ମାଆମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଏହାର ପ୍ରତୀକ । ରାଜ୍ୟର ୫୦ ପ୍ରତିଶତ ମହିଳା । ତେଣୁ ଏହି ୫୦ ପ୍ରତିଶତ ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ । ମାଆମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ୬ ଲକ୍ଷ ଏସଏଚଜି ଗୋଷ୍ଠୀ ମାଧ୍ୟମରେ ଏକାଠି ହୋଇଛନ୍ତି । ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି । ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ହେଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରୀକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି । ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି । ୪୦ ହଜାର ଏସଏଚଜି ମହିଳାଙ୍କୁ ସ୍କୁଟର ଦିଆଯାଇଛି । ବିଦେଶ ଯାତ୍ରା ବି କରି ବ୍ୟବସାୟ କରୁଛନ୍ତି । ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ । ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ, ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ । ସେମାନେ ଆଗକୁ ଯାଇ ପରିଚୟ ପାଇବେ । ନାରୀମାନଙ୍କ ସ୍ୱପ୍ନ ଓ ଆର୍ôଥକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ।

Middle post content

ସ୍ୱାବଲମ୍ବୀ ହେଉଛନ୍ତି ଓଡିଶାର ମହିଳା

After 2nd paragraph post ads

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ । ଏହି ଉଦେଶ୍ୟରେ ୨୦୦୨ ମସିହାରେ ସେ ମିଶନ ଶକ୍ତି ଆରମ୍ଭ କରିଥିଲେ । ଏହା ତାଙ୍କ ବ୍ରେନ ଚାଇଲ୍ଡ । ଯାହା ଏବେ ମହାଦ୍ରୁମରେ ପରିଣତ ହୋଇଛି । ମିଶନ ଶକ୍ତି ବିଭାଗ କିପରି ଆଗେଇବ ଓ ମହିଳା ସଶକ୍ତୀକରଣ ହେବ, ସେ ଦିଗରେ କାମ ଚାଲିଛି । ୪୦ ହଜାର କୋଟି ବ୍ୟାଙ୍କ ଲିଂକେଜ କରାଯାଇଛି । ଆଗକୁ ୭୫ ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ମାଆମାନଙ୍କୁ ଉଦ୍ୟୋଗୀ କରାଯିବ । ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧ ଋଣ ନେଇ ପାରିବେ । ଗୋଟିଏ ମହିଳା ପରିଚୟ ସହ ପୁଞ୍ଜି ଚାହେଁ । ତେଣୁ ତାକୁ ଜୀବିକା ଦେବାକୁ ସବୁ ପ୍ରୟାସ ହୋଇଛି । ଆଜି ବଡ଼ି ଆଚାରରେ ସେମାନେ ସୀମିତ ନୁହନ୍ତି । ପୁରୁଷଙ୍କ ସମାନ କାମ କରୁଛନ୍ତି । ଯେପରି ଲକ୍ଷ୍ମୀ ବସ ଚଳାଇବା, ମିଶନ ଶକ୍ତି କାଫେ, ଗାଁ ପୋଖରୀରେ ଚାଷ ସେମାନଙ୍କୁ ଜୀବୀକା ଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami