ରାତି ଅଧରେ RCP ସିଂହଙ୍କ ଘରେ ହେଉଥିଲା ଷଡ଼ଯନ୍ତ୍ର ! ଘରୋଇ ସହାୟକ ବିଜେପି ପ୍ଲାନକୁ କରିଥିଲେ ବିଫଳ ?

Above Post Content

ବିହାରରେ ଦାଦା-ପୁତୁରାଙ୍କ ପୁନଃମିଳନ ହୋଇ ସାରିଛି । ୨ ଦଶନ୍ଧୀ ମଧ୍ୟରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ବିଜେପି ସହ ରାଜନୈତିକ ବିଛେଦ ପରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ କରି ନୀତୀଶ ନିଜର ଆଉ ଗୋଟିଏ ଇନିଂସ ଆରମ୍ଭ କରିଛନ୍ତି । ଗତକାଲି ସେ ଆରଜେଡିର ବିଧାୟକଙ୍କୁ ସମ୍ବୋଧନ କରି ପୁରୁଣା କଥାକୁ ଭୁଲିଯିବାକୁ କହିଥିଲେ । ଆଉ ଆଜି ବିଜେପି ଉପରେ ଆରମ୍ଭ ହୋଇ ଯାଇଛି ଆକ୍ରମଣ । ନୀତୀଶ ପ୍ରଧାନମନ୍ତ୍ରୀଙ୍କୁ ଯଦି ଟାର୍ଗେଟକୁ ନେଇଛନ୍ତି ତେବେ ତାଙ୍କ ଦଳ ସଭାପତି ଲଲନ ସିଂହ ପୁରୁଣା ଷଡ଼ଯନ୍ତ୍ର ଅଭିଯୋଗକୁ ନୂଆକରି ଆଗକୁ ଆଣିଛନ୍ତି । କହିଛନ୍ତି ଜେଡିୟୁରୁ ବହିଷ୍କୃତ ଆରସିପି ସିଂହଙ୍କ ଘରେ ବିଜେପି ନେତା ରାତି ଅଧିଆ ଷଡ଼ଯନ୍ତ୍ର କରୁଥିଲେଲଲନ୍ ସିଂହ ହେଉଛନ୍ତି ସେହି ନେତା ଯିଏ ପାଟନା ହାଇକୋର୍ଟକୁ ଲାଲୁଙ୍କୁ ଟାଣିଥିଲେ । ଆଉ ତାଙ୍କରି ପାଇଁ ଲାଲୁ ଏବେ ଜେଲରେ ଅଛନ୍ତି । ବର୍ତ୍ତମାନ କିନ୍ତୁ ସେ ନୂଆ ମେଣ୍ଟର ସବୁଠାରୁ ବଡ଼ ବିନ୍ଧାଣୀ

ରାତି ଅଧିଆ ଷଡ଼ଯନ୍ତ୍ର

After 2nd paragraph post ads

ଲଲନ୍ ସିଂହଙ୍କ ଅନୁସାରେ ବିଜେପି ଜେଡିୟୁକୁ ଧୋକା ଦେଉଥିଲା ଆରସିପି ସିଂହଙ୍କ ଘରେ ରାତି ଅଧରେ ଷଡ଼ଯନ୍ତ୍ର ହେଉଥିଲା । ଯେଉଁଥିରେ ବିଜେପିର ବଡ଼ବଡ଼ ନେତା ଯୋଗ ଦେଉଥିଲେ । ଲଲନ ସିଂହଙ୍କ ଅନୁସାରେ ଜଣେ ବ୍ୟକ୍ତି ଆରସିପି ସିଂହଙ୍କ ଘରେ ଦିନ ରାତି ରହୁଥିଲା । ସେ ହିଁ ବିଜେପି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲେ । ଆରସିପିଙ୍କ ଘରେ ଚାଲିଥିବା ଷଡ଼ଯନ୍ତ୍ର ବାବଦରେ ସୂଚନା ପାଇବା ପରେ ସେହି ବ୍ୟକ୍ତି ତୁରନ୍ତ ଆମକୁ ସୂଚିତ କରିଥିଲେ । ନୀତୀଶ କୁମାର ଯେତେବେଳେ ବାଢରୁ ନିର୍ବାଚନ ଲଢୁଥିଲେ ସେତେବେଳେ ସେହି ବ୍ୟକ୍ତିଙ୍କ ପିତା ଦଳୀୟ କର୍ମୀ ଥିଲେ

Middle post content

ବିଜେପି ପ୍ରଭାରୀ ରାତି ୧୦ଟା କିମ୍ବା ରାତି ୧୦.୩୦ ମିନିଟରେ ଆରସିପିଙ୍କ ଘରକୁ ଆସୁଥିଲେ । ସେ ଯେଉଁ ଯେଉଁ ଲୋକଙ୍କ ସହିତ କଥା ହେବାର ଥିଲା ସେହିମାନଙ୍କ ତାଲିକା ଆରସିପିଙ୍କୁ ଦେଉଥିଲେ । ନୂଆନୂଆ ଲୋକଙ୍କୁ ନିଜ ପଟକୁ ଆଣିବାକୁ ସେ ଆରସିପିଙ୍କୁ କହୁଥିଲେ । ନୂଆନୂଆ ଲୋକ ନୀତୀଶଙ୍କ ବିରୋଧରେ ବୟାନବାଜୀ କରିବା ବିଜେପି ପ୍ରଭାରୀ ଚାହୁଁଥିଲେ । ଏହା ସହିତ ସେ ଅଭିଯୋଗ କରିଥିଲେ ଯେ, ୨୦୨୦ ନିର୍ବାଚନରେ ଚିରାଗଙ୍କୁ ବିଜେପି ଜେଡିୟୁ ବିରୋଧରେ ବ୍ୟବହାର କରିଥିଲା ଚିରାଗ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବା ପଛରେ ବିଜେପିର ଷଡ଼ଯନ୍ତ୍ର ଥିଲା ବୋଲି ସେ କହିଛନ୍ତି ।

ବିଜେପିର ପାଲଟା ଆକ୍ରମଣ

ଲଲନ ବିଜେପି ଉପରେ ଆକ୍ରମଣ କରିଥିବା ବେଳେ ବିଜେପି ସିଧାସିଧା ନୀତୀଶଙ୍କୁ ନିଶାନାକୁ ନେଇଛି ବିଜେପି ନେତା ସୁଶୀଲ ମୋଦି କହିଛନ୍ତି ଯେ, ନୀତୀଶଙ୍କୁ ବୁଝିବା ସହଜ ନୁହେଁ । ଦି’ ଦିନ ତଳ ପର୍ଯ୍ୟନ୍ତ ସେ ମେଣ୍ଟ ସରକାର ରହିବ ବୋଲି କହି ଆସୁଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ ମଧ୍ୟ କଥା ହୋଇଥିଲେ । ବିହାର ରାଜନୈତିକ ଘଟଣାକ୍ରମ ଓ ମେଣ୍ଟରେ ଭିଡ଼ାଭିଡ଼ିକୁ ନେଇ ଶାହ ନୀତୀଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାର ଉତ୍ତରରେ ନୀତୀଶ କହିଥିଲେ ଆପଣଙ୍କ ଦଳରେ ଯେମିତି ଗିରିରାଜ ସିଂହ ମୋ ଦଳରେ ସେମିତି ଲଲନ ଚିନ୍ତା କରନ୍ତୁ ନାହିଁ କିଛି ହେବନାହିଁ ମେଣ୍ଟ ଚାଲିବ । କିନ୍ତୁ ଦୁଇ ଦିନ ପରେ ନୀତିଶ ୟୁଟର୍ଣ୍ଣ ନେଇ ଆରଜେଡି ସହିତ ସରକାର ଗଠନ କଲେ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami