କୋର୍ଟରେ ହାଜର ହେଲେ କେଜ୍ରିିୱାଲ, ମିଳିଲା ଜାମିନ୍‌

Above Post Content

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଇଡିର ସମନ ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମିଳିଛି ଏହି ଜାମିନ । ଅବକାରୀ ଦୁର୍ନୀତି ମାମଲାରେ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ କେଜ୍ରିୱାଲ । ଯେଉଁଠାରେ ତାଙ୍କୁ ଜାମିନ ମିଳିଛି । ଦୁଇ ପକ୍ଷର ଦସ୍ତାବିଜ କୋର୍ଟରେ ଦାଖଲ କରିବାକୁ କୁହାଯାଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ରମେଶ ଗୁପ୍ତା କହିଛନ୍ତି ଇଡି ପକ୍ଷରୁ କୌଣସି ଦସ୍ତାବିଜ ଦିଆଯାଇନାହିଁ ।

ମାଜିଷ୍ଟ୍ରେଟ କୋର୍ଟରେ କେବଳ ଆବେଦନ କରିବେ କେଜ୍ରିୱାଲ

After 2nd paragraph post ads
Middle post content

ଏହାପୂର୍ବରୁ ଶୁକ୍ରବାର ଇଡି ଦାଖଲ କରିଥିବା ଅଭିଯୋଗ ମାମଲାରେ ମାଜିଷ୍ଟ୍ରେଟ କୋର୍ଟରେ ରହିବାକୁ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ଏନଫୋର୍ସମେଣ୍ଟନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ନୋଟିସ ସତ୍ତ୍ୱେ ହାଜର ହେବାରେ ବିଫଳ ହେବା ପରେ ମାଜିଷ୍ଟ୍ରେଟ ଏହି ମାମଲାରେ ଡକାଇଥିଲେ । ଶୁକ୍ରବାର ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ ରାକେଶ ସାୟଲ କେଜରିୱାଲଙ୍କ ଆବେଦନ ଉପରେ ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମାଜିଷ୍ଟ୍ରେଟ କୋର୍ଟରେ ବ୍ୟକ୍ତିଗତ ହାଜରରୁ ମୁକ୍ତି ମାଗିଥିଲେ । ସେସନ୍ସ କୋର୍ଟ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେବଳ ମାଜିଷ୍ଟ୍ରେଟ କୋର୍ଟରେ ଆବେଦନ କରିପାରିବେ ।

୮ ଥର ସମନ କରିଥିଲା ଇଡି

ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଥର ସମନ ହୋଇଥିଲା । ହେଲେ ସମନ ଅନୁସାରେ ହାଜର ହୋଇ ନ ଥିଲେ କେଜ୍ରିୱାଲ । ଇଡି ପକ୍ଷରୁ ଲଗାତାର ୫ ଥର ସମନ ପରେ କେଜ୍ରିୱାଲ ହାଜର ନ ହେବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଉଜ ଆଭେନ୍ୟୁ କୋର୍ଟରେ ଅଭିଯୋଗ କରିଥିଲେ । ଦିଲ୍ଲୀ ବିଧାନସଭାରେ ବଜେଟ୍ ଅଧିବେଶନ ଏବଂ ବିଶ୍ୱାସ ପ୍ରସ୍ତାବ ଆଲୋଚନା ପାଇଁ ୧୪ ଫେବୃଆରୀରେ ଭର୍ଚୁଆଲରେ ଅଦାଲତରେ ହାଜର ହୋଇଥିଲେ । ଏହା ପରେ ଅଦାଲତ ମାର୍ଚ୍ଚ ୧୬ରେ ହାଜର ହେବାକୁ କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami