ଆନନ୍ଦବନକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର : କଳିଙ୍ଗନଗର କେ-୩ ସ୍ଥିତ ୯୦ ଏକର ଜମିରେ ପ୍ରସ୍ତୁତ ହୋଇଥିବା ବହୁପ୍ରତିକ୍ଷୀତ ‘ଆନନ୍ଦବନ’କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରବିବାର ଦିନ ତମାମ ବିଡିଏ ଉପାଧ୍ୟକ୍ଷ ବଲ୍‌ୱନ୍ତ ସିଂହଙ୍କ ସମେତ ବନବିଭାଗ, ପରିବେଶବିତ୍ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଆନନ୍ଦବନକୁ ସଂଯୋଗ କରୁଥିବା ଫୁଟ୍ ଓଭରବ୍ରିଜ୍‌କୁ ସୌନ୍ଦର୍ଯ୍ୟୀକରଣ କରାଯାଇଛି । ଏହାର ସମ୍ମୁଖ ଭାଗରେ ଜଳ ଫୁଆରା ଭିତରେ ଲେଖା ଯାଇଥିବା ‘ଆନନ୍ଦବନ ଖୁସିର ନୀଡ଼’ ଆକର୍ଷଣରେ କେନ୍ଦ୍ରବିନ୍ଦୁ ପାଲଟିଛି । ସନ୍ଧ୍ୟା ପରେ ଆନନ୍ଦବନ ବନ୍ଦ ରହୁଥିବାରୁ ସୋମବାର ସାଧାରଣ ଲୋକଙ୍କ ଆଗମନକୁ ବାରଣ କରାଯାଇଛି । ମଙ୍ଗଳବାର ଠାରୁ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି କୁହାଯାଇଛି ।

ସେଲଫି ପଏଣ୍ଟ ପାଲଟିବ ଗୋଲାପ ବଗିଚା

After 2nd paragraph post ads
Middle post content

ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ପ୍ରସ୍ତୁତ ‘ଆନନ୍ଦବନ’ ପର୍ଯ୍ୟଟକ ତଥା ଭୁବନେଶ୍ୱରବାସୀଙ୍କୁ ସାଧାରଣ ପାର୍କ ଠାରୁ ଏକ ଭିନ୍ନ ଅନୁଭୂତି ଦେବ । ସହର ଭିତରେ ଥାଇ ବି ସହରର କୋଳାହଳରୁ ବେଶ୍ ଦୂରରେ ଥିବା ଭଳି ମନେହେବ । କେବଳ ଛୋଟ ଛୋଟ ଫୁଲଗଛକୁ ଛାଡ଼ିଦେଲେ ପ୍ରାକୃତିକ ଜଙ୍ଗଲକୁ ପ୍ରଭାବିତ କରାଯାଇ ନାହିଁ । ଗଛରେ ପକ୍ଷୀ ବସା ସାଙ୍ଗକୁ ଛୋଟ ଛୋଟ ଛୁଆ ଚଢ଼େଇଙ୍କର କିଚିରି ମିଚିରି ଶବ୍ଦ ଏକ ଭିନ୍ନ ବାତାବରଣ ସୃଷ୍ଟି କରୁଛି । ଅଙ୍କାବଙ୍କା ପାଦଚଲା ରାସ୍ତା ଜଙ୍ଗଲ ଭିତରେ ଚାଲିବାର ମଜା ଦେଉଛି । ଉଭୟ ପାର୍ଶ୍ୱରେ ଲାଗିଥିବା ଔଷଧୀୟ ଗୁଳ୍ମ ଜାତିର ଗଛ ଏକ ଭିନ୍ନ ବାସ୍ନା ଦେଉଛି । ୨୦ରୁ ଊର୍ଦ୍ଧ୍ୱ ପ୍ରଜାତି ଓ ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ବଗିଚା ସେଲ୍ଫି ପଏଣ୍ଟ ପାଲଟିବ । ଏହା ଛଡ଼ା ‘ଟ୍ରି ହାଉସ୍‌’, ‘ରୋପ୍ ବ୍ରିଜ୍‌’, ‘ଉଡେନ୍ ବ୍ରିଜ୍‌’ ‘ଗଜିବୋ, ‘ପଥର ରାସ୍ତା’ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଜଳାଶୟରେ ଫୁଟୁଥିବା ପଦ୍ମଫୁଲ

କେବଳ ସେତିକି ନୁହେଁ, ମଝିରେ ମଝିରେ ଥିବା ଜଳାଶୟ ଓ ସେଥିରେ ଫୁଟୁଥିବା ପଦ୍ମଫୁଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଇଣ୍ଟରପ୍ରିଟେସନ୍ ସେଣ୍ଟର, ମିସନ୍ ଶକ୍ତି ଆଉଟ୍‌ଲେଟ୍ ସହ ଜଙ୍ଗଲ ଭିତରେ ବସି କୋରାପୁଟ୍ କଫି ପିଇବାର ସୁଯୋଗ ମିଳିବ । ଏହି ବନ ମୁଖ୍ୟରାସ୍ତାର ଉଭୟପାର୍ଶ୍ୱରେ ରହିଛି । ଉଭୟପାର୍ଶ୍ୱ ଜଙ୍ଗଲକୁ ବୁଲିବା ପାଇଁ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ନାହିଁ । ବରଂ ରାସ୍ତା ଉପରେ ହୋଇଥିବା ଫୁଟ୍ ଓଭରବ୍ରିଜ୍ ଦେଇ ଅନ୍ୟ ପାର୍ଶ୍ୱକୁ ଯାଇ ହେବ । ଏହା ଉପରେ ଥିବା ବେଳେ ତଳେ ଥିବା ଜଙ୍ଗଲ ସହ ସେଲ୍‌ଫି ନେବା ପାଇଁ ମଧ୍ୟ ଭିଡ଼ ଜମିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami