ରିଲ୍ସ କରିବା ପଡ଼ିଲା ମହଙ୍ଗା, ଗଲା ଚାକିରି

Above Post Content

ଲକ୍ଷ୍ନୌ : ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ନିକଟରେ ୟୁପି ପୋଲିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୋଲିସଙ୍କ ପାଇଁ ରିଲ୍ସ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି କାରଣରୁ ମହିଳା ପୋଲିସ କର୍ମଚାରୀଙ୍କୁ ଚାକିରୀ ହରାଇବାକୁ ପଡିଛି । ମହିଳା ପୋଲିସ କର୍ମଚାରୀ ଜଣକ ମାତ୍ର ୨ ଦିନ ପୂର୍ବରୁ ନିଯୁକ୍ତି ପାଇଥିଲେ ।

ହାତରେ ରିଭଲଭର ଧରି କରିଥିଲେ ରିଲ୍ସ

After 2nd paragraph post ads
Middle post content

ପ୍ରିୟଙ୍କା ମିଶ୍ର କାନପୁରର ବାସିନ୍ଦା । ସେ ୨୦୨୦ମସିହାରେ ପୋଲିସ ବିଭାଗରେ ଜଣେ କନଷ୍ଟେବଳ ହୋଇଥିଲେ । ୨୦୨୧ ମସିହାରେ ଝାନ୍ସୀରେ ତାଲିମ ପରେ ଆଗ୍ରା ପଠାଯାଇଥିଲା ଏବଂ ଏମଏମ ଗେଟ ପୋଲିସ ଷ୍ଟେଶନର ମହିଳା ହେଲ୍ପ ଡେସ୍କରେ ପୋଷ୍ଟ କରାଯାଇଥିଲାଡ୍ୟୁଟିରେ ଥିବାବେଳେ ସେ ହାତରେ ରିଭଲଭର ଧରି ଏକ ରିଲ୍ସ ତିଆରି କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଥିଲା । କେବଳ ଏତିକି ନୁହେଁ, ଅନେକ ୟୁଜର ଡ୍ୟୁଟିରେ ଥିବାବେଳେ ରିଲ୍ସ ତିଆରି କରିବା ଉପରେ ପ୍ରଶ୍ନ ଉଠାଇଥିଲେ । ବାଧ୍ୟ ହୋଇ ସେ ଇସ୍ତଫା ଦେଇଥିଲେ ।

ନିଯୁକ୍ତିର ୪୮ ଘଣ୍ଟାରେ ଗଲା ଚାକିରି

ପରେ ମହିଳା ପୋଲିସ ପ୍ରିୟଙ୍କା  ପୁଣି ଥରେ ଚାକିରିରେ ଯୋଗ ଦେଇଥିଲେ । ଏହି ମାମଲାରେ କିରାଣୀ ଜିତେନ୍ଦ୍ର ତାଙ୍କ ସହ ଜଡିତ ତଥ୍ୟ ଲୁଚାଇ ପୋଲିସ ସେବାକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ କମିଶନର କିରାଣୀଙ୍କୁ ନିଲମ୍ବନ କରିଥିଲେ । ଏହା ସହିତ ପ୍ରିୟଙ୍କା ଶର୍ମାଙ୍କ ପୋଲିସ ସେବାକୁ ଫେରିବା ଆଦେଶ ମଧ୍ୟ ବାତିଲ କରାଯାଇଥିଲା । ଇସ୍ତଫା ଦେବା ପରେ ତାଙ୍କୁ ପୁନର୍ବାର ପୋଲିସ ଭୁଲ ଭାବରେ ନିଯୁକ୍ତି ଦେଇଥିଲା ଏବଂ ୪୮ ଘଣ୍ଟା ମଧ୍ୟରେ ସେ ଅଧିକାରୀଙ୍କ ନିର୍ଦ୍ଦେଶରେ ଚାକିରି ହରାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami