ଆଜିଠୁ ଭୁବନେଶ୍ୱରରୁ ଗୌହାଟୀକୁ ସିଧାସଳଖ ଫ୍ଲାଇଟ୍‌

Above Post Content

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଏବେ ଓଡ଼ିଶା ସହ ସିଧାସଳଖ ଯୋଡ଼ି ହେବ ଗୌହାଟୀ । ଆଜିଠାରୁ ଭୁବନେଶ୍ୱରରୁ ଗୌହାଟୀକୁ ସିଧାସଳଖ ଫ୍ଲାଇଟ୍ । ମାତ୍ର ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ସପ୍ତାହର ସବୁଦିନ ଇଣ୍ଡିଗୋ ଯୋଗାଇବ ଏହି ବିମାନ ସେବା । ଗୌହାଟୀକୁ ସିଧାସଳଖ ବିମାନ ସେବାରେ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ । ଏଣିକି ସମୟ ବଞ୍ଚିବା ସହ କାମ ସହଜ ହେବ ବୋଲି କହିଛନ୍ତି ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଏନେଇ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏୟାରପୋର୍ଟ କର୍ତ୍ତୃପକ୍ଷ ନେବେ ନିଷ୍ପତ୍ତି । ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ ଯାଆସ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami