![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଆଗରୁ ସ୍ଥଳ ବିଶେଷରେ ପିଲାଙ୍କ ଗୋଡ଼ରେ ଟ୍ୟାଗ ଲଗାଯାଉଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆହୁରି କଡ଼ାକଡ଼ି ଭାବେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଷ୍ଟାଫଙ୍କୁ ରିଫ୍ରେସର ଟ୍ରେନିଂ ଦିଆଯିବ । ଏହାସହ ଜନ୍ମ ହେବା ପରେ ପିଲାଙ୍କ ଫୁଟ ପ୍ରିଣ୍ଟ ରଖିବା ବ୍ୟବସ୍ଥା ବି କରାଯିବ । ପିଲା ଜନ୍ମ ହେବା ପରେ ମାଆଙ୍କୁ ଦେଖାଯିବା ସହ ଡାକ୍ତର ବି ଦସ୍ତଖତ କରନ୍ତି । ସରକାରଙ୍କ ତରଫରୁ ପୂର୍ବରୁ ହିଁ ଏସଓପି ସ୍ଥିରିକୃତ ହୋଇଥିବା କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ କହିଛନ୍ତି ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ନିକଟରେ ଘଟିଥିବା ପିଲା ଅଦଳବଦଳ ଘଟଣାରେ ଡିଏନଏ ରିପୋର୍ଟ ଆସିବା ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ହସ୍ପିଟାଲ ପକ୍ଷରୁ ପ୍ରଥମରୁ ହିଁ ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ପୋଲିସ ଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା ବୋଲି ସେ କହିଛନ୍ତି ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)