CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ

Above Post Content

କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି । ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ । ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନଚତୁର୍ଥ ଶ୍ରେଣୀରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି । ପଂଚମ ଶ୍ରେଣୀରେ ଏଭଳି ସଂଗଠନ ଅଛନ୍ତି ଯେଉଁମାନଙ୍କ ନିଶାନାରେ ଅଛନ୍ତି ସିଆ ଓ ଅନ୍ୟ ମୁସଲିମ୍ ସଂଖ୍ୟାଲଘୁ । ମୋଟାମୋଟି ଭାବେ ପାକିସ୍ତାନରେ ୧୨ଟି ଆତଙ୍କବାଦୀ ସଂଗଠନ ସକ୍ରୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ଟିର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତକୁ କ୍ଷତି ପହଂଚାଇବାସିଆରଏସ ରିପୋର୍ଟ ଅନୁସାରେ କିଛି ଆତଙ୍କବାଦୀ ସଂଗଠନ ୧୯୮୦ ମସିହାରୁ ସକ୍ରୀୟ ଅଛନ୍ତି ।

୧୯୮୦ ଦଶକରେ ଗଠିତ ହୋଇଥିଲା ଲସ୍କର ଏ ତୋଇବା

After 2nd paragraph post ads

୧୯୮୦ ଦଶକରେ ଲସ୍କର ଏ ତୋଇବାର ଗଠନ ହୋଇଥିଲା । ୨୦୦୧ରେ ଏହାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଭାବେ ଚିହ୍ନଟ କରାଯାଇଥିଲା । ସିଆରଏସ ରିପୋର୍ଟରେ କୁହାଯାଇଛି ଯେ, ମୁମ୍ବାଇ ଆକ୍ରମଣରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା । ଏହା ସହିତ ଭାରତରେ ହୋଇଥିବା ଅନ୍ୟକିଛି ହାଇପ୍ରୋଫାଇଲ ଆତଙ୍କବାଦୀ ଆକ୍ରମଣରେ ଲସ୍କର ହାତ ଥିବା ରିପୋର୍ଟ କହିଛି ।

୨୦୦୦ରେ ଅସ୍ତିତ୍ୱକୁ ଆସିଥିଲା ଜୈଶ-ଏ-ମହମ୍ମଦ

ରିପୋର୍ଟ ଅନୁସାରେ ଜୈଶ-ଏ-ମହମ୍ମଦର ଗଠନ ୨୦୦୦ ମସିହାରେ ଗଠନ ହୋଇଥିଲାମସୁଦ ଅଜହର ଭାରତୀୟ ଜେଲରୁ ବିମାନ ପଣବନ୍ଦୀଙ୍କୁ ବଦଳରେ ମୁକ୍ତ ହେବା ପରେ ଏହି ସଂଗଠନ ଗଠିତ ହୋଇଥିଲା । ୨୦୦୧ରେ ଏହାକୁ ଏଫିଟିଓ (ଫରେନ୍ ଟେରୋରିଷ୍ଟ୍ ଅର୍ଗାନାଇଜେସନ୍) ଭାବେ ଚିହ୍ନଟ କରାଯାଇଥିଲା । ୨୦୦୧ରେ ଭାରତୀୟ ସଂସଦ ଉପରେ ହୋଇଥିବା ଆକ୍ରମଣରେ ଏହି ସଂଗଠନ ସାମିଲ ଥିଲା ।

ହରକତ-ଉଲ-ଜିହାଦ ଇସ୍ଲାମୀ

Middle post content

୧୯୮୦ ଦଶକରେ ଜନ୍ମ ନେଇଥିବା ଏହି ସଂଗଠନ ପ୍ରଥମେ ଆଫଗାନିସ୍ତାନରେ ସକ୍ରୀୟ ଥିଲା । ଏହା ସୋଭିଏତ ସଂଘ ବିରୋଧରେ ଜିହାଦ ଲଢୁଥିଲା । କିନ୍ତୁ ସୋଭିଏତ ସେନାର ଆଫଗାନିସ୍ତାନରୁ ପ୍ରସ୍ତାନ ପରେ ଏହା କାଶ୍ମୀରରେ ନିଜକୁ ସକ୍ରୀୟ କରିଥିଲା । ୧୯୮୯ରୁ ଏହା ଭାରତ ବିରୋଧରେ ଜିହାଦ ଲଢୁଛି । ରିପୋର୍ଟରେ କୁହାଯାଇଛି ଯେ, କୌଣସି ଅଜ୍ଞାତ ଶକ୍ତି ସାହାଯ୍ୟରେ ଏହା ଭାରତ ଓ ବାଂଲାଦେଶରେ ସକ୍ରୀୟ ଅଛିକାଶ୍ମୀରକୁ ପାକିସ୍ତାନରେ ମିଶାଇବା ଏହାର ଲକ୍ଷ୍ୟ ।

ହିଜବୁଲ ମୁଜାହିଦ୍ଦିନ

୧୯୮୯ରେ ଏହି ସଂଗଠନ ଗଠନ ପାକିସ୍ତାନରେ ଆଇଏସଆଇ ଦ୍ୱାରା ହୋଇଥିଲା । ଏହା ପାକିସ୍ତାନର ସବୁଠାରୁ ବଡ ଇସଲାମିକ୍ ରାଜନୈତିକ ଦଳର ଆତଙ୍କବାଦୀ ଶାଖା ବୋଲି କୁହାଯାଉଛି । ୨୦୧୭ରେ ଏହାକୁ ଏଫଟିଓ ସୂଚୀରେ ସାମିଲ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏହା ହେଉଛି ସବୁଠାରୁ ବଡ଼ ଓ ପୁରୁଣା ସଂଗଠନ ।

ଆତଙ୍କବାଦୀଙ୍କୁ ନିଜ ଭୂମି ବ୍ୟବହାର କରିବାକୁ ଦେଇଛି ପାକିସ୍ତାନ

ସିଆରଏସ ରିପୋର୍ଟ ‘କଣ୍ଟ୍ରି ରିପୋର୍ଟ ଅନ୍ ଟେରୋରିଜମ୍ ୨୦୧୯’ ଅନୁସାରେ ପାକିସ୍ତାନ କିଛି ଆତଙ୍କବାଦୀ ସଂଗଠନଙ୍କୁ ନିଜ ମାଟି ବ୍ୟବହାର କରିବାକୁ ଅନୁମତି ଦେଇଛି । କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହି ସଂଗଠନଙ୍କୁ ଅନୁମତି ମିଳିଛି । ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନଙ୍କୁ ପାକିସ୍ତାନରେ ଅଧିକ ପ୍ରାଥମିକତା ମିଳିଥାଏ । ୨୦୧୯ରେ ଭାରତ ଭିତରେ ହୋଇଥିବା ଆତାଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଲୋକଦେଖାଣିଆ ଭାବେ ମାମୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି ।

ପାକିସ୍ତାନରେ ସକ୍ରୀୟ ଅଛନ୍ତି ଏହି ସଂଗଠନ

ପାକିସ୍ତାନ ଭିତରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ଅଛନ୍ତି ଅଲକାଏଦା ଇନ୍ ଦି ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍, ଇସଲାମିକ୍ ଷ୍ଟେଟ୍ ଖୁରସାନ୍ ପ୍ରୋଭିନ୍ସ,ଆଫଗାନ ତାଲିବାନ, ହକ୍କାନୀ ନେଟୱର୍କ, ତହରିକ-ଏ-ତାଲିବାନ, ବେଲୁଚିସ୍ତାନ ଲିବରେସନ୍ ଆର୍ମି, ଜୁନ୍ଦାଲା (ଜୈଶ-ଅଲ୍-ଅଦଲ)ସିପାହ-ଏ-ସାହେବ ପାକିସ୍ତାନ ଓ ଲସ୍କର-ଏ-ଝଙ୍ଗଭି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami