୨୬ ବର୍ଷ ତଳେ ଦେଶର ପ୍ରଥମ ମୋବାଇଲ କଲ ପାଇଁ ଖର୍ଚ୍ଚ ହୋଇଥିଲା କେତେ ?

Above Post Content

ଆଜିର ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ । ସ୍ମାର୍ଟ ଫୋନ୍ ଆମ ଜୀବନର ଅଂଗ ପାଲଟିଯାଇଛି । ସ୍ମାର୍ଟ୍ ଫୋନ୍ ବିନା ଆଜିର ସମୟରେ ବଞ୍ଚିବା କଳ୍ପନା କରାଯାଇ ନପାରେ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଲ୍ୟାଣ୍ଡ୍ ଫୋନ୍ ଥିଲା ଷ୍ଟାଟସ ସିମ୍ବଲ । ଆଉ ଲ୍ୟାଣ୍ଡ୍ ଫୋନ୍ ପାଇଁ ଲାଇନ ମଧ୍ୟ ଲଗାଇବାକୁ ପଡୁଥିଲା । ତେବେ ୱେୟାରଲେସ୍ ଟେକନିକ୍ ବା ମୋବାଇଲ ଫୋନର ଆଗମନ ସହିତ ସବୁକିଛି ବଦଳି ଯାଇଥିଲା । ତେବେ ଖୁବ କମ ଲୋକ ଜାଣିଥିବେ ଯେ, ଭାରତରେ ପ୍ରଥମ ମୋବାଇଲ କଲ୍ କେବେ ହୋଇଥିଲା ଓ ସେହି ବ୍ୟକ୍ତି ଦୁଇଜଣ କିଏ ଯେଉଁମାନେ ପ୍ରଥମଥର ପାଇଁ ମୋବାଇଲରେ କଥା ହୋଇଥିଲେ । ଆସନ୍ତୁ ଜାଣିବା ଭାରତରେ ମୋବାଇଲ ଫୋନର ଜନ୍ମ କାହାଣୀ ।

୨୬ ବର୍ଷ ତଳେ ପ୍ରଥମ ମୋବାଇଲ କଲ

After 2nd paragraph post ads

ଆଜିଠାରୁ ଠିକ୍ ୨୬ ବର୍ଷ ତଳେ ଭାରତରେ ପ୍ରଥମ ମୋବାଇଲ ରିଙ୍ଗ ହୋଇଥିଲା । ୩୧ ଜୁଲାଇ ୧୯୯୫ ମସିହାରେ ଦେଶର ପ୍ରଥମ ମୋବାଇଲ କଲ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତିବାସୁଙ୍କ ପାଖକୁ ଯାଇଥିଲା । ଆଉ କଲ କରିଥିଲେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖରାମ । ନୂଆଦିଲ୍ଲୀର ଟେଲିକମ୍ୟୁନିକେସନ୍ ବିଭାଗରୁ ସୁଖରାମ କୋଲକତାର ରାଇଟର୍ସ ବିଲ୍ଚିଂରେ ବସିଥିବା ଜ୍ୟୋତିବାସୁଙ୍କୁ ପ୍ରଥମ କଲ ଲଗାଇଥିଲେ ।

ଗୋଟିଏ ମିନିଟର କଲ, ଖର୍ଚ୍ଚ ୨୪ ଟଙ୍କା

Middle post content

ଦିଲ୍ଲୀରୁ ସୁଖରାମ କୋଲକତା ଫୋନ୍ ଲଗାଇଥିଲେ । ଆଉ ଏଥିପାଇଁ ତାଙ୍କୁ ମିନିଟ୍ ପ୍ରତି ଦେବାକୁ ପଡିଥିଲା ୧୬ ଟଙ୍କା । ତେବେ ଯଦି ଭାବୁଛନ୍ତି ଜ୍ୟୋତି ବସୁଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିନଥିଲା, ତେବେ ଭୁଲ ଭାବୁଛନ୍ତି । ଜ୍ୟୋତିବାସୁଙ୍କୁ ମଧ୍ୟ କଲ ରିସିଭ କରିବାକୁ ଦେବାକୁ ପଡିଥିଲା ୮ ଟଙ୍କା । ମାନେ ଉଭୟ ପକ୍ଷ ଏକ ମିନିଟର କଲ ପାଇଁ ଖର୍ଚ୍ଚ କରିଥିଲେ ୨୪ ଟଙ୍କା । କାରଣ ସେତେବେଳେ ଇନକମିଂ ଓ ଆଉଟଗୋଇଂ କଲ ଉଭୟ ପାଇଁ ଟଙ୍କା ଦେବାକୁ ପଡୁଥିଲା ।

ଦେଶର ପ୍ରଥମ ମୋବାଇଲ ନେଟୱର୍କ କୋଲକତାରେ ସ୍ଥାପିତ ହୋଇଥିଲା

ଦେଶ ପ୍ରଥମ ମୋବାଇଲ କଲର କାହାଣୀ ତ’ ଜାଣିଲେ । ଏହା ପଛର କାହାଣୀ ମଧ୍ୟ କିଛି କମ ରୋଚକ ନୁହେଁ । ଏହାର ଆରମ୍ଭ ୧୯୯୪ରେ ହୋଇଥିଲା । ଜ୍ୟୋତିବାସୁ ସେହି ବର୍ଷ ବ୍ୟବସାୟୀ ଭୁପେନ୍ଦ୍ର କୁମାର ମୋଦିଙ୍କ କହିଥିଲେ ଯେ, କୋଲକତା ଦେଶର ପ୍ରଥମ ସହର ହେବା ଆବଶ୍ୟକ ଯେଉଁଠି ପ୍ରଥମ ମୋବାଇଲ ନେଟୱର୍କ ସ୍ଥାପିତ ହେବ । ଏହାପରେ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା । ବିକେ ମୋଦିଙ୍କ କମ୍ପାନିର ନାମ ଥିଲା ମୋଦି ଟେଲେଷ୍ଟ୍ରା । ମୋଦି ଅଷ୍ଟ୍ରେଲିଆର ଟେଲେଷ୍ଟ୍ରା ସହିତ ମିଶି ଭାରତରେ ଜିଏସଏମ ନେଟୱର୍କ ଉପରେ କାମ ଆରମ୍ଭ କରିଥିଲେ । ଅବଶ୍ୟ ଏବେ ମୋଦି ଟେଲେଷ୍ଟ୍ରା ଇତିହାସର କଥା ।

ଏବେ ଭାରତରେ ଖୁବ ଶସ୍ତା ମୋବାଇଲ କଲ ଦର

ଜ୍ୟୋତିବାସୁଙ୍କ ସହିତ ଚର୍ଚ୍ଚା ପରେ ମୋଦି ନୋକିଆ ସହିତ କଥା ଆରମ୍ଭ କରିଥିଲେବୈଶୟିକ ସହାୟତା ପାଇଁ ମୋଦି ନୋକିଆକୁ ଟେକନିକାଲ ପାର୍ଟନର କରିଥିଲେ । ଏହାର ପ୍ରାୟ ୯ ମାସ ପରେ ଭାରତରେ ପ୍ରଥମ ସେଲ୍ୟୁଲାର ସର୍ଭିସ ଆରମ୍ଭ ହୋଇଥିଲା । ଏହାପରେ ଭାରତରେ ମୋବାଇଲ କ୍ରାନ୍ତି ଆରମ୍ଭ ହୋଇଥିଲା । ପ୍ରଥମ କଲ ରିସିଭ କରିବା ପରେ ଜ୍ୟୋତିବାସୁ କହିଥିଲେ ଯେ,ମୋବାଇଲ ଦେଶରେ କ୍ରାନ୍ତି ଆଣିବ । ଆଉ ତାହା ମଧ୍ୟ ସତ ହୋଇଥିଲା । ଏବେ ଆପଣଙ୍କ ହାତରେ ଥିବା ସ୍ମାର୍ଟ୍ ଫୋନ୍ ସେହି କ୍ରାନ୍ତିର ଅଂଶ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami