ଲୋୟର ବର୍ଥ ସହ ରିହାତି ପାଇବେ ବରିଷ୍ଠ ନାଗରିକ

Above Post Content

ରେଳ ଯାତ୍ରା ଏକ ସୁବିଧା ଓ ସହଜ ଯାତ୍ରା ପ୍ରଦାନ କରେ । ରେଳବାଇ ବିଭିନ୍ନ ବର୍ଗ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ଓ ନିୟମ ଜାରି କରିଛି । ତେବେ ସମୟ ସମୟରେ ନିୟମ ଗୁଡିକରେ ପରିବର୍ତ୍ତନ କରିଥାଏ ରେଳ ବିଭାଗ । ବର୍ତ୍ତମାନ ରେଳ ମନ୍ତ୍ରାଳୟ ବରିଷ୍ଠ ନାଗରିକଙ୍କ ଯାତ୍ରା ଭଡ଼ାରେ ରିହାତି ପ୍ରଦାନ କରିଛି । ଯାହାକୁ ମନ୍ତ୍ରାଳୟ କରୋନା ସମୟରେ ବନ୍ଦ କରି ଦେଇଥିଲା । ଏହାପରଠାରୁ ଭିନ୍ନ ଭିନ୍ନ ସଙ୍ଗଠନ ପକ୍ଷରୁ ଭଡ଼ାରେ ମିଳୁଥିବା ରିହାତିକୁ ଲାଗୁ କରିବା ପାଇଁ ଦାବି କରିଥିଲେ । ଏହି ଦାବିକୁ ଦୃଷ୍ଟିରେ ରଖି ସରକାର ଏକ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି କି ରେଳ ମନ୍ତ୍ରାଳୟ ଅନେକ ସଙ୍ଗଠନ ଓ ସମିତି ଲୋକଙ୍କ ପକ୍ଷରୁ କରୁଥିବା ଦାବିକୁ ବିଚାର କରିବା ପରେ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କୁହାଯାଉଛି କି, କିଛି ସ୍ୱତନ୍ତ୍ର ସ୍ଥିତିକୁ ଛାଡ଼ି ଦେଲେ କୌଣସି ବି ରେଳଯାତ୍ରୀଙ୍କୁ ଭଡ଼ାରେ ରିହାତି ମିଳିବ ନାହିଁ ।

Middle post content

ବରିଷ୍ଠ ନାଗରିକଙ୍କୁ ରେଳ ଯାତ୍ରାରେ ମିଳିବ ରିହାତି

After 2nd paragraph post ads

କିଛିଦିନ ତଳେ ରେଳମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ‘ରେଳ ପକ୍ଷରୁ ୧୦୦ଟଙ୍କା ଟିକେଟ ଯାତ୍ରୀଙ୍କୁ ୫୫ଟଙ୍କାରେ ପ୍ରଦାନ କରାଯାଉଛି । ରେଳ ପୂର୍ବରୁ ସବ୍ସିଡାଇଜ ଟିକେଟ ଦେଉଛି । ଏହାପରେ ସ୍ପଷ୍ଟ ହୋଇଯାଇଛି କି ବରିଷ୍ଠ ନାଗରିକଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ୨୦୨୦ପୂର୍ବରୁ ଭଡ଼ାରେ ଦିଆଯାଉଥିବା ରିହାତି ଭବିଷ୍ୟତରେ ବି ଲାଗୁ କରାଯିବ ନାହିଁ । କରୋନା ପୂର୍ବରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ୫୮ବର୍ଷରୁ ଊର୍ଦ୍ଧ୍ୱ ମହିଳା ଯାତ୍ରୀ ଓ ୬୦ବର୍ଷରୁ ଊର୍ଧ୍ୱ ପୁରୁଷଙ୍କ ଭଡ଼ାରେ ରିହାତି ଦିଆଯାଉଥିଲା । ନିକଟରେ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି କି, କିଛି ଗମ୍ଭୀର ରୋଗ ଯେମିତି କି କର୍କଟରେ ପୀଡ଼ିତ ଯାତ୍ରୀଙ୍କ ଭଡ଼ାରେ ରିହାତି ମିଳିବା ଜାରି ରହିବ । ଆଗାମୀ ସମୟରେ ଯାତ୍ରୀଙ୍କ ଯାତ୍ରାର ସୁବିଧାକୁ ବୃଦ୍ଧି କରାଯିବ । ଯେଉଁଥିରେ ବୃଦ୍ଧ ଓ ବୃଦ୍ଧାଙ୍କୁ ଅତିରିକ୍ତ ଭଡ଼ା ବିନା ଲୋୟର ବର୍ଥ ପ୍ରାଥମିକତା ଆଧାରରେ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami