ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ

Above Post Content

ଭୁବନେଶ୍ୱର : ୨୦୨୪ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଇସ୍ତାହାର ଆଣିବ ବିଜେଡି । ଏଥି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଛନ୍ତି । ଚଳିତ ନିର୍ବାଚନରେ ବିଜେଡି ଆଣିବାକୁ ଯାଉଥିବା ନିର୍ବାଚନୀ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ଘୋଷଣା ପତ୍ର । ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ କ୍ୟାବିନେଟରେ ହିଁ ସବୁ ଘୋଷଣା ପୂରଣ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ବିଜେଡି । ତେବେ ଇସ୍ତାହାରରେ କ’ଣ କ’ଣ ରହିବ, ସେ ନେଇ ସବୁ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନିକଟରୁ ମତ ସଂଗ୍ରହ କରିବ ବିଜୁ ଛାତ୍ର ଜନତା ଦଳ । ଇସ୍ତାହାର ପାଇଁ ଜିଲ୍ଲା ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ କ’ଣ ଆବଶ୍ୟକତା ରହିଛି, ସେସବୁର ମତାମତ ନିଆଯିବ । ମତାମତ ସଂଗ୍ରହର ୭ ଦିନ ଭିତରେ ୫-ଟି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।

Middle post content

ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର ଓ ଇମେଲ୍ ଆଇଡି

After 2nd paragraph post ads

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଜେଡି ଇସ୍ତାହାରରେ ଛାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଘୋଷଣାପତ୍ର ରହିବ । ଏହି ଘୋଷଣା ପତ୍ରରେ କ’ଣ ରହିବ ତାହା ସ୍ଥିର କରିବେ ରାଜ୍ୟର ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ପରାମର୍ଶ ନିଆଯିବ । ଆସନ୍ତା ୭ ଦିନ ରାଜ୍ୟର ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀ ଏଥିପାଇଁ ପରାମର୍ଶ ଦେବେ । ଏହାକୁ ବିଚାର କରି, ଦଳ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କ ପାଇଁ ଘୋଷଣାପତ୍ର ଆଣିବ । ଯାହା, ନବୀନ ପଟ୍ଟନାୟକ ଷଷ୍ଠର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ମୋହର ବାଜିବ । ତେବେ ଛାତ୍ରଛାତ୍ରୀ ସେମାନଙ୍କ ବହୁମୂଲ୍ୟ ମତାମତ ଦେବାକୁ ବିଜେଡି ପକ୍ଷରୁ ନମ୍ବର ଜାରି କରାଯାଇଛି । ଛାତ୍ରଛାତ୍ରୀ ୯୦୭୮୪୦୪୪୪୪ ନମ୍ବରରେ ଫୋନ କରି ନିଜ ମତାମତ ଦେଇ ପାରିବେ । ଏହାସହ ଭମହୟକ୍ଟଲଲସମସବକ୍ଷଅଶଜ୍ଞବସକ୍ଷ.ମକ୍ଟଜ୍ଞ ଜରିଆରେ ମେଲ୍ କରି ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କ ମତାମତ ପଠାଇ ପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami