ହସ୍ତକଳା ଶିଖାଇଛି ବଂଚିବାର କଳା

Above Post Content

ସେ ଥାଲାସେମିଆ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ଏକଦା ରୋଗ ଯୋଗୁଁ ସିନା ତାଙ୍କୁ ପାଠପଢ଼ାରୁ ବିରତ ନେବାକୁ ପଡ଼ିଥିଲା । କିନ୍ତୁ ତାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତକଳା ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଖୁବ ପ୍ରଶଂସା ଆଣି ଦେଇଛି । ୟୁ-ଟ୍ୟୁବ୍‌ରୁ ହସ୍ତକଳା ଶିକ୍ଷାଲାଭ କରି କାଗଜରେ ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ । ତାକୁ ବିକ୍ରି କରି ସେଥିରୁ ଯାହା ଆୟ କରୁଛନ୍ତି ସେହି ଅର୍ଥରେ ନିଜର ଚିକିତ୍ସା ଖର୍ଚ୍ଚ ତୁଲାଉଛନ୍ତି । ଏମିତି ଜଣେ ସ୍ୱାଭିମାନୀ, ସଂଗ୍ରାମୀ ତଥା ପ୍ରେରଣାଦାୟକ ତରୁଣ ହେଉଛନ୍ତି ବିଶ୍ୱଭୂଷଣ ଦଳାଇ । ବୟସ ମାତ୍ର ୧୮ । ଘର ଭୁବନେଶ୍ୱର ମଂଚେଶ୍ୱରରେ

Middle post content

ବିଶ୍ୱଭୂଷଣ ୪ ମାସ ବୟସରୁ ଥାଲାସେମିଆର ଶିକାର ହୋଇଛନ୍ତି । ସେହିଦିନଠାରୁ ଚିକିତ୍ସାଧୀନ ରହିଛନ୍ତି ବିଶ୍ୱଭୂଷଣ । ବିଶ୍ୱଭୂଷଣ ଯେବେ ଜାଣିଲେ ଯେ ସେ ଏଭଳି ଏକ ଦୁରାରୋଗ୍ୟରେ ପୀଡ଼ିତ ଅଛନ୍ତି ସେବେଠାରୁ ନିଜେ ଆରମ୍ଭ କଲେ ବଂଚିବାର ସଂଗ୍ରାମପରିବାର ଉପରେ ବୋଝ ନ ହୋଇ ନିଜ ଖର୍ଚ୍ଚ ତୁଲାଇବା ସହ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିବାକୁ ଯୋଜନା କଲେ । ଏଥିପାଇଁ ପ୍ରଥମେ ୟୁ-ଟ୍ୟୁବ୍‌କୁ ନିଜର ଗୁରୁ ଭାବେ ଆପଣେଇ ନେଲେ । ୟୁ-ଟ୍ୟୁବ୍‌ରୁ ହସ୍ତକଳା ଶିକ୍ଷାଲାଭ କରି ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଚାଲିଛନ୍ତି । କେତେବେଳେ କାଗଜରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତ ଆଉ କେତେବେଳେ ଶ୍ରୀଗଣେଶଙ୍କ ପ୍ରତିମୂର୍ତିକୁ ତିଆରି କରିଛନ୍ତି । କେବଳ ସେତିକି ନୁହେଁ କାଗଜରେ ୱାଲ ହାଙ୍ଗି, କାର୍ଟୁନ ଆଦି ଅନେକ ଘରସଜ୍ଜା ସାମଗ୍ରୀକୁ ଅତି ନିଖିଣଭାବେ ତିଆରି କରିଛନ୍ତି । ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି କରି ରୋଜଗାର ମଧ୍ୟ କରିପାରୁଛନ୍ତିଅନ୍‌ଲାଇନ୍‌ରୁ କୁଲିଂ ପେପର, ରଙ୍ଗବେରଙ୍ଗର ମାଳି, ଷ୍ଟୋନ୍ ମଗାଇ ଏସବୁ ତିଆରି କରୁଛନ୍ତି । ଗଣେଶ, ଶ୍ରୀଜଗନ୍ନାଥ, ଲକ୍ଷ୍ମୀ ମା’ଙ୍କର ପ୍ରାୟ ୧୫ ପ୍ରକାରର କଳାକୃତି ତିଆରି କରିପାରିଛନ୍ତି । ସେସବୁ ବିକ୍ରି କରିବା ପାଇଁ ତାଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସହାୟତା କରୁଛି । ଏହିସବୁ ସାମଗ୍ରୀକୁ ୧ ଶହେ ଟଙ୍କାରୁ ଆରମ୍ଭ କରି ୪ଶହ ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ରାକ୍ଷୀ ପୂର୍ଣ୍ଣିମା ପାଇଁ ରଙ୍ଗବେରଙ୍ଗୀ କାଗଜ ଓ ଅଠାରେ ଭଳିକି ଭଳି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।

After 2nd paragraph post ads

କ୍ରାଫ୍ଟୱାର୍କ ପ୍ରତି ତାଙ୍କର ପ୍ରଗାଢ଼ ନିଶା, ତାଙ୍କ ପାଇଁ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ । ନିଜ ହାତରେ କଳାଯାଦୁକରୀରେ ପାଲଟିଯାଇଛନ୍ତି ପ୍ରତିଭାର ଅଧିକାରୀ । ବାପାମା’ଙ୍କ ସହଯୋଗରେ ସମାଜରେ ତାଙ୍କ ଭଳି ଅନ୍ୟ ରୋଗୀଙ୍କ ପାଇଁ ହୋଇପାରିଛନ୍ତି ରୋଲ ମଡେଲବାପା ବିଜୟ କୁମାର ଦଳାଇ ଓ ମଞ୍ଜୁଲତା ଦଳାଇଙ୍କର ଏକମାତ୍ର ପୁତ୍ର ବିଶ୍ୱଭୂଷଣ ମାସକୁ ୫ ଥର ହସ୍ପିଟାଲକୁ ଯାଇ ରକ୍ତ ନେଉଛନ୍ତି । ଆଉ ସେହି ଉପାର୍ଜିତ ଟଙ୍କାରେ ନିଜର ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି ବିଶ୍ୱଭୂଷଣ । ଏ ସମ୍ପର୍କରେ ସେ କହନ୍ତି, ଦିନଯାକ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବା ଦ୍ୱାରା ରୋଗଯନ୍ତ୍ରଣାରୁ କିଛିମାତ୍ରାରେ ଉପଶମ ମିଳିପାରୁଛି । ବଂଚିବା ପାଇଁ ସଂଘର୍ଷ କରୁଥିବା ବିଶ୍ୱଭୂଷଣଙ୍କ ଏଭଳି ଜୀବନ୍ତ କଳାକୃତି ଢ଼େର ପ୍ରଶଂସା ସାଉଁଟିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami