ମନ୍ଦାକିନୀଙ୍କ ପ୍ରେମରେ ପଡ଼ିଥିଲେ ଦାଉଦ୍‌

Above Post Content

ମୁମ୍ବାଇ: ମୋଷ୍ଟୱାଣ୍ଟେଡ୍ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ସହ ସଂଗ୍ରାମ କରୁଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ଭାରତର ବହୁଚର୍ଚ୍ଚିତ ଶତ୍ରୁ ଦାଉଦ୍‌ଙ୍କର ବଲିଉଡ ସହିତ ଦୀର୍ଘଦିନର ସମ୍ପର୍କ ରହିଛି । ଅନେକ ଧମକ ଓ ଷଡ଼ଯନ୍ତ୍ରରେ ଦାଉଦ୍‌ଙ୍କ ନାମ ଅନେକ ଥର ଆସିଛି । ଏହା ବ୍ୟତୀତ ରୋମାଣ୍ଟିକ ଦାଉଦ୍ ମଧ୍ୟ ଅନେକ ଥର ବଲିଉଡ ଅଭିନେତ୍ରୀମାନଙ୍କ ପ୍ରେମରେ ପଡ଼ିଛନ୍ତି । ଦିନ ଥିଲା ଦାଉଦ୍ ବଲିଉଡ଼ର ଜଣେ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ଥିଲେ । ଏହି କାରଣରୁ ଅଭିନେତ୍ରୀ ଜଣଙ୍କର କ୍ୟାରିୟର ନଷ୍ଟ ହୋଇଯାଇଥିଲା ।

ଦାଉଦ୍‌-ମନ୍ଦାକିନୀ ମିଶି ଦେଖିଥିଲେ କ୍ରିକେଟ ମ୍ୟାଚ

After 2nd paragraph post ads
Middle post content

ଦାଉଦ୍‌ଙ୍କ ବଲିଉଡ ସଂଯୋଗ ବିଷୟରେ ଅନେକ ଖବର ଆସିଛି । ଥରେ ଜଣେ ଭାରତୀୟ ଅଭିନେତ୍ରୀଙ୍କ ନାମ ତାଙ୍କ ସହିତ ଯୋଡି ହୋଇଥିଲା । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ମନ୍ଦାକିନୀ । ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲି’ ସହିତ ମନ୍ଦାକିନୀ ଚର୍ଚ୍ଚାରେ ରହିଥିଲେ । ଏହି ଫିଲ୍ମ ୧୯୮୫ରେ ମୁକ୍ତିଲାଭ କରିଥିଲା ଏବଂ ଦର୍ଶକ ମନ୍ଦାକିନୀଙ୍କୁ ବହୁତ ପସନ୍ଦ କରିଥିଲେ । ଯେତେବେଳେ ଏହି ଫିଲ୍ମ ରିଲିଜ ହେଲା, ମନ୍ଦାକିନୀଙ୍କ ନାଁ ବେଶ୍ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ଦାଉଦ୍ ଇବ୍ରାହିମ ତାଙ୍କ ଉପରେ ନଜର ପକାଇଥିଲେ । ଦାଉଦ ମନ୍ଦାକିନୀଙ୍କ ପ୍ରେମରେ ପଡ଼ିଯାଇଥିଲେ । ସେ ତାଙ୍କ ସହିତ ଯୋଗାଯୋଗ କରିଥିଲେ । କୁହାଯାଏ, ମନ୍ଦାକିନୀ ଏବଂ ଦାଉଦ ଅନେକ ଥର ଭେଟିଥିଲେ । ଶାରଜାହାନରେ ଏକ କ୍ରିକେଟ ମ୍ୟାଚ ସମୟରେ ମନ୍ଦାକିନୀ ଦାଉଦଙ୍କ ନିକଟରେ ବସିଥିବାର ନଜର ଆସିଥିଲେ ।

ଗୋଟିଏ ଫଟୋ ହିଁ କରିଥିଲା ମନ୍ଦାକିନୀଙ୍କ କ୍ୟାରିୟର ନଷ୍ଟ

ମନ୍ଦାକିନୀ ଏବଂ ଦାଉଦଙ୍କର ଏହି ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋ ସାମ୍ନାକୁ ଆସିବା ପରେ ଦାଉଦ ଏବଂ ମନ୍ଦାକିନୀଙ୍କ ମଧ୍ୟରେ ଥିବା ପ୍ରେମ ବିଷୟରେ ସବୁଠି ଚର୍ଚ୍ଚା ହେଲା । କିନ୍ତୁ ଅଣ୍ଡରୱାର୍ଲଡ ଡନ୍ ସହିତ ମନ୍ଦାକିନୀଙ୍କ ଫଟୋ ତାଙ୍କ ପାଇଁ ଏକ ସମସ୍ୟା ହୋଇଗଲା । ଖବର ଆସିଲା ଯେ, ଦାଉଦ ଫିଲ୍ମ ନିର୍ମାତାମାନଙ୍କୁ ମନ୍ଦାକିନୀଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଧମକ ଦେବା ଆରମ୍ଭ କରିଥିଲେ । କିନ୍ତୁ ଯେତେବେଳେ ଷ୍ଟାଡିୟମରୁ ମନ୍ଦାକିନୀ ଏବଂ ଦାଉଦ୍‌ଙ୍କ ଫଟୋ ସାମ୍ନାକୁ ଆସିଲା, ନିର୍ମାତାମାନେ ମନ୍ଦାକିନୀଙ୍କୁ ପ୍ରୋଜେକ୍ଟରୁ ହଟାଇବା ଆରମ୍ଭ କଲେ । ମନ୍ଦାକିନୀଙ୍କ କ୍ୟାରିୟର ଯେତେ ଶୀଘ୍ର ବଢ଼ିଥିଲା, ସେହି ବେଗରେ ତାଙ୍କ କ୍ୟାରିୟର ନଷ୍ଟ ବି ହୋଇଗଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami