![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୋଦି କାଳରେ କଂଗ୍ରେସର ରାଜନୈତିକ ସୂଚକାଙ୍କ ଗଲା ୭ ବର୍ଷରେ ଢେର ତଳକୁ ଖସି ଯାଇଛି । ୨୦୧୪ ପରଠାରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି କଂଗ୍ରେସ । ୨୦୧୭ରେ ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି କଂଗ୍ରସ ଉତ୍ତର ପ୍ରଦେଶରେ କ୍ଷମତା ଦଖଲ କରିବା ସ୍ୱପ୍ନ ଦେଖିଥିଲା । କିନ୍ତୁ କ୍ଷମତାକୁ ଆସିଲେ ଯୋଗୀ ଓ ବିଜେପି । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ହେବାକୁ ଅଛି । କଂଗ୍ରେସ ଉତ୍ତରପ୍ରଦେଶରେ କିଛି ଚମତ୍କାର ଆଶା କରୁଛି । ଆଉ ଏଥିପାଇଁ ପ୍ରସ୍ତୁତ ମଧ୍ୟ ହେଉଛି । ଏହି କ୍ରମରେ କଂଗ୍ରେସ ଉତ୍ତରପ୍ରଦେଶରେ ନିଜ କଥାକୁ ଜବରଦସ୍ତ ତରିକାରେ ରଖିବା ପାଇଁ ଭଲ କହିପାରୁଥିବା ମୁଖପାତ୍ର ଖୋଜୁଛି । ଏଥିପାଇଁ କଂଗ୍ରେସ ରିତିମତ ଲିଖିତ ପରିକ୍ଷା କରୁଛି । ଯିଏ ପରୀକ୍ଷାରେ ଭଲ ନମ୍ବର ରଖିବେ ତାଙ୍କୁ ରାଜ୍ୟ କଂଗ୍ରେସର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯିବ । ତେବେ ଏହି ଲିଖିତ ପରିକ୍ଷା ପାଇଁ ଯେଉଁ ପ୍ରଶ୍ନପତ୍ର ତିଆରି ହୋଇଛି ତାକୁ ନେଇ ।
୪୫ ମିନିଟର ପେପର
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଲିଖିତ ପରିକ୍ଷା ପାଇଁ ଯେଉଁ ପ୍ରଶ୍ନ ପତ୍ର କଂଗ୍ରେସ ତିଆରି କରିଛି ତାହାର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ ୪୫ ମିନିଟ୍ ସମୟ ଦିଆଯାଇଛି । ୪୫ ମିନିଟ୍ ମଧ୍ୟରେ ପରିକ୍ଷାର୍ଥୀଙ୍କୁ ୨୦ ଟି ଅବଜେକ୍ଟିଭ୍ ଓ ଦୁଇଟି ବିଶ୍ଲେଷଣାତ୍ମକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । କଂଗ୍ରେସ ମୁଖପାତ୍ର ହେବାକୁ ଇଛା ରଖୁଥିବା ପ୍ରାର୍ଥୀଙ୍କୁ ଏହା ୟୁପିଏସସି ପରିକ୍ଷା ଭଳି ଲାଗୁଛି ।
![congress spokesperson, uttar pradesh, elections 2022, priyanka gandhi, congress spokesperson, spokesperson applicant form, congress spokesperson exam, rising odisha](http://risingodisha.in/wp-content/uploads/2021/12/form-1024x576.jpg)
ଆରଏସଏସ କାହିଁକି ବିପଜ୍ଜନକ ?
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ଯେଉଁ ସବୁ ପ୍ରଶ୍ନ ପଚରା ଯାଇଛି ତାହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାହିଁକି ବିପଜ୍ଜନକ ? । ସଂଘ ପରିବାରର ବିଜେପି ସହିତ କଂଗ୍ରେସର ସିଧାସଳଖ ମୁକାବିଲା ହେଉଥିବାରୁ ଏଭଳି ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏହି ପ୍ରଶ୍ନର ଭଲ ଉତ୍ତର ଦେଇ ପାରୁଥିବା ବ୍ୟକ୍ତି ବିଜେପିକୁ ମୁହଁତୋଡ ଜବାବ ଦେଇ ପାରିବେ ବୋଲି କଂଗ୍ରେସ ଆଶା କରୁଛି ।
କିଛି ନମୂନା ପ୍ରଶ୍ନ
କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ପଚରା ଯାଇଥିବା ପ୍ରଶ୍ନ ମଧ୍ୟରେ ରହିଛି..
- ଉତ୍ତରପ୍ରଦେଶରେ କେତେ ଲୋକସଭା ଆସନ ସଂରକ୍ଷିତ ?
- ୟୁପି ବିଧାନସଭାରେ କେତେ ଆସନ ରହିଛି ?
- କ’ଣ ଯୋଗୀ ସରକାର ବିଫଳ ?
- ମନମୋହନ ସରକାର କ’ଣ ପାଇଁ ଭଲ ଥିଲା ଓ କ’ଣ ଉପଲବ୍ଧି ଥିଲା ?
- କେତେ ଜଣ ପରୀକ୍ଷା ଦେଇଛନ୍ତି ?
୭୫ ଜିଲ୍ଲାରୁ ୨୮୫୦ ଜଣ କଂଗ୍ରେସ ମୁଖପାତ୍ର ପଦବୀ ପାଇଁ ଲିଖିତ ପରୀକ୍ଷା ଦେଇ ସାରିଲେଣି । ୩୬ଟି ବଡ଼ ଜିଲ୍ଲାରେ ୧୭୫୦ ଜଣଙ୍କର ସାକ୍ଷାତକାର ନିଆ ସରିଲାଣି । ଡିସେମ୍ବର ଶେଷରେ ଫଳାଫଳ ପ୍ରକାଶ ପାଇବ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)