‘ରାମ’ ଯିଏ ‘କୃଷ୍ଣ’ ସିଏ କିନ୍ତୁ ବିଜେପି ନଜରରେ ରାମ-କୃଷ୍ଣ-ଜଗନ୍ନାଥ ଅଲଗା

Above Post Content

ଅଯୋଧ୍ୟାରେ ସ୍ୱାଗତ, ପୁରୀରେ ବିରୋଧ !

*ପୁରୀରେ ବିଜେପିର ‘ସଂସ୍କାରୀ’ ଛାଡଖାଇ

After 2nd paragraph post ads

*ପୁରୀ ନାଁ ବଦଳାଇବାକୁ ଚାହୁଁଥିବା ଦଳର ଅସଲ ଚରିତ୍ର ପଦାରେ ପଡିଲା

*ଜଗନ୍ନାଥ ମିଛ, କ୍ଷମତା ହାସଲ ଲୋଭ ସତ

*ସଂସ୍କାର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାରୀ କାମ

କାର୍ତ୍ତିକ ମାସରେ ଆମିଷ ନିଶେଦ୍ଧ। ଅନେକ ବାଧ୍ୟବାଧକତାରେ ଏହି ମାସରେ ଶାକାହାରୀ ପାଲଟିଯାନ୍ତି । କିନ୍ତୁ ଅପେକ୍ଷା ଛାଡଖାଇ କୁ ଥାଏ । ଛାଡଖାଇ ଦିନ ଏଭଳି ମାସିକିଆ ଭକ୍ତମାନେ ମାସକ ଯାକର ଭୋକ ମେଣ୍ଟାନ୍ତି । ବିଜେପି ମଧ୍ୟ ବୁଧବାର ଦିନ ଛାଡଖାଇ ପୁରୀରେ ପାଳିଛି । ଧର୍ମନଗରୀରେ ଯେଉଁଭଳି ଅଣ୍ଡାମାଡ ଏହାର ସୈନିକ କରିଛନ୍ତି ସେଥିରୁ ଏହା ଜଣାପଡୁଛି । ଏହାମଧ୍ୟ ଜଣାପଡୁଛି ଯେ, ସଂସ୍କାର-ସଂସ୍କୃତିର ସାର୍ଟିଫିକେଟ ବାଣ୍ଟୁଥିବା ଦଳର ସଂସ୍କାର କେତେ ଅଧିକ ! ମଝିରେ ମଝିରେ ପୁରୀରୈ ଆମିଷ ବ୍ୟାନ ଦାବି କରୁଥିବା ଦଳର ଆମିଷ ପ୍ରେମକୁ ପୁରା ରାଜ୍ୟ ଦେଖିଲା । ନିଜକୁ ହିନ୍ଦୁ ଧର୍ମର ଠିକାଦାର ଭାବୁଥିବା ଦଳ କେଉଁଭଳି ଭ୍ରମରେ ଅଛି ତାହା ଜଳଜଳ ଦିଶୁଛି । ସେମିତି ନହୋଇଥିଲେ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜାକୁ ସ୍ବାଗତ କରୁଥିବା ଦଳ ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ ବେଳେ ଅଣ୍ଡାମାଡ କରି ନିଜ ସଂସ୍କାର ର ପରିଚୟ ଦେଇନଥାନ୍ତା

ରାମ ନାମ ଜପି ଜପି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି । ୧୯୮୦ ଦଶକରେ ଜନ୍ମ ନେଇଥିବା ଗୈରିକ ଦଳ ୮୦ରୁ ୮୪ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ପାଦ ଥାପିବାକୁ ଭୂମି ଖୋଜୁଥିଲା । ୧୯୮୪ ଆସିବା ବେଳକୁ ଭାରତୀୟ ରାଜନୀତିରେ ଏହି ଦଳର କୌଣସି ପ୍ରଭାବ ବା ଭୂମିକା ଥିଲା ଭଳି ଲାଗୁନଥିଲା । ହିନ୍ଦୁ ଓ ହିନ୍ଦୁତ୍ୱ କଥା କହୁଥିବା ଦଳ ୧୯୮୪ରେ ସବୁଠାରୁ ବଡ଼ ଝଟକା ଖାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସହାନୁଭୁତି ଲହରରେ ବିଜେପିର ଡଙ୍ଗା ଡୁବି ଯାଇଥିଲା । ଏହାର ଛାମୁଆଁ ନେତା ଯେମିତିକି ଅଟଳ ବିହାରୀ ବାଜପାୟୀ ମଧ୍ୟ ନିର୍ବାଚନୀ ଆଖଡାରେ ମାଟି କାମୁଡିଥିଲେ । ଏସବୁ ଭିତରେ ବିଜେପିଙ୍କୁ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ ଭୋଟ୍ ମୋକ୍ଷ ନଜର ଆସିଥିଲା । ୧୯୪୮ ମସିହାରୁ ତାଲବନ୍ଦ ଥିବା ବାବ୍ରି ମସଜିଦରେ ବିଜେପିର ଓରିଜିନାଲ ହିନ୍ଦୁ ହୃଦୟ ସମ୍ରାଟ ଲାଲକୃଷ୍ଣ ଆଡଭାନୀ ଦେଖିଥିଲେ ହିନ୍ଦୁ ଭୋଟ୍ ଧୃବୀକରଣର ସମ୍ଭାବନା । ଆଡଭାନୀଙ୍କ କାଳଖଣ୍ଡରେ ଉତ୍ତର ଭାରତର ଲୋକପ୍ରୀୟ ସମ୍ବୋଧନ ‘ରାମ ରାମ୍’ ଓ ଜୟ ସିୟା ରାମ’ ବଦଳି ଯାଇ ହୋଇଥିଲା ଜୟ ଶ୍ରୀରାମ । ଉଗ୍ର ହିନ୍ଦୁତ୍ୱର ଯୁଦ୍ଧଂଦେହି ନାରା ଜୟ ଶ୍ରୀରାମ ବିଜେପିକୁ ୪ ଆସନରୁ ୯୧ରେ ପହଂଚାଇଥିଲା । ୨୦୧୪ରେ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ସହିତ କେନ୍ଦ୍ରରେ କ୍ଷମତା ଦଖଲ ପଛରେ ଥିଲା ପ୍ରଭୁ ଶ୍ରୀରାମଙ୍କ ଆର୍ଶିବାଦ ଓ ଭକ୍ତଙ୍କ ଭୋଟ୍ । କିନ୍ତୁ ବିଜେପି ପାଇଁ ଲାଗୁଛି ରାଜ୍ୟ ବଦଳିବା ସହିତ ଭଗବାନ ମଧ୍ୟ ବଦଳିଯାନ୍ତି । ଯାହା ବୁଧବାର ଦିନ ଓଡ଼ିଶାରେ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିର ପରିକ୍ରମା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଯେଉଁଭଳି ଅଣ୍ଡାମାଡ କରାଯାଇଛି ତାହାକୁ ଦେଖି ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଏଭଳି ଆଲୋଚନା ହେଉଛି ।

ରାମ ଯିଏ ସିଏ କୃଷ୍ଣ, ଯିଏ କୃଷ୍ଣ ସିଏ ଜଗନ୍ନାଥ କିନ୍ତୁ…

Middle post content

ହିନ୍ଦୁ ମାନ୍ୟତା ଅନୁସାରେ ରାମ, କୃଷ୍ଣ ଓ ଜଗନ୍ନାଥ ବିଷ୍ଣୁଙ୍କ ଅବତାର । ଅବତାରରେ ବିଶ୍ୱାସ କରୁଥିବା ହିନ୍ଦୁଙ୍କ ପାଇଁ କୃଷ୍ଣ ଓ ଜଗନ୍ନାଥଙ୍କ ମଧ୍ୟରେ ଫରକ ନଥାଏ । କିନ୍ତୁ ରାଜନୀତିର ମାୟା ଅଲଗା । ଧର୍ମୀୟ ରାଜନୀତିରେ ରୁଟି ସେକି ଯେଣତେଣ କ୍ଷମତା ଦଖଲ କରିବାକୁ ଚାହୁଁଥିବା ବିଜେପି ପାଇଁ ରାମଙ୍କଠାରୁ ଜଗନ୍ନାଥଙ୍କ କାର୍ଯ୍ୟ ଗୌଣ । ତେଣୁ ଯେତେବେଳେ ଜଗନ୍ନାଥ ମନ୍ଦିର ପରିକ୍ରମା କାର୍ଯ୍ୟର ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀ ଯାଆନ୍ତି ସେତେବେଳେ ବିଜେପି ଏହାକୁ ବିରୋଧ କରେ । ତୁଛା ରାଜନୈତିକ ଚର୍ଚ୍ଚା ସାଉଁଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଏ । ତାଙ୍କ ଗାଡି ଉପରକୁ ଅଣ୍ଡା ଫୋପାଡେ ।

ଅହମ୍ମଦାବାଦରେ ଆଇଁଷ ଦୋକାନ ବନ୍ଦ କିନ୍ତୁ ପୁରୀରେ ଅଣ୍ଡା ମାଡ଼

ହିନ୍ଦୁ ଧର୍ମୀୟ ମାନ୍ୟତା ଅନୁସାରେ ଦେବାଦେବୀଙ୍କ ପୀଠରେ ଆମିଷ ନିଶେଧ ଏହାକୁ ବିଜେପିଠାରୁ ଅଧିକ କେହି ବୁଝେନା । ତେଣୁ ବିଜେପି ଶାସିତ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦରେ ରାସ୍ତାକଡ ନନଭେଜ୍ ଫାଷ୍ଟଫୁଡ୍ ଦୋକାନ ସବୁ ବନ୍ଦ କରିଦିଆଯାଇଛି । ଏହି ଦୋକାନକୁ ଆଶ୍ରା କରି ଚଳୁଥିବା ପରିବାର ଏବେ ହତାଶ । କିନ୍ତୁ ନିଜକୁ ଅଧିକ ‘ହିନ୍ଦୁ’ ଦେଖାଇ ହେବା ଚକ୍କରରେ ରାସ୍ତାକଡରୁ ନନ୍ ଭେଜ୍ ଦୋକାନ ଉଠାଇ ନେଇଥିବା ବିଜେପିର ଓଡ଼ିଶା ଶାଖା ପାଇଁ ଚାରିଧାମରୁ ଗୋଟିଏ ପୁରୀରେ ରାସ୍ତାକଡରେ ଅଣ୍ଡାମାଡ଼ କରୁଛି । ଆଉ ଏହାକୁ ନେଇ ବାହାଦୁରି ମଧ୍ୟ ନେଉଛି । ଏହାଠାରୁ ଅଧିକ ବିଡମ୍ବନାର ବିଷୟ କ’ଣ ହୋଇପାରେ ।

ଅଯୋଧ୍ୟାରେ ମୋଦିଙ୍କ ସ୍ୱାଗତ, ପୁରୀରେ ନବୀନଙ୍କୁ ବିରୋଧ ?

ରାମଙ୍କୁ ଅସ୍ତ୍ର କରି ବିଜେପି ପାଖାପଖି ୩୦ ବର୍ଷ ଧରି ରାଜନୀତି କରିଛି । ଏବେବି କରୁଛି । ୨୦୨୦ ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ରାମମନ୍ଦିର ପାଇଁ ଭୂମିପୂଜନ କରିଥିଲେ । ଯାହାକୁ ପ୍ରଚାରରେ ମାହିର ବିଜେପି ବଢେଇ ଚଢେଇ ପ୍ରଚାର କରିଥିଲା । ନରେନ୍ଦ୍ର ମୋଦି ଯେଉଁଦିନ ଅଯୋଧ୍ୟା ଯାଇଥିଲେ ସେଦିନ ତାଙ୍କୁ ବିରୋଧ ହୋଇଥିଲା କି ? କ’ଣ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ମତବାଦକୁ ବିରୋଧ କରୁଥିବା ଦଳ କିମ୍ବା କର୍ମୀ ଅଯୋଧ୍ୟାରେ ନଥିଲେ ? ନିଶ୍ଚୟ ଥିଲେ । କିନ୍ତୁ ଗୋଟିଏ ଧର୍ମୀୟ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଜଣେ ଶାସନମୁଖ୍ୟଙ୍କୁ କେହି ବିରୋଧ କରିନଥିଲେ । ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇନଥଇଲା । କିନ୍ତୁ ଓଡ଼ିଶାରେ ଅଜବ ଘଟଣା ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମ ବିପଦରେ ବୋଲି ଏଜେଣ୍ଡା ଚଳାଉଥିବା ଦଳ ପାଇଁ ଧାର୍ମିକ ସହର ପୁରୀରେ ଲୋକଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିବାରେ ଟିକିଏ ମଧ୍ୟ ସଂକୋଚ ଆସିଲା ନାହିଁ । କଳ୍ପନା କରନ୍ତୁ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମ ବେଳେ କିମ୍ବା ନିକଟରେ ଅଯୋଧ୍ୟାରେ ଦିପାବଳୀ ଅବସରରେ ଦୀପଦାନ କାର୍ଯ୍ୟକ୍ରମ ବେଳେ ଯଦି କେହି ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ଅଣ୍ଡାମାଡ଼ କରିଥାନ୍ତା ତେବେ ଗୈରିକ ଦଳର ପ୍ରତିକ୍ରିୟା କ’ଣ ହୋଇଥାନ୍ତା ? ଗୈରିକ ଦଳର ନେତାଙ୍କ ମୁହଁରୁ ଅଗ୍ନୀବର୍ଷା ହୋଇଥାନ୍ତା । ସେମାନେ କହିଥାନ୍ତେ ଅଣ୍ଡାମାଡ କରିଥିବା ବ୍ୟକ୍ତି ଓ ଦଳ ହିନ୍ଦୁ ବିରୋଧୀ ହିନ୍ଦୁ ଅସ୍ମିତା ଓ ଆତ୍ମସମ୍ମାନ କଥା ଉଠାଇ ଗେରୁଆ ଦଳର ନେତା ଢେର ବୟାନବାଜୀ ହୋଇଥାନ୍ତା ।

କ’ଣ ବିଜେପି ପାଇଁ ଜଗନ୍ନାଥ ଗୌଣ ?

ଏଇଠି ପ୍ରଶ୍ନ ଉଠୁଛି ବିଜେପିର ରାଜ୍ୟ ଶାଖା ନଜରରେ କ’ଣ ଜଗନ୍ନାଥ ଓ ଜଗନ୍ନାଥ ଧାମର ଧାର୍ମିକ ମହତ୍ୱ ନାହିଁ ? ହିନ୍ଦୁ ଧର୍ମ କଥା କହୁଥିବା ଦଳ କେମିତି ଗୋଟିଏ ଧାର୍ମିକ କାର୍ଯ୍ୟକୁ ବିରୋଧ କରିପାରେ ? ବିଜେପି ପାଇଁ ତେବେ କ’ଣ ପ୍ରଭୁ ଶ୍ରୀରାମ ବଡ, ଜଗନ୍ନାଥ ଛୋଟ ? ଓଡ଼ିଶାର ଗଣଦେବତା ଜଗନ୍ନାଥଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରି ବିଜେପି ଏହା ପ୍ରମାଣିତ କରିବାକୁ ଚେଷ୍ଟା କରିନାହିଁ କି ?

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami