ଶ୍ରୀଦେବୀ ମୃତ୍ୟୁ ମାମଲା : ସିବିଆଇ ଚାର୍ଜସିଟରେ ଭୁବନେଶ୍ୱରର ୟୁଟ୍ୟୁବର

Above Post Content

ମୁମ୍ବାଇ: ପାଞ୍ଚ ବର୍ଷ ତଳେ ଦୁବାଇରେ ବାଥରୁମ୍‌ରେ ପଡ଼ି ମୃତ୍ୟୁ ବରଣ କରିଥିଲେ ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀ । ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଛି । ଏହି ମାମଲାରେ ଭୁବନେଶ୍ୱରସ୍ଥିତ ୟୁଟ୍ୟୁବର ଦୀପ୍ତି ଆର ପିନିତି ମିଥ୍ୟା ଦାବି କରି ଏକ ଭିଡିଓ ତିଆରି କରିଥିଲେ । ଯାହା ବିବାଦକୁ ଆସିଥିଲା । କିନ୍ତୁ ଭିଡିଓର ଯେଉଁସବୁ ଦସ୍ତାବିଜ ଦର୍ଶାଯାଇଥିଲା ତାହା ମିଛ ବୋଲି ସିବିଆଇ ଅନୁଭବ କରିବା ପରେ ଏହି ୟୁଟ୍ୟୁବରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।

ୟୁଟ୍ୟୁବର ପିନିତି, ତାଙ୍କ ଓକିଲଙ୍କ ନାଁରେ ମାମଲା

After 2nd paragraph post ads
Middle post content

ଶ୍ରୀଦେବୀଙ୍କ ମୃତ୍ୟୁ ଭାରତ ଓ ୟୁଏଇ ସରକାରଙ୍କ ମଧ୍ୟରେ ଲୁଚାଉଥିବା ଦାବିକୁ ସମର୍ଥନ କରି ତିଆରି ହୋଇଥିଲା । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନକଲି ଚିଠି, ସୁପ୍ରିମକୋର୍ଟ ସମ୍ବନ୍ଧୀୟ ଦସ୍ତାବିଜ ଏବଂ ୟୁଏଇ ସରକାରଙ୍କ ରେକର୍ଡକୁ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି । ଯାହାକୁ ସିବିଆଇ ଚାର୍ଜସିଟରେ ଦାଖଲ କରିଛି । ମୁମ୍ବାଇର ଆଇନଜୀବୀ ଚାନ୍ଦନୀ ଶାହଙ୍କ ଅଭିଯୋଗ କ୍ରମେ ସିବିଆଇ ଗତ ବର୍ଷ ପିନିତି ଏବଂ ତାଙ୍କ ଓକିଲ ଭରତ ସୁରେଶ କାମାଥଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଯାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଏଜେନ୍ସିକୁ ପଠାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାୟୋଜିତ ବୋଲି ଅଭିଯୋଗ କରି ପିନିତି ଏବେର ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ଓକିଲ ଶାହା ଅଭିଯୋଗ କରିଥିଲେ ।

ପିନିତିଙ୍କ ଘରୁ ଜବତ କରିଥିଲା ଫୋନ,ଲାପଟପ୍‌

ଶ୍ରୀଦେବୀ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଂଶଗ୍ରହଣ କରୁଥିବା ପିନିତି ପିଟିଆଇକୁ କହିଛନ୍ତି ଯେ, ସେ ସିବିଆଇର ଚାର୍ଜସିଟକୁ ନେଇ ବିଶ୍ୱାସ କରିପାରୁନାହାନ୍ତି । ସେ କହିଛନ୍ତି ଯେ ସିବିଆଇ ତାଙ୍କ ବୟାନ ରେକର୍ଡ କରିନାହିଁ । ଅଭିଯୋଗ ହେବା ପରେ ପ୍ରମାଣ ଅଦାଲତକୁ ଦିଆଯିବ । ସିବିଆଇ ଯେଉଁ କର୍ତ୍ତୃପକ୍ଷଙ୍କ ଅଧୀନରେ ଆସୁଛି ସେମାନଙ୍କ ବିରୋଧରେ ଆପତ୍ତିଜନକ ତଥ୍ୟ ଆସିଥିବାରୁ ପ୍ରମାଣ ସଂଗ୍ରହ କରିବା ପାଇଁ ସିବିଆଇ ଏପରି କରିଛି ବୋଲି ସେ କହିଛନ୍ତି । ଡିସେମ୍ବର ୨ ତାରିଖରେ ସିବିଆଇ ପିନିତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଚଢ଼ାଉ କରି ଫୋନ୍ ଓ ଲାପଟପ୍ ଜବତ କରିଥିଲା । ସିବିଆଇ ପିନିତି ଓ କାମାଥଙ୍କ ବିରୋଧରେ ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ସମେତ ବିଭିନ୍ନ ଅପରାଧରେ ମାମଲା ରୁଜୁ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami