PFI : ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା

Above Post Content

ଭାରତ ସରକାର ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ମଙ୍ଗଳବାର ଦିନ ହୋଇଥିବା ଦ୍ୱିତୀୟ ରାଉଣ୍ଡ୍ ଚଢାଉରୁ ଜଣା ପଡ଼ୁଛି । ପ୍ରଥମ ଚଢାଉ ରାତି ଅଧିଆ ହୋଇଥିଲାପିଏଫଆଇ କର୍ମୀ ଶୋଇଥିବା ବେଳେ ଏହାର ନେତା ସବୁ ହାଜତରେ ପସି ସାରିଥିଲେପିଏଫଆଇର କ୍ୟାଡର ରାସ୍ତା ଉପରକୁ ଓହ୍ଲାଇବା ବେଳକୁ ଆଉ କିଛି ନଥିଲା । ମଙ୍ଗଳବାର ହୋଇଥିବା ଦ୍ୱିତୀୟ ରାଉଣ୍ଡ ଚଢାଉରୁ ଏନଆଇଏକୁ ବହୁତ କିଛି ତଥ୍ୟ ମିଳିଥିବା ଜଣା ପଡ଼ିଛି । ପିଏଫଆଇର ମୋଡସ ଅପରନ୍ଦି ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି । ମାତ୍ର୧୬ ବର୍ଷ ଭିତରେ ଦକ୍ଷୀଣ ଭାରତରୁ ବାହାରି ପୁରା ଭାରତରେ କାୟା ବିସ୍ତାର କରିଥିବା ଆତଙ୍କର ଏହି ବହୁ ମୁଣ୍ଡ ବିଶିଷ୍ଟ ରାକ୍ଷସ କେମିତି ବିଭିନ୍ନ ରାଜ୍ୟରେ ଅପରେଟ୍ କରୁଥିଲା ତା’ର ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଦେଶର ଯେଉଁ ୧୦ ରାଜ୍ୟରେ ଏହା ଅଧିକ ସକ୍ରୀୟ ଥିଲା ସେହି ରାଜ୍ୟ ଗୁଡିକରେ ଏହାର କାର୍ଯ୍ୟକଳାପ ଅଲଗା ପ୍ରକାରର ଥିଲା । ଅଲଗା ରାଜ୍ୟ ପାଇଁ ପିଏଫଆଇର ଏଜେଣ୍ଡା ଅଲଗା ଥିଲା । ତେବେ କେଉଁ ରାଜ୍ୟ ପାଇଁ ପିଏଫଆଇର ଏଜେଣ୍ଡା କ’ଣ ଥିଲା ତା’ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ପିଏଫଆଇ ମାଷ୍ଟର ପ୍ଲାନ୍ କ’ଣ ଥିଲା

ପିଏଫଆଇର ମାଷ୍ଟର ପ୍ଲାନ୍

After 2nd paragraph post ads

ପିଏଫଆଇର ମାଷ୍ଟର ପ୍ଲାନ୍ ଥିଲା ଭାରତକୁ ଏକ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା । ଯଦିଓ ଏହାର ନେତା ଅତ୍ୟନ୍ତ ନିରିହତାର ସହିତ ଓଲଟା ପ୍ରଶନ୍ କରନ୍ତି ଯେ, ମାତ୍ର ୧୬ ପ୍ରତିଶତ ମୁସଲିମ୍ ଜନସଂଖ୍ୟାକୁ ନେଇ ଆମେ କେମିତି ଭାରତକୁ ଇସଲାମିକ ରାଷ୍ଟ୍ର କରିପାରିବୁତେବେ ପ୍ଲାନ୍ ଅଲଗା ଥିଲାଦେଶର ମୁସଲମାନ ଓ ଓବିସି,ଦଳିତଙ୍କୁ ନିଜ ପଟକୁ ଆଣି ଆଭ୍ୟନ୍ତରୀଣ ଅସ୍ତିରତା ସୃଷ୍ଟି ପିଏଫଆଇର ମାଷ୍ଟର ପ୍ଲାନ୍ ଥିଲା ପିଏଫଆଇ ତା’ର କ୍ୟାଡରଙ୍କୁ ବାବା ସାହେଦ ଆମ୍ବେଦକର ଓ ସମ୍ବିଧାନକୁ ଅସ୍ତ୍ର କରି ନିଜର ଧର୍ମନିରପେକ୍ଷତା ଛବି ପ୍ରସ୍ତୁତ କରିବାକୁ କହିଥିଲା । ଦଳିତ ହିନ୍ଦୁଙ୍କୁ ଉଚ୍ଚ ଜାତିର ହିନ୍ଦୁଙ୍କଠାରୁ ଅଲଗା କରି ସାମାଜିକ ଅସ୍ଥିରତା ସୃଷ୍ଟି ଥିଲା ଲକ୍ଷ୍ୟ । ଥରେ ନିଜ ମନମାଫିକ ସ୍ଥିତି ସୃଷ୍ଟି ହେବା ପରେ ଧର୍ମନିରପେକ୍ଷତା ଓ ସମ୍ବିଧାନକୁ ବଦଳରେ ନିଜ ସମ୍ବିଧାନ ଲାଗୁ କରିବା ଥିଲା ଲକ୍ଷ୍ୟ

Middle post content

ଅଲଗା ରାଜ୍ୟ,ଅଲଗା ଏଜେଣ୍ଡା

ଦେଶର ୧୦ ରାଜ୍ୟ ପାଇଁ ପିଏଫଆଇର ପ୍ଲାନ୍ ଅଲଗା ଥିଲା । ଅଲଗା ଏଜେଣ୍ଡା ନେଇ ଏହା ବିଭିନ୍ନ ରାଜ୍ୟରେ ସକ୍ରିୟ ଥିଲାବିହାରକୁ ଏହା ବିଦେଶୀ ଚାନ୍ଦା ଓ ଅସ୍ତ୍ର ପାଇଁ ଯଦି ବ୍ୟବହାର କରୁଥିଲା ତେବେ ମଧ୍ୟପ୍ରଦେଶରେ ଯୁବକଙ୍କୁ ଫିଜିକାଲ ଟ୍ରେନିଂ ନାମରେ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦିଆଯାଉଥିଲା । ସେହିଭଳି ରାଜସ୍ଥାନରେ ଏହା ନିଜ କ୍ୟାଡରଙ୍କୁ ସର ତନ ସେ ଯୁଦା ଭଳି ସ୍ଲୋଗାନ ଦେଇ ମାହୋଲ ବିଗାଡିକୁ ଟ୍ରେନିଂ ଦେଉଥିଲା । ହିନ୍ଦୁ ମାନଙ୍କ ବିରୋଧରେ ହିଂସା ପରେ ଏହି ସ୍ଲୋଗାନ ଦେବାକୁ ଟ୍ରେନିଂ ଦିଆଯାଉଥିଲାରାଜସ୍ଥାନରେ ଗତ ଏକ ବର୍ଷ ମଧ୍ୟରେ ହିନ୍ଦୁ ପର୍ବ କାଳରେ ହୋଇଥିବା ଦଙ୍ଗା ପଛରେ ପିଏଫଆଇର ହାତ ଥିବା କୁହାଯାଉଛି । ମଧ୍ୟପ୍ରଦେଶରେ ଶିକ୍ଷିତ ଯୁବକଙ୍କୁ ଟ୍ରେନିଂ ଦିଆଯାଉଥିଲା । ସେମାନଙ୍କୁ ଫିଜିକାଲ ଟ୍ରେନିଂ ନାମରେ ଅସ୍ତ୍ର ଚଳାଇବା ଶିଖା ଯାଉଥିଲା । ଏମିତିକି ଯୁବକଙ୍କୁ ୪୦ ହଜାର ଟଙ୍କ ଦରମା ଦେଇ ନିଯୁକ୍ତ କରାଯାଇଥିଲା ।

ଉତ୍ତରପ୍ରଦେଶରେ ୫ଟି ବିନ୍ଦୁ ଉପରେ ହିଂସା ସୃଷ୍ଟି ପାଇଁ ପିଏଫଆଇ ପ୍ଲାନ୍ ତିଆରି କରିଥିଲା । ଉତ୍ତରପ୍ରଦେଶରେ ଏହି ସନ୍ଦେଶ ବ୍ୟାପକ ପ୍ରଚାର କରାଯାଇଥିଲା ଯେ, ମଥୁରା ଓ କାଶୀରେ ଯେପରି ପରାଜୟ ନମିଳେ ସେଥିପାଇଁ ଉଦ୍ୟମ କରାଯିବା ଉଚିତ । ଏହା ପୂର୍ବରୁ ନୁପୁର ଶର୍ମା ମାମଲାରେ ମଧ୍ୟ ପିଏଫଆଇ ହିଂସକୁ ପ୍ରଶୟ ଦେଇଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami