍ଷରେ ୧୦ ଲକ୍ଷ ଟଙ୍କା କିମ୍ବା ତାହାଠାରୁ ଅଧିକ ଫିକ୍ସଡ୍ ଡିପୋଜିଟ କରନ୍ତି, ତେବେ ଆୟକର ବିଭାଗ ଆପଣଙ୍କୁ ଟଙ୍କାର ଉତ୍ସ ବିଷୟରେ ପଚାରିପାରନ୍ତି । ଏପରି ପରିସ୍ଥିତିରେ, ଯଦି ସମ୍ଭବ ତେବେ ଅଧିକାଂଶ ଟଙ୍କା କାରବାର ଅନଲାଇନ ମାଧ୍ୟମରେ କିମ୍ବା ଚେକ୍ ମାଧ୍ୟମରେ ଫିକ୍ସଡ୍ ଡିପୋଜିଟ ଜମା କରନ୍ତୁ ।
୨. ବ୍ୟାଙ୍କ ସଞ୍ଚୟ ଖାତା ଜମା
ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ନଗଦ ଟଙ୍କା ଏକ ଆକାଉଣ୍ଟରେ କିମ୍ବା ଏକରୁ ଅଧିକ ଆକାଉଣ୍ଟରେ ଜମା କରନ୍ତି, ତେବେ ଆୟକର ବିଭାଗ ଅର୍ଥର ଉତ୍ସ ଉପରେ ପ୍ରଶ୍ନ କରିପାରିବ । ବର୍ତ୍ତମାନ ଆକାଉଣ୍ଟରେ ସର୍ବାଧିକ ସୀମା ହେଉଛି ୫୦ ଲକ୍ଷ ଟଙ୍କା ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
୩. କ୍ରେଡିଟ୍ କାର୍ଡ ବିଲ୍
କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅନେକ ଥର କ୍ରେଡିଟ୍ କାର୍ଡ ବିଲ୍ ନଗଦ ଅର୍ଥରେ ପଇଠ କରିଥାନ୍ତି । ଯଦି ଆପଣ ଏକ ସମୟରେ ନଗଦ ୧ ଲକ୍ଷ ଟଙ୍କା କ୍ରେଡିଟ୍ କାର୍ଡ ବିଲ୍ ଜମା କରନ୍ତି, ତେବେ ଏପରି ସ୍ଥିତିରେ ଆୟକର ବିଭାଗ ଆପଣଙ୍କୁ ପ୍ରଶ୍ନ କରିପାରିବେ । ଅନପଟେ ଯଦି ଆପଣ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା କ୍ରେଡିଟ୍ କାର୍ଡ ବିଲ୍ ପଇଠ କରନ୍ତି, ତେବେ ଆପଣଙ୍କୁ ସେହି ଟଙ୍କାର ଉତ୍ସ ବିଷୟରେ ମଧ୍ୟ ଆୟକର ବିଭାଗ ତରଫରୁ ପଚରାଯାଇପାରେ ।
୪. ସମ୍ପତ୍ତି କାରବାର
ଯଦି ଆପଣ ସମ୍ପତ୍ତି ରେଜିଷ୍ଟାର କରିବା ସମୟରେ ଅଧିକ ଟଙ୍କା ନଗଦ କାରବାର କରନ୍ତି ତେବେ ଏହି ରିପୋର୍ଟ ଆୟକର ବିଭାଗ ପାଖକୁ ଯାଇଥାଏ । ଏହା ସହ ଯଦି ଆପଣ ୩୦ ଲକ୍ଷ କିମ୍ବା ତାହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି କିଣନ୍ତି କିମ୍ବା ବିକ୍ରି କରନ୍ତି ତେବେ ଏହି ସୂଚନା ରେଜଷ୍ଟ୍ରି ଅଫ୍ ପ୍ରପୋର୍ଟି ତରଫରୁ ଆୟକର ବିଭାଗ ପଠାଯାଇଥାଏ । ଯାହା ଫଳରେ ଆୟକର ବିଭାଗ ଆପଣଙ୍କୁ ଟଙ୍କା ଉତ୍ସକୁ ନେଇ ଆପଣଙ୍କୁ ପ୍ରଶ୍ନ ପଚାରି ପାରନ୍ତି ।
୫. ଶେୟାର କିଣିବା, ମ୍ୟୁଚୁଆଲ୍ ଫଣ୍ଡ ଏବଂ ବଣ୍ଡ କିଣିବା
ଯଦି ଆପଣ ଶେୟାର କିଣିବା, ମ୍ୟୁଚୁଆଲ ଫଣ୍ଡ ଓ ବଣ୍ଡରେ ବହୁ ପରିମାଣରେ ନଗଦ ଟଙ୍କା କାରବାର କରୁଛନ୍ତି ତେବେ ଆପଣ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଗୋଟିଏ ଆର୍ଥିକ ବର୍ଷରେ ଶେୟାର କିଣିବା, ମ୍ୟୁଚୁଆଲ ଫଣ୍ଡ ଓ ବଣ୍ଡରେ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ କାରବାର କରିପାରିବେ । ତେଣୁ ଯଦି ଆପଣ ଏହି ସବୁ ମଧ୍ୟରୁ କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ନଗଦ ଟଙ୍କା ବ୍ୟବହାର କରିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ନଚେତ ଆପଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)