ଆଉ ସାଧାରଣ ଲୋକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌

Above Post Content

ନୂଆଦିଲ୍ଲୀ: ଆଉ ସାଧାରଣ ଲୋକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସବୁଦିନ ପାଇଁ ପରିଦର୍ଶକଙ୍କ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାରବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ ପାସ୍ ଦେବାକୁ ମନା କରିଛନ୍ତି ।

Middle post content

ଭିଜିଟର ଗ୍ୟାଲେରୀରେ ଲାଗିବ କାଚ

After 2nd paragraph post ads

ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ବିରୋଧୀ ଦଳର ନେତାମାନେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସେ ଏଥିରେ ସହମତ ହୋଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ନେଇ ଆଶ୍ୱାସନା ଦେଇଥିଲେ । ଏହି ଘଟଣା ପରେ ଏମପି, କର୍ମଚାରୀ ଏବଂ ଗଣମାଧ୍ୟମକୁ ପୃଥକ ପ୍ରବେଶ ଦ୍ୱାର ଦିଆଯିବା ସହିତ ସୁରକ୍ଷା ପ୍ରୋଟୋକଲଗୁଡ଼ିକର ପୁନଃ ପ୍ରସ୍ତୁତ କରାଯାଇଛି । ପରେ ଯେଉଁ ସମୟରେ ପରିଦର୍ଶକମାନଙ୍କୁ ଅନୁମତି ମିଳିବ ସେତେବେଳେ ସେମାନେ ଚତୁର୍ଥ ଫାଟକରୁ ପ୍ରବେଶ କରିବେ । ତେବେ ବର୍ତ୍ତମାନ ପାଇଁ ଏହି ସୁବିଧା ବନ୍ଦ ରହିବ । ଏହା ସହିତ ଆଗକୁ ଭିଜିଟର ଗ୍ୟାଲେରୀରେ କାଚ ଲାଗିବ, ଯାହା ଦ୍ୱାରା ସେମାନେ ତଳକୁ ଡେଇଁ ପାରିବେ ନାହିଁ । ବିମାନ ବନ୍ଦର ପରି ବଡି ସ୍କାନର ଏବେ ସଂସଦରେ ମଧ୍ୟ ଲଗାଯିବ । ଏଥିସହିତ ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami