ଚାହିଁକି ଲୁଚି ପାରିବେନି ଶତ୍ରୁ, କାନ୍ଥ ଆରପାର୍ ଦେଖି ପାରୁଥିବା ଯନ୍ତ୍ର

Above Post Content

ମିଲିଟାରି ଟେକ୍ନୋଲୋଜି ଦିନକୁ ଦିନ ଅଧିକରୁ ଅଧିକ ବିକାଶିତ ହେଉଛି । ଏବେ ଇସ୍ରାଏଲୀ ବୈଜ୍ଞାନିକ ଏଭଳି ଏକ ଯନ୍ତ୍ର ତିଆରି କରିଛନ୍ତି ଯାହା ଦ୍ୱାରା କାନ୍ଥ ଆରପଟେ ଲୁଚିଥିବା ଶତ୍ରୁକୁ ଦେଖି ହେବ । ଏହି ଯନ୍ତ୍ରକୁ ପ୍ରଥମଥର ପାଇଁ ଆସନ୍ତା ମାସରେ ପ୍ୟାରିସରେ ହେବାକୁ ଥିବା ମିଲିଟାରି ଏକ୍ସପୋରେ ପ୍ରଦର୍ଶିତ କରାଯିବ ।

ଏହି ଡିଭାଇସର ନାମ ହେଉଛି Xaver™ LR40 (XLR40)ଏହା ୫୦ ମିଟର ଦୁର ବା ପ୍ରାୟ ୧୬୪ ଫୁଟ ଦୁରରୁ କାନ୍ଥ ଆରପଟେ ଲୁଚିଥିବା ଶତ୍ରୁଙ୍କ ପତା ଲଗାଇ ପାରିବ । ଏହାର ଓଜନ ବହୁତ କମ ଓ ଏହା ରିୟଲ ଟାଇମରେ କାନ୍ଥ ଆରପଟେ କେତେଜଣ ଲୁଚି ରହିଛନ୍ତି ତା’ର ସଠିକ ସୂଚନା ଦେଇ ପାରିବ ।

After 2nd paragraph post ads

ହୃଦୟ ସ୍ପନ୍ଦନକୁ ମଧ୍ୟ ଟ୍ରାକ୍ କରିପାରିବ

ଏହି ଟେକ୍ନୋଲୋଜିକୁ ଏସକେ ଗ୍ରୁପର କ୍ୟାମେରା ଟେକ୍ ଡେଭଲପ୍ କରିଛି ଏହି ଟେକ୍ନୋଲୋଜି ଆପଣଙ୍କ ହୃଦସ୍ପନ୍ଦନକୁ ମଧ୍ୟ ଟ୍ରାକ୍ କରିପାରିବ । ଏହା ହୃଦସ୍ପନ୍ଦନକୁ ଟ୍ରାକ୍ କରି କାନ୍ଥ ପଛପଟେ ଥିବା ଶତ୍ରୁକୁ ଚିହ୍ନଟ କରିଥାଏ । ଅଲ୍ଟ୍ରା ୱାଇଣ୍ଡ୍ ବ୍ୟାଣ୍ଡ୍ ରେଡିଓ ଟେକ୍ନୋଲୋଜି ଦ୍ୱାରା କମ ଶକ୍ତିରେ ମଧ୍ୟ ଦ୍ରୁତଗତିରେ ଡାଟା ଟ୍ରାନ୍ସଫର କରିପାରିବ ।

Middle post content

ଉଦ୍ଧାର ଅଭିଯାନରେ କାମ କରିବ ଟେକ୍ନୋଲୋଜି

XLR40 ସାହାଜ୍ୟରେ ସୈନିକ ୫୦ ମିଟର ଦୁରରୁ କାନ୍ଥ ଆରପଟେ ଲୁଚି ରହିଥିବା ଶତ୍ରୁକୁ ଟ୍ରାକ୍ କରି ପାରିବେ । ଗୁପ୍ତ ଅପରେସନ ଓ ଉଦ୍ଧାର ଅଭିଯାନ କାଳରେ ଏହି ଟେକ୍ନୋଲୋଜିକୁ ବ୍ୟବହାର କରାଯାଇ ପାରିବ । ବର୍ଷକୁ ଦୁଇଥର ହେଉଥିବା ପ୍ୟାରିସର ହୋମଲାଣ୍ଡ୍ ସିକ୍ୟୁରିଟି ଓ ସେଫ୍ଟି ଏକ୍ସପୋରେ ଅକ୍ଟୋବର ୧୯ରୁ ୨୨ ପର୍ଯ୍ୟନ୍ତ ଏହି ଯନ୍ତ୍ରକୁ ପ୍ରଦର୍ଶିତ କରାଯିବ ।

ଏକ୍ସପୋରେ ସାମିଲ ହେଉଛନ୍ତି ୫୫ ଦେଶ

ଚଳିତ ବର୍ଷ ଏହି ଏକ୍ସପୋରେ ୫୫ ଦେଶର ୧ ହଜାରରୁ ଅଧିକ ଲୋକ ସାମିଲ ହେଉଛନ୍ତି । ଯେଉଁଥିରେ ଇସ୍ରାଏଲୀ ଡିଫେନ୍ସ ଫାର୍ମ ଏଲ୍ବିଟ୍ ସିଷ୍ଟମ ଓ ରାଫେଲ ମଧ୍ୟ ସାମିଲ ଅଛି । XLR40 ନିର୍ମାତା କମ୍ପାନୀ କ୍ୟାମରୋର ସିଇଓ ଅମିର ବେରି କହିଛନ୍ତି ଯେ, ଆମେ ଏହି ଯନ୍ତ୍ର ପେସ କରି ଗର୍ବିତ ।ଏହା ହାଲୁକା ଓ ଛୋଟ ହୋଇଥିବାରୁ ଏହାକୁ ଗାଡିରେ ରଖି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ନେଇ ହେବ । ଏହା ସହିତ ଗୁପ୍ତ ସର୍ଚ୍ଚ ମିଶନ ବେଳେ ଏହାକୁ କୌଣସି ଟାର୍ଗେଟ୍ ଲୋକେଶନରେ ଆପାର୍ଟମେଣ୍ଟ୍ ଛାତରେ ରଖି ଭିତରେ ଥିବା ଲୋକଙ୍କୁ ଦେଖି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami