ସାମ୍ବାଦିକଙ୍କ ସୁରକ୍ଷା ଉପରେ ‘ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ : କହିଲା ଇସ୍ରାଏଲ୍‌

Above Post Content

ଜେରୁଜେଲମ୍‌: ଗତ ୭ ତାରିଖରୁ ହମାସ୍ ସଙ୍ଗଠନ ଦ୍ୱାରା ପରିଚାଳିତ ପାଲେଷ୍ଟିନୀୟ ଅଞ୍ଚଳ ଗାଜାରେ ବୋମା ବୃଷ୍ଟି ଚାଲିଛି । ଇତିମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ପ୍ରାୟ ୭୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଛି । ଗାଜା ଷ୍ଟ୍ରିପ୍‌ରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ । ନିଉଜ୍ ଏଜେନ୍‌ସିଙ୍କୁ ଏପରି କହିଛି ଇସ୍ରାଏଲ୍ ସେନା ।

Middle post content

ଗଲାଣି ୨୭ ସାମ୍ବାଦିକଙ୍କ ଜୀବନ

After 2nd paragraph post ads

ସାମ୍ବାଦିକମାନେ ଇସ୍ରାଏଲ୍ ଆକ୍ରମଣର ସରବ୍ୟ ନ ହେବାର ପ୍ରତିଶ୍ରୁତି ଦାବି କରିବାରୁ ଚଳିତ ସପ୍ତାହରେ ଇସ୍ରାଏଲ୍ ପ୍ରତିରକ୍ଷା ବଳ ‘ରଏଟର୍ସ’ ଓ ‘ଏଏଫ୍‌ପି’କୁ ଲେଖିଛି, ସମଗ୍ର ଗାଜାରେ ଚାଲିଥିବା ହମାସ୍ ସାମରିକ କାର୍ଯ୍ୟକଳାପକୁ ‘ଟାର୍ଗେଟ୍‌’ କରି ଆମ ଅଭିଯାନ ଚାଲିଛି । ଏହାଛଡ଼ା, ହମାସ୍ ଜାଣିଶୁଣି ସାମ୍ବାଦିକ ଓ ସାଧାରଣ ନାଗରିକ ଥିବା ଅଞ୍ଚଳରେ ସାମରିକ କାର୍ଯ୍ୟକଳାପରେ ଲିପ୍ତ ରହୁଛି । ଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ହମାସ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଆଖପାଖର ଘରଦ୍ୱାର ନଷ୍ଟ କରିପାରେ । ଲକ୍ଷ୍ୟଭ୍ରଷ୍ଟ ହୋଇ ହମାସ୍ ରକେଟ୍ ମଧ୍ୟ ଗାଜାରେ ସାଧାରଣ ଜନତାଙ୍କ ମୃତ୍ୟୁର କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ଆମେ ଆପଣମାନଙ୍କ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ । ତେଣୁ, ସେମାନଙ୍କ ସୁରକ୍ଷା ପ୍ରତି ଆପଣମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଦି କମିଟି ଟୁ ପ୍ରୋଟେକ୍ଟ୍ ଜର୍ଣ୍ଣାଲିଷ୍ଟ୍‌’ କହିଛି ଯେ, ଯୁଦ୍ଧ ଆରମ୍ଭ ବେଳୁ ଏଯାବତ୍ ୨୭ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି । ସେମାନଙ୍କ ମଧ୍ୟରେ ଅଛନ୍ତି ୨୨ଜଣ ପାଲେଷ୍ଟିନୀୟ, ୪ଜଣ ଇସ୍ରାଏଲୀୟ ଓ ଜଣେ ଲେବାନୀୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami