ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର

Above Post Content

ଅଯୋଧ୍ୟା: ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ଆଜି ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିର । ଆଜିଠୁ ରାମଲାଲାଙ୍କୁ ସାଧାରଣ ଲୋକ ଦର୍ଶନ କରି ପାରିବେ । ଭୋର ୩ଟାରୁ ରାମଲାଲାଙ୍କୁ ଦର୍ଶନ ଓ ପୂଜାପାଠ କରିବା ପାଇଁ ଭକ୍ତମାନେ ରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଭିଡ଼ ଜମାଇଥିଲେ । ସକାଳ ୭ଟାରେ ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀ ରାମ ଲାଲାଙ୍କ ଦର୍ଶନ ବି କରିଛନ୍ତି । ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା ପ୍ରତିମା ସହିତ ନୂତନ ପ୍ରତିମା ଦର୍ଶନ କରିଛନ୍ତି ।

ପୁରୁଣା ମୂର୍ତ୍ତିକୁ ବି ଦର୍ଶନ କଲେ ଶ୍ରଦ୍ଧାଳୁ

After 2nd paragraph post ads
Middle post content

ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମଲାଲାଙ୍କ ଦର୍ଶନ ୨୦ଜାନୁଆରୀ ସକାଳରୁ ବନ୍ଦ ହୋଇଯାଇଥିଲା । ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବା ଲକ୍ଷ୍ୟରେ ଟ୍ରଷ୍ଟ ଏହି ନିଷ୍ପତ୍ତି ନେଇଛି । ଏହି ସମୟରେ ରବିବାର ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ଲାଲାଙ୍କ ମୂର୍ତ୍ତିକୁ ନୂଆ ମନ୍ଦିରରେ ସ୍ଥାପନ କରିବା ପାଇଁ ପୁରୋହିତମାନଙ୍କୁ ଦେଇଥିଲେ । ନୂତନ ପ୍ରତିମା ସ୍ଥାପନ ପରେ ରାମ ମନ୍ଦିରରେ ଥିବା ଉଭୟ ମୂର୍ତ୍ତିର ଦର୍ଶନ ମଙ୍ଗଳବାରଠାରୁ ସମସ୍ତ ଭକ୍ତଙ୍କ ନିକଟରେ ଉପଲବ୍ଧ ହୋଇଛିି ।

ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ଭୋର ୩ଟାରୁ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭିଡ଼ ଜମାଇଥିଲେ । ସକାଳ ୭ଟାରେ ମୁଖ୍ୟଦ୍ୱାର ଖୋଲାଯିବା ପରେ ରାମଲାଲାଙ୍କୁ ଦର୍ଶନ କରିଥିଲେ । ପ୍ରତ୍ୟେକ ଦିନ ସକାଳ ୭ଟାରୁ ପୂର୍ବାହ୍ନ ସାଢେ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ଦର୍ଶନ କରି ପାରିବେ । ପ୍ରଥମ ସିଫ୍ଟରେ ସକାଳ ୧୧ଟା ୩୦ପର୍ଯ୍ୟନ୍ତ ଦର୍ଶନ ସମ୍ଭବ ହେବ । ଏହା ପରେ, ଦ୍ୱିତୀୟ ସିଫ୍ଟ ପାଇଁ ସମୟ ଅପରାହ୍ନ ୨ ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଯଦି ଭକ୍ତଙ୍କ ଭିଡ ବଢିଯାଏ ତେବେ ଦର୍ଶନର ଅବଧି ମଧ୍ୟ ଟ୍ରଷ୍ଟ ପକ୍ଷରୁ ବଢାଯିବ । ସୋମବାର ପ୍ରତିଷ୍ଠା ଉତ୍ସବ ଦିନ ମଧ୍ୟ ସାଧାରଣ ଭକ୍ତମାନେ ରାମଲାଲାଙ୍କ ଦର୍ଶନ ପାଇପାରି ନ ଥିଲେ । ପ୍ରାଣ ପ୍ରତିଷ୍ଠା ସମାରୋହ ପରେ କେବଳ ସ୍ୱତନ୍ତ୍ର ଅତିଥିମାନଙ୍କୁ ଦର୍ଶନ ସୁବିଧା ଦିଆଯାଇଥିଲା । ଆଜିଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ରାମଲାଲା ଦର୍ଶନ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami