କପି ଯୋଗାଇବାକୁ କାନ୍ଥ ଡେଇଁଲେ ଲୋକେ

Above Post Content

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାର ଭିନ୍ନ ତରିକା । କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ । ହରିଆଣା ନୁହ ଜିଲ୍ଲାର ଚନ୍ଦ୍ରାବତୀ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତକାଲି ହରିଆଣାରେ ମାଟ୍ରିକ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏମିତି କିଛି ଭିଜୁଆଲ୍ ସିସି କ୍ୟାମେରାରେ କଏଦ୍ ହୋଇଛି । ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି ।ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଜୀବନକୁ ବାଜି ଲଗାଇ ଯୋଗାଉଛନ୍ତି କପି

After 2nd paragraph post ads
Middle post content

ପିଲାମାନେ ନିଜ ଜୀବନକୁ ବାଜି ଲଗାଇ କାନ୍ଥ ଚଢି କପି ଯୋଗାଉଥିବା ଦେଖିବାକୁ ମିଳିଛି । କାନ୍ଥ ଡେଇଁ କପି ଯୋଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ନୁହ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, ପରୀକ୍ଷାରେ କପି କରୁଥିବା ଏବଂ କପି ଯୋଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାନୁଯାୟୀ, ନୁହ ଜିଲ୍ଲାର ୟାମିନି ମେବ ସିନିୟର ସେକେଣ୍ଡାରୀ ସ୍କୁଲ ଓ ତାବଡୁ ସହରର ଚନ୍ଦ୍ରାବତୀ ସ୍କୁଲରେ ବୋର୍ଡ ପରୀକ୍ଷା ବେଳେ ଜୋରଦାର କପି ହୋଇଥିଲା । କେବଳ ସେତିକି ନୁହେଁ ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ର ଭିତରୁ ପ୍ରଶ୍ନ ପତ୍ରର ଫଠୋ ଉଠାଇ ଲିକ୍ କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami