ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି

Above Post Content

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ସାଧାରଣ କଥା । ହେଲେ ଅନେକ ସ୍ଥାନରେ ସାମନ୍ୟ ବଚସାରୁ ଆରମ୍ଭ ହୋଇଥିବା ଝଗଡା ଉଗ୍ର ରୂପ ନେଲେ କଥା ସରିଲା । ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଏପରି ହେଲା ଯେ, ସ୍ୱାମୀ ଜଣକ ୨୦ଟି ଗାଡି ଭାଙ୍ଗି ଦେଇଛନ୍ତି । ଏହା ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଘଟଣାଟି ସତ ।

Middle post content

ଶୋରୁମରେ ଥିବା କାରକୁ ଭାଙ୍ଗି ଦେଇଥିଲେ

After 2nd paragraph post ads

ଚେନ୍ନାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କର ତାଙ୍କ ସ୍ତ୍ରୀଙ୍କ ସହ କୌଣସି କଥାକୁ ନେଇ କଥା କଟାକଟି ଆରମ୍ଭ ହୋଇଥିଲା । ପରେ ଏହି ସାମାନ୍ୟ ଝଗଡ଼ା ଉଗ୍ରରୂପ ନେଇଥିଲା । ଝଗଡା ପରେ ସେ ଏତେ ବ୍ୟତିବ୍ୟସ୍ତ ହୋଇପଡିଲେ ଯେ, ରାଗରେ ଗୋଟେ କି ଦୁଇଟି ନୁହେଁ ୨୦ଟି ଗାଡି ଭାଙ୍ଗିଦେଲେ । ଚେନ୍ନାଇର କୋଲାଥୁରର ସେକେଣ୍ଡ ହ୍ୟାଣ୍ଡ ଗ୍ୟାରେଜରେ ଏହି ସମସ୍ତ ଗାଡି ପାର୍କିଂ କରାଯାଇଥିଲା । ସେହି ବ୍ୟକ୍ତିଙ୍କ ଘର ଏହି ଶୋ’ରୁମ ନିକଟରେ ଥିଲା । ସୋମବାର ସକାଳେ ଶୋ’ରୁମର ମାଲିକ ଗାଡିଗୁଡିକର ଏପରି ଅବସ୍ଥା ଦେଖି ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଥିଲା । ତଦନ୍ତରେ ଜଣାପଡିଥିଲା ବ୍ୟକ୍ତି ଜଣକ ହେଉଛନ୍ତି ବୁବାଲାନ । ପୂର୍ବରୁ ସେ ସହରର ଏକ ନିଶା କେନ୍ଦ୍ରରେ ଥିଲେ ଏବଂ ସେଠାରେ ଚିକିତ୍ସିତ ହେଉଥିଲେ । ଘଟଣାର ଦୁଇ ଦିନ ପୂର୍ବରୁ ସେଠାରୁ ସେ ଫେରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି । ଯେତେବେଳେ ପୋଲିସ କୋର୍ଟରେ ବୁବାଲାନଙ୍କୁ ହାଜର କଲା । ସେ କହିଛନ୍ତି, ମୋ ସ୍ତ୍ରୀ ମୋତେ ଠକୁଛନ୍ତି ସେଥିପାଇଁ ତାଙ୍କ ସହ ଝଗଡା ହୋଇଥିଲା । ଏହାପରେ ମୁଁ ରାଗିଯାଇ ପାର୍କିଂରେ ଥିବା ସବୁ ଗାଡି ଭାଙ୍ଗି ଦେଇଥିଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami