ଭାରତ ବିରୋଧରେ ଚୀନ କରୁଛି ଷଡ଼ଯନ୍ତ୍ର, ବାଦଲ ଫଟାଇ କରୁଛି ବର୍ଷା !

Above Post Content

ନିକଟରେ ଜୁଲାଇ ୧୭ ତାରିଖ ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବାଦଲ ଫଟା ବର୍ଷା ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା କଥା କହିଛନ୍ତି । ଆଗରୁ ସେ ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ହୋଇଥିବା ଭୀଷଣ ବର୍ଷ ପଛରେ ବିଦେଶୀ ଶକ୍ତିର ହାତ ଥିବା କଥା କହିଥିଲେ । ଏବେ ତେଲେଙ୍ଗାନାର ବନ୍ୟା ପ୍ରଭାବିତ ଭଦ୍ରାଚଳମ ଗସ୍ତ କାଳରେ ସେ ସେହି କଥାକୁ ପୁଣିଥରେ ଦୋହରାଇଛନ୍ତି । ତାଙ୍କ କହିବା କଥା ହେଉଛି ଗୋଟିଏ ଶତ୍ରୁ ରାଷ୍ଟ୍ର ଭାରତ ବିରୋଧରେ ପ୍ରକୃତିକୁ ଅସ୍ତ୍ର କରିଛି । ବାଦଲ ଫଟାଇ ଭୀଷଣ ବର୍ଷା ଓ ବନ୍ୟା କରାଉଛି । ତେବେ ଚନ୍ଦ୍ର ଶେଖର ରାଓଙ୍କ ଅଭିଯୋଗରେ କେତେ ସତ୍ୟତା ଅଛି ? ସତରେ କ’ଣ କୃତ୍ରିମ ବର୍ଷା କରାଯିବା ସହିତ ତା’ର ଭୀଷଣତାକୁ ନିୟନ୍ତ୍ରଣ କରାଯାଇ ପାରିବ ? ଆସନ୍ତୁ ଜାଣିବା ଏହାର ଉତ୍ତର ..

କେବେଠାରୁ ଉଠିଲା ଷଡ଼ଯନ୍ତ୍ର ଥିଓରୀ ?

After 2nd paragraph post ads

୨୦୧୩ରେ ଉତ୍ତରାଖଣ୍ଡରେ ଆସିଥିଲା ଜଳ ପ୍ରଳୟ । କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବର୍ଷାରେ ୧୦ ହଜାର ଜଣ ପ୍ରାଣ ହରାଇଥିଲେ । ଏହି ବର୍ଷା ବାଦଲ ଫାଟିବା କାରଣରୁ ହୋଇଥିଲା । ଏହା ପରେ ନିକଟରେ ଅମରନାଥ ଯାତ୍ରା କାଳରେ ଗୁମ୍ଫାଠାରୁ କେଇ କିଲୋମିଟର ଦୂରରେ ହୋଇଥିବା ବର୍ଷାରେ ଅନେକ ଲୋକ ଭାଷି ଯାଇଥିଲେ । ଚୀନକୁ ଲାଗିଥିବା ଭାରତୀୟ ସୀମାରେ ହିଁ ଏହି ସବୁ ଘଟଣା ଘଟିଥିଲା । ତେଣୁ ଏହି ସବୁ ପ୍ରାକୃତିକ ଦୁର୍ବିପାକ ପଛରେ ଚୀନର ହାତ ଥିବା ସନ୍ଦେହ କରାଯାଏ । କାରଣ ଚୀନ ପାଖରେ ବର୍ଷାକୁ ନିୟନ୍ତ୍ରିତ କରିବାର ବୈଜ୍ଞାନିକ କ୍ଷମତା ରହିଛି । ଆଉ ମଧ୍ୟ ଆମେରିକା ଭଳି ଦେଶ ଯୁଦ୍ଧ କାଳରେ ନିଜ ଇଛାରେ ବର୍ଷା କରାଇବାର ନଜିର ରହିଛି । ଭିଏତନାମ ଯୁଦ୍ଧ କାଳରେ ଆମେରିକା ସେନା ଭିଏତନାମର ରାଜଧାନୀ ସାଇନଗନ ଉପରେ ନିୟନ୍ତ୍ରିତ ବର୍ଷା କରାଇ ଥିଲା । ଫଳରେ ଭିଏତନାମରେ ବନ୍ୟା ଆସିଥିଲା । ଭିଏତନାମୀ କମ୍ୟୁନିଷ୍ଟ ସେନାକୁ ଏଥିପାଇଁ ବ୍ୟାପକ କ୍ଷତି ସହିବାକୁ ପଡିଥିଲା ।

୨୦୦୮ ମସିହାରେ ଚୀନ ବେଜିଂ ଅଲମ୍ପିକ୍ସ କାଳରେ ବର୍ଷା କାଳେ ଖେଳ ବିଗାଡି ଦେବ ସେଥିପାଇଁ ନିୟନ୍ତ୍ରିତ ବର୍ଷା କରାଉଥିଲା । ଖେଳର ଗୋଟିଏ ଦିନ ପୂର୍ବରୁ ଚୀନ୍ ବେଜିଂ ଆକାଶାରେ ଜମିଥିବା ବାଦଲକୁ ବୈଜ୍ଞାନିକ ପଦ୍ଧତିରେ ବର୍ଷା ପାଇଁ ବ୍ୟବହାର କରୁଥିଲା । ଫଳରେ ଖେଳଦିନ ଆକାଶ ସଫା ରହୁଥିଲା ।

Middle post content

ବାଦଲ ଫଟା ବର୍ଷା କ’ଣ ?

୨୦ରୁ ୩୦ ବର୍ଗ କିଲୋମିଟର ଅଂଚଳରେ ଯଦି ଏକ ଘଣ୍ଟା କିମ୍ବା ତା’ଠାରୁ କମ ସମୟ ଭିତରେ ଏକ ଶହ ମିଲିମିଟର କିମ୍ବା ତା’ଠାରୁ ଅଧିକ ବର୍ଷା ହୁଏ ତେବେ ତାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଏ । ୧ ମିଲିମିଟର ବର୍ଷା କହିଲେ ଏକ ମିଟର ଲମ୍ବା ଓ ଏକ ମିଟର ପ୍ରସ୍ତ ବିଶିଷ୍ଟ ଅଂଚଳରେ ଏକ ଲିଟର ପାଣି ବର୍ଷିବାକୁ ବୁଝାଏ । ତେଣୁ ଯଦି ଏକ ମିଟର ଲମ୍ବ ଓ ୧ ମିଟର ପ୍ରସ୍ତ ବିଶିଷ୍ଟ ଅଂଚଳରେ ଏକ ଘଣ୍ଟା କିମ୍ବା ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ୧ ଶହ ଲିଟରରୁ ଅଧିକ ବର୍ଷା ହୁଏ ତାକୁ ବାଦଲ ଫଟା ବର୍ଷା କୁହାଯିବ ଯଦି ଏକ ମିଟରକୁ ବଦଳାଇ ୧ ବର୍ଗ କିଲୋମିଟର କରାଯାଏ ତେବେ ଏକ ବର୍ଗ କିଲୋମିଟର ଅଂଚଳରେ ଏକ ଘଣ୍ଟାରେ ୧୦କୋଟି ଲିଟର ପାଣି ବର୍ଷା ହେବ ।ଯାହାକୁ ବାଦଲ ଫଟା ବର୍ଷା କୁହାଯାଏ ।

ତେବେ କ’ଣ ଭାରତରେ ହେଉଥିବା ବାଦଲ ଫଟା ବର୍ଷା ପଛରେ ଚୀନ୍ ଅଛି ?

୧୯୭୦ରୁ ୨୦୧୬ ମଧ୍ୟରେ ଗତ ୪୬ ବର୍ଷ ମଧ୍ୟରେ ବାଦଲ ଫାଟିବାର ୩୦ରୁ ଅଧିକ ଘଟଣା ଘଟିଛି । ଆଉ ଏହି ସବୁ ଘଟଣା ଚୀନକୁ ଲାଗିଥିବା ହିମାଳୟ ଅଂଚଳରେ ହୋଇଛି । ଜମ୍ମୁ-କାଶ୍ମୀର,ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ବାଦଲ ପାଟିବାର ସବୁ ଘଟଣା ଘଟିଛିଯାହା ମଧ୍ୟରୁ ୨୦୧୩ର ଉତ୍ତରାଖଣ୍ଡ ଜଳ ପ୍ରଳୟ ସବୁଠାରୁ ବଡ଼ ବିପର୍ଯ୍ୟୟ ଥିଲା । ଯେହେତୁ ଏହି ସବୁ ଅଚଂଳ ଚୀନ୍ ସୀମାକୁ ଲାଗିଛି ଓ ଚୀନ୍ ସହିତ ଭାରତର ସମ୍ପର୍କ ଭଲ ନାହିଁ, ତେଣୁ ଏହା ପଛରେ ଚୀନର ହାତ ଥିବା ଅଭିଯୋଗ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami