ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

Above Post Content

ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସମ୍ବଲପୁରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଖବର ପାଇବା ପରେ ଅନେକ କର୍ମୀ ହସ୍‌ପିଟାଲରେ ପହଞ୍ଚିଛନ୍ତି ।

ପ୍ରସନ୍ନଙ୍କ ଶରୀରରେ ପଡ଼ିଛି ୩୬ଟି ଷ୍ଟିଚ୍‌

After 2nd paragraph post ads
Middle post content

ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ତାଙ୍କ କାର ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଏହି ସମୟରେ ଆସୁଥିବା ଏକ ଆମ୍ବୁଲାନ୍ସ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ । ତାପରେ ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ମୁଣ୍ଡ, ଆଖି,ନାକରେ ଗୁରୁତର ଆଘାତ ଲାଗିଛି । ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି । ପ୍ରସନ୍ନଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି । ତାଙ୍କୁ ଏୟାର ଆମ୍ବୁୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲକୁ ନିଆଯିବ । ତାଙ୍କ ସହ ପିଏସଓ ଓ ଡ୍ରାଇଭର ଥିବାବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାରେ ଗୁରୁତର ଆହତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ରେଢାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଚିନ୍ତିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହ ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami