ଗୋଟିଏ ଫିଲ୍ମ ପାଇଁ ଶିବସେନାର ବିଦ୍ରୋହ, ଫିଲ୍ମ ହଲରେ ହିଁ ଲେଖା ହୋଇଥିଲା ବିଦ୍ରୋହର ‘ସ୍କ୍ରିପ୍ଟ’

Above Post Content

ମହାରାଷ୍ଟ୍ର ରାଜନୀତିରେ ଗେମ ଚେଂଜର ହୋଇ ସାରିଥିବା ଏକନାଥ ସିନ୍ଦେଙ୍କ ବିଦ୍ରୋହ ମହାରାଷ୍ଟ୍ର ତଥା ଶିବସେନା ଇତିହାସର ସବୁଠାରୁ ବଡ଼ ରାଜନୈତିକ ବିଦ୍ରୋହରେ ପରିଣତ ହୋଇ ସାରିଛି । ଏବେ କୁହା ଯାଉଛି ଯେ, ଏକନାଥ ସିନ୍ଦେଙ୍କ ବିଦ୍ରୋହ ପଛରେ ଅନେକ କାରଣ ଥିବା ବେଳେ ଗୋଟିଏ କାରଣ ହେଉଛି ମରାଠି ଫିଲ୍ମ ଧର୍ମବୀର । ଧର୍ମବୀର ଫିଲ୍ମର ସ୍କ୍ରିନିଂ କାଳରେ ହିଁ ବିଦ୍ରୋହର ସ୍କ୍ରିପ୍ଟ ଲେଖା ଯାଇଥିବା ବୋଲି କୁହାଯାଉଛି ।

ଫିଲ୍ମ ଅଧାରୁ ଚାଲି ଯାଇଥିଲେ ଉଦ୍ଧବ

After 2nd paragraph post ads

ଫିଲ୍ମ ସ୍କ୍ରିନିଂକୁ ଉଦ୍ଧବ ଠାକରେ ଯାଇଥିଲେ । ତାଙ୍କ ସହିତ ଏକନାଥ ମଧ୍ୟ ଯାଇଥିଲେ । ତେବେ ଫିଲ୍ମ କ୍ଲାଇମାକ୍ସ ପୂର୍ବରୁ ଉଦ୍ଧବ ବାହାରି ଯାଇଇଥଲେ । ପୁରା ଫିଲ୍ମ ନଦେଖିବାର କାରଣ ଦର୍ଶାଇବାକୁ ଯାଇ ସେତେବେଳେ ଉଦ୍ଧବ କହିଥିଲେ ଯେ, ମୁଁ ଧର୍ମବୀର ଆନନ୍ଦ ଦିଘେଙ୍କ ମୃତ୍ୟୁ ଦୃଷ୍ୟ ଦେଖି ପାରିନଥାନ୍ତି ।

ଏହି ଫିଲ୍ମକୁ ଏକନାଥ ସିନ୍ଦେ ଲଂଚ୍ କରିଥିଲେ । ସେ ଫିଲ୍ମର ଟିକେଟ୍ କିଣି ନିଜ ସମର୍ଥକଙ୍କ ମଧ୍ୟରେ ବାଣ୍ଟିଥିଲେ । ଏହି ଫିଲ୍ମରେ ତାଙ୍କୁ ଆନନ୍ଦ ଦିଘେଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଇଛି । ସିନ୍ଦେ ଚାହୁଁଥିଲେ ଯେ, ତାଙ୍କ ସମର୍ଥକ ଜାଣନ୍ତୁ ଯେ, ଦିଘେ ତାଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଭାବୁଥିଲେ ।

ଗୁରୁଙ୍କ ରାସ୍ତାରେ ସିନ୍ଦେ

Middle post content

ଆଜି ଏକନାଥ ଶିବସେନା ସୁପ୍ରିମୋଙ୍କ ବିରୋଧରେ ବିଦ୍ରୋହର ବିଗୁଲ ଫୁଙ୍କିଛନ୍ତି । ଦିନେ ତାଙ୍କ ଗୁରୁ ବାଲା ସାହାବଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଥାନେରେ ଥିଲା ଆନନ୍ଦ ଦିଘେଙ୍କ ଏକାଧିପତ୍ୟ । ସେ ବାଲା ସାହାବଙ୍କ ଆଦେଶକୁ ମଧ୍ୟ ବେଳେବେଳେ ମାନୁନଥିଲେ । ଥାନେର ସେ ନିଜ ମର୍ଜିରେ ଶିବସେନାକୁ ଚଳାଉଥିଲେ । ସେତେବେଳେ ଶିବସେନାରେ ଥାକ୍ରେଙ୍କ ପରେ ସେ ଥିଲେ ଦ୍ୱିତୀୟ କ୍ଷମତା କେନ୍ଦ୍ର । ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଯେ, ସିନ୍ଦେ ନିଜ ଗୁରୁଙ୍କ ପଥର ପଥିକ ।

କେବେ ଉଦ୍ଧବଙ୍କ ନାକ କାନ ଥିଲା ସିନ୍ଦେ

ଏମିତି ନୁହେଁ ଯେ, ଉଦ୍ଧବ ଓ ସିନ୍ଦେଙ୍କ ମଧ୍ୟରେ ଅଚାନକ ଶତ୍ରୁତା ଆରମ୍ଭ ହୋଇଛି । ଗୋଟିଏ ସମୟରେ ସିନ୍ଦେ ଥିଲେ ଉଦ୍ଧବଙ୍କ ବିଶ୍ୱସ୍ତ । କିନ୍ତୁ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ସରକାର ପରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ସହିତ ତାଙ୍କ ସମ୍ପର୍କ କାରଣରୁ ତାଙ୍କୁ ଉଦ୍ଧବଙ୍କ ଚକ୍ଷୁଶୂଳ ହେବାକୁ ପଡିଥିଲା ।

ରାତି ଅଧରେ ବିଧାୟକଙ୍କ ଫୋନ୍ ଉଠାନ୍ତି ସିନ୍ଦେ

ଶିବସେନା ବିଦ୍ରୋହୀ ବିଧାୟକଙ୍କ ବଡ଼ ଅଭିଯୋଗ ହେଉଛି ମାତୋଶ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସେମାନଙ୍କୁ ନଜର ଅନ୍ଦାଜ କରୁଥିଲା । କିନ୍ତୁ ସିନ୍ଦେ ନିଜ ଦଳର ବିଧାୟକଙ୍କ ପାଇଁ ସବୁବେଳେ ଉପଲବ୍ଧ ଥିଲେ । କୁହାଯାଏ ଯେ, ସେ ରାତି ଅଧରେ ମଧ୍ୟ ଫୋନ୍ ରିସିଭ କରି ବିଧାୟକଙ୍କୁ ସାହାଯ୍ୟ କରୁଥିଲେ । ଯେଉଁଥିପାଇ ଏବେ ବିଦ୍ରୋହୀ ତାଙ୍କ ଚାରିପଟେ ମେଳି ବାନ୍ଧିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami