ନିଦ ଆସୁନି କି ? ୧୦-୩-୨-୧ର ଟ୍ରିକ୍ କରିବ ତୁରନ୍ତ କାମ..

Above Post Content

ଦୁନିଆରେ ଏମିତି କମ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଛଣାରେ ପଡୁ ପଡୁ ନିଦ ଆସିଯାଏ । ଅନେକ ଲୋକ ବହୁତ ସମୟ ବିଛଣାର କଡ ଲେଉଟାଇବା ପରେ ସେମାନଙ୍କୁ ନିଦ ଆସିଥାଏ । ଅନେକ ଶୀଘ୍ର ଶୋଇବାକୁ ଚାହାନ୍ତି କିନ୍ତୁ ନିଦ ନଆସିବା କାରଣରୁ ବିଛଣାକୁ ଯିବାକୁ ଡରନ୍ତି । ଏଭଳି ଲୋକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଏହି ଡାକ୍ତରଙ୍କ ନାମ ହେଉଛି ରାଜ କରଣ

ଡକ୍ଟର କରଣ ନିଦ ଆସିବାର ଏହି ଟ୍ରିକକୁ ଟିକଟକରେ ସେୟାର କରିଛନ୍ତି । କିନ୍ତୁ ଆପଣ ସେହି ଟ୍ରିକକୁ ଭାରତରେ ଦେଖି ପାରିବେ ନାହିଁ । କାରଣ ଭାରତରେ ଟିକଟକ୍ ବ୍ୟାନ୍ । କିନ୍ତୁ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ କହିବୁ କେମିତି ବିଛଣାରେ ପଡୁ ପଡୁ ଆସିଯିବ ନିଦ । ଯାହାକୁ କରଣ ଦେଇଛନ୍ତି ୧୦-୩-୨-୧ ମେଥଡର ନାମ ।

After 2nd paragraph post ads

୧୦-୩-୨-୧ ଟ୍ରିକର ପ୍ରଥମ ରୁଲ ହେଉଛି ୧୦କରଣ କୁହନ୍ତି ଯେ, ଶୋଇବାର ୧୦ ଘଣ୍ଟା ପୂର୍ବରୁ କଫି ପିଇବା ବନ୍ଦ କରନ୍ତୁ । କାରଣ କଫିରେ ଥିବା କୈଫିନ ଶରିରକୁ ଉତ୍ତେଜିତ କରିଥାଏ । ତେଣୁ ନିଦ ସହଜରେ ଆସେ ନାହିଁଶରିରରେ କଫିର ପ୍ରଭାବ କମ ହେବାକୁ ୧୦ ଘଣ୍ଟା ସମୟ ଲାଗିଥାଏ । ତେଣୁ ୧୦ ଘଣ୍ଟା ପୂର୍ବରୁ କଫି ପିଇବା ବନ୍ଦ କରନ୍ତୁ ।

Middle post content

ଚା’,କଫି ଓ ଏନର୍ଜି ଡ୍ରିଙ୍କ୍ ତଥା ସଫ୍ଟ ଡ୍ରିଙ୍କରେ କୈଫିନ ଥାଏ । ତେଣୁ ଡାକ୍ତର ରାଜଙ୍କ ଅନୁସାରେ ଯଦି ଆପଣ ରାତି ୧୦ଟାରେ ଶୋଇବାକୁ ଚାହାନ୍ତି ତେବେ ଏହାର ୧୦ ଘଣ୍ଟା ଅର୍ଥାତ ଦିନ ୧୨ଟା ପରେ କଫି କିମ୍ବା ଚା’ କିମ୍ବା ସେହି ଜାତୀୟ ଅନ୍ୟକୌଣସି ଡ୍ରିଙ୍କ୍ ନିଅନ୍ତୁ ନାହିଁ ।

ଏହି ଫର୍ମୁଲାରେ ଦ୍ୱିତୀୟ ନିୟମ ହେଉଛି ୩ । ଡକ୍ଚର ରାଜଙ୍କ ଅନୁସାରେ ଶୋଇବାର ତିନି ଘଣ୍ଟା ପୂର୍ବରୁ କମ ଖାଦ୍ୟ ଖାଆନ୍ତୁ । କମ ଖାଇବା ଦ୍ୱାରା ଏହ ଛାତିରେ ଜ୍ୱଳନ ସମସ୍ୟାକୁ ଦୁର କରିଥାଏ । ଯାହା ନିଦ ଆସିବାରେ କୌଣସି ସମସ୍ୟା ସୃଷ୍ଟି କରିନଥାଏ । ଏହା ସହିତ ଶୋଇବାର ତିନଘଣ୍ଟା ପୂର୍ବରୁ ମଦ୍ୟପାନ କରନ୍ତୁ ନାହିଁ ମଦ୍ୟପାନ ନକଲେ ମନ ଶାନ୍ତ ରହିଥାଏ ଓ ସହଜରେ ନିଦ ଆସିଥାଏ ।

ଏହି ଫର୍ମୁଲାର ତୃତୀୟ ନିୟମ ହେଉଛି -୨ ଡକ୍ଟର କରଣଙ୍କ ଅନୁସାରେ ଶୋଇବାକୁ ଯିବାର ଦୁଇ ଘଣ୍ଟା ପୂର୍ବରୁ କାମ କରିବା ବନ୍ଦ କରିଦିଅନ୍ତୁ । ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତ ରହିବାକୁ ସମୟ ମିଳିଥାଏ । ମନ ରିଲାକ୍ସ ହୋଇଥାଏ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଯଦି ଆପଣ ମେଲ୍ ଚେକ୍ କରିବେ, ମେସେଜର ରିପ୍ଲାଏ ଦେବେ ତେବେ ଆପଣଙ୍କ ମସ୍ତିଷ୍କକୁ ରିଲାକ୍ସ କରିବାକୁ ସମୟ ମିଳିବ ନାହିଁ । ଫଳରେ ସହଜରେ ନିଦ ହେବ ନାହିଁ ।

ଡକ୍ଟର କରଣଙ୍କ ଫର୍ମୁଲାର ଶେଶ ଟ୍ରିକ୍-୧ ଅନୁସାରେ ଶୋଇବାର ଘଣ୍ଟାଏ ପୂର୍ବରୁ ମୋବାଇଲ କିମ୍ବା ଟିଭି ଦେଖନ୍ତୁ ନାହିଁ । ମୋବାଇଲ ଓ ଟିଭି ସ୍କ୍ରିନରୁ ବାହାରୁ ଥିବା ବ୍ଲୁ ଲାଇଟ୍ ମେଲାଟୋନିନ୍ ହାର୍ମୋନ ତିଆରି ହେବାରେ ବାଧା ସୃଷ୍ଟି କରିଥାଏ । ଫଳରେ ଶୀଘ୍ର ନିଦ ଆସିନଥାଏ । ଆଜିକା ସମୟରେ ଶୋଇବା ପୂର୍ବରୁ ମୋବାଇଲରେ ସିରିଜ ଦେଖିବା କିମ୍ବା ଫିଲ୍ମ ଦେଖିବା ଅନେକଙ୍କ ଅଭ୍ୟାସ ହୋଇ ଯାଇଛି । ଏମିତିରେ ସହଜରେ ଯଦି ନିଦ ଚାହୁଁଛନ୍ତି ତେବେ ମୋବାଇଲକୁ ଦୁରରେ ରଖନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami