ମଦ ର ଏକ୍ସପାଏରୀ ଡେଟ୍ ଅଛି କି ? କିଣିଲା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ..

Above Post Content

ଯେତେବେଳେ ବି ଆପଣ ମଦ କିଣିଛନ୍ତି କେବେ ତା’ର ଏକ୍ସପାଏରୀ ଡେଟ୍ ଦେଖିଛନ୍ତି କି ? ସମ୍ଭବତଃ କେବେ ମଧ୍ୟ ଏକ୍ସପାଏରୀ ଡେଟ୍ ଦେଖି ଆପଣ ମଦ କିଣିନଥିବେ । କାରଣ ଆମ ମନରେ ଏହି ଧାରଣା ଘର କରିଛି ଯେ, ମଦ ଯେତେ ପୁରୁଣା ହେବ ସେତେ ଭଲ । ତେବେ କ’ଣ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ? ଆସନ୍ତୁ ଆଜି ଏହା ଜାଣିବାକୁ ଚେଷ୍ଟା କରିବା ଯେ, ମଦ ର ଏକ୍ସପାଏରୀ ଡେଟ୍ ଅଛି କି ନାହିଁ । ଆଉ ଯଦି ଅଛି ତେବେ ଏହାକୁ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ହେବ ?

ଏହା ମଦ ର ପ୍ରକାର ଉପରେ ନିର୍ଭର କରିଥାଏ । ଅର୍ଥାତ ମଦର ପ୍ରକାରଭେଦ ଉପରେ ନିର୍ଭର କରିଥାଏ ଏହାର ଏକ୍ସପାଏର ହେବ କି ନାହିଁକିଛି ମଦକୁ ମାତ୍ର ବର୍ଷକ ଭିତରେ ହିଁ ବ୍ୟବହାର କରାଯାଇପାରେ । ଅର୍ଥାତ ମଦ ତିଆରି ହେବାର ବର୍ଷକ ଭିତରେ ହିଁ ପିଆ ଯାଇ ପାରିବ । କିନ୍ତୁ କିଛି ମଦ ଏମିତି ଥାଏ ଯାହା ପ୍ରସ୍ତୁତ ହେବା ପରେ ତାକୁ ନେଇ କୋଲ୍ଡ ଷ୍ଟୋରେଜରେ ରଖି ଦିଆଯାଏ ଅଧିକ ଦିନ କୋଲ୍ଡ ଷ୍ଟୋରେଜରେ ରହିବା ପରେ ହିଁ ଏହି ମଦର ସ୍ୱାଦ ଭଲ ଆସିଥାଏ ।

After 2nd paragraph post ads

କେଉଁ ମଦ ର ଏକ୍ସପାଏରୀ ଡେଟ୍ ନଥାଏ ?

Middle post content

ଆଲକୋହୋଲ ଯାହା ସ୍ପ୍ରିଟ୍ କ୍ୟାଟେଗୋରିରେ ରହିଥାଏ ତାହାର ଏକ୍ସପାଏରୀ ଡେଟ୍ ନଥାଏସ୍ପ୍ରିଟ୍ କ୍ୟାଟେଗୋରିରେ ରମ୍, ଜିନ୍, ଭୋଡକା, ବ୍ରାଣ୍ଡି ଓ ଟକିଲା ଭଳି ମଦ ଆସିଥାନ୍ତି । ଅର୍ଥାତ ଏହି ସବୁ ମଦର କୌଣସି ଏକ୍ସପାଏରୀ ଡେଟ୍ ନଥାଏ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରେ ।

କେଉଁ ମଦର ଥାଏ ଏକ୍ସପାଏରୀ ଡେଟ୍ ?

ୱାଇନ୍ ଓ ବିୟରର ଏକ୍ସପାଏରୀ ଡେଟ୍ ଥାଏ । ଏହି ସବୁ ଉତ୍ପାଦ ଡିଷ୍ଟିଲ୍ଡ୍ ହୋଇନଥାନ୍ତି । ତେଣୁ ୱାଇନ୍ ଓ ବିୟରର ଏକ୍ସପାଏରୀ ଡେଟ୍ ଥାଏ ଓ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପିଇବା ଜରୁରୀୱାଇନରେ ଜଳିୟାଂଶ ଅଧିକ ଥାଏ, ତେଣୁ ଏହାର ଖରାପ ହେବାର ଆଶଙ୍କା ଅଧିକ ରହିଥାଏ । ୱାଇନ୍ କ୍ୱାଲିଟି ମଧ୍ୟ ଏହାର ଏକ୍ସପାଏରୀ ଡେଟ୍ ଉପରେ ନିର୍ଭର କରିଥାଏ । ୱାଇନ୍ ବୋତଲ ଥରେ ଖୋଲିଦେଲେ ଏହାକୁ ଆପଣ ଅନେକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ସତ କିନ୍ତୁ ଏହାର କ୍ୱାଲିଟି ଖରାପ ହୋଇଯିବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami