ଯୁବପିଢିଙ୍କ ମଧ୍ୟରେ କ୍ରେଜ ଦାଣ୍ଡିଆ ନାଇଟ୍ସ

Above Post Content

ଭୁବନେଶ୍ୱର: ଦଶହରାରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବ ମୁଖରିତ । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଟି ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ଭିତରେ ଶୋଭା ପାଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି । ରାସ୍ତାଘାଟ,ଦୋକାନ ବଜାର ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି । ଏସବୁ ଭିତରେ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ଦାଣ୍ଡିଆ ନାଇଟ୍ସ…

Middle post content

ଦାଣ୍ଡିଆ ନାଚିବାକୁ ଭିଡ଼

After 2nd paragraph post ads

ଦିନକୁ ଦିନ ଦାଣ୍ଡିଆ ନାଇଟ୍‌ର କ୍ରେଜ୍ ବଢିବାକୁ ଲାଗିଛି । ଦଶହରାରେ ବୁଲାବୁଲି, ମାର୍କେଟିଂ ସାଙ୍ଗକୁ ଦାଣ୍ଡିଆ ନାଇଟ୍ସରେ ଡ୍ୟାନ୍ସ କରିବାର ମଜା ନେବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ କହିଲେ ନ ସରେ । ଏଥିପାଇଁ ଅନେକ ସ୍ଥାନରେ ସ୍ପେଶାଲ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଖାସ୍‌ କରି ଭୁବନେଶ୍ୱରର ବିଭିନ୍ନ ଛୋଟବଡ଼ ହୋଟେଲରେ ଦାଣ୍ଡିଆ ନୃତ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏମିତି କି ବିଭିନ୍ନ ପ୍ରକାରର ସୁସ୍ୱାଦ୍ୟ ଖାଦ୍ୟର ମଜା ବି ନେଉଛନ୍ତି ଲୋକେ । ଦାଣ୍ଡିଆ ନାଇଟ୍‌ସ ପାଇଁ କେଉଁଠି ଡିଜେ ମ୍ୟୁଜିକ୍ ଏବଂ ଆଉ କେଉଁଠି ନାମୀ ଦାମୀ ସିଙ୍ଗରଙ୍କ ଲାଇଭ୍ ସିଙ୍ଗ୍‌ରେ ଦାଣ୍ଡିଆ ନାଇଟ୍ସର ସଭିଏଁ ଭରପୁର ମଜା ନେବାର ବ୍ୟବସ୍ଥା କରାଯାଇଛି । ଏମିତିକି କେତେକ ବଡ଼ ହୋଟେଲ୍‌, ଶପିଂ ମଲ୍‌ରେ ମଧ୍ୟ ଦାଣ୍ଡିଆ ନାଇଟ୍ସ ଆୟୋଜନ କରାଯାଇଛି । କେଉଁଠି ଫ୍ରି ତ କେଉଁଠି ଟିକେଟ୍‌ର ବ୍ୟବସ୍ଥା ରହିଛି । ଆଉ କେଉଁଠି ଏହାକୁ ନେଇ କମ୍ପିଟିଶନ୍ ଏବଂ କୃତୀ ପ୍ରତିଯୋଗୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି । ଦାଣ୍ଡିଆ ଡାନ୍ସ ପାଇଁ ବେଶ୍ କିଛି ଦିନ ପୂର୍ବରୁ ମାର୍କେଟ୍‌କୁ ବିଭିନ୍ନ ଭେରାଇଟିର ଟ୍ରାଡିସନାଲ୍ ଆଉଟ୍‌ଫିଟ୍‌ର କଲେକ୍ସନ ଆସିଯାଇଛି ।  କେବଳ ଏତିକି କଲରଫୁଲ୍ ଦାଣ୍ଡିଆ ବାଡି ବି ପ୍ରାୟ ସବୁ ମାର୍କେଟରେ ବହୁମାତ୍ରାରେ ବିକ୍ରି ହେଉଛି । ତେବେ ଦାଣ୍ଡିଆ ପାଇଁ କେତେକ ଡାନ୍ସ ଏକାଡେମୀରେ ଏଥିପାଇଁ ଆଗ୍ରହୀ ଯୁବତୀ ଯୁବକଙ୍କୁ ସ୍ପେଶାଲ୍ ଡ୍ୟାନ୍ସ ଶିକ୍ଷା ନେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami