CDS ବିପିନ ରାୱତ ଯାଉଥିବା ହେଲିକପ୍ଟର ଉପରେ ହୋଇଥିଲା ସାଇବର ଆଟାକ ?

Above Post Content

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସ-ଚିଫ୍ ଅଫ୍ ଡିଫେନ୍ସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇଛିଏହି ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସହିତ ସମୁଦାୟ ୧୩ ଜଣ ଜୀବନ ହାରିଛନ୍ତି । ବୁଧବାର ସକାଳେ ଘଟିଥିବା ଏହି ଦୁର୍ଘଟଣା ପାଇଁ ଦେଶରେ ହଲଚଲ ସୃଷ୍ଟି ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏମଆଇ-୧୭ ହେଲିକପ୍ଟର ଗଛ ସହ ମାଡ ହେବା ପୂର୍ବରୁ ହିଁ ଏଥିରେ ନିଆଁ ଲାଗି ଯାଇଥିଲା । ଏପରିକି ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଯେ, ଦୁଇରୁ ତିନି ଜଣ ବ୍ୟକ୍ତି ଜଳନ୍ତା ଅବସ୍ଥାରେ ହେଲିକପ୍ଟରରୁ ତଳକୁ ଡେଇଁ ଥିଲେ । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର ବିଦ୍ରୋହୀ ନେତା ସୁବ୍ରମଣ୍ୟମ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣା ପଛରେ ସାଇବର ଆଟାକ୍ ଷଡ଼ଯନ୍ତ୍ର ଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ।

After 2nd paragraph post ads
Middle post content

ଇଂରାଜୀ ୱେବସାଇଟ୍ ପିଗୁରୁ ଡଟ୍ କମକୁ (pgurus.com) ଦେଇଥିବା ସାକ୍ଷାତକାରରେ ସ୍ୱାମୀ ହେଲିକପ୍ଟର ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି । ସେ କହିଛନ୍ତି ଯେ, ତାମିଲନାଡୁରେ ହେଲିକପ୍ଟର ଟେକ୍ ଅଫ୍ କରିବା ପରେ ଦୁର୍ଘଟଣା ହେବା ଘଟଣାକୁ ସେ ସହଜରେ ନେଇ ପାରୁନାହାନ୍ତି । ଏହା ପଛରେ ସାଇବର ଆଟାକ ଷଡ଼ଯନ୍ତ୍ର ଥାଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିପିନ ରାୱତ ଏକମାତ୍ର ବ୍ୟକ୍ତି ଯିଏ ଚୀନକୁ ଭାରତ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ଖୋଲଖୋଲି କହିଛନ୍ତି । ଏମିତିରେ ଚୀନ ତାଙ୍କୁ ନେଇ ସନ୍ତୁଷ୍ଟ ନାହିଁ

ସ୍ୱାମୀଙ୍କ ଏଭଳି ବକ୍ତବ୍ୟରୁ ଜଣା ପଡୁଛି ଯେ, ସେ ଦୁର୍ଘଟଣା ପଛରେ ଚୀନ ହ୍ୟାକରଙ୍କ ଷଡ଼ଯନ୍ତ୍ର ଆଡକୁ ଇଂଗିତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ବିପିନ ରାୱତଙ୍କ ଅମଳରେ ହିଁ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ସହିତ ଚୀନକୁ ଭାରତ ଡୋକଲାମ ଓ ଲଦ୍ଦାଖର ଗଲବାନର କଡା ଟକର ଦେଇଥିଲା ରାୱତଙ୍କ ରଣନୀତି ଚୀନକୁ ଲକ୍ଷ୍ୟ କରି ତିଆରି ହୋଇଥାଏ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami